previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

ଟାଟା ହାତକୁ ଆସିବା ପରେ ବଦଳିଗଲା ନିଳାଚଳ ଇସ୍ପାତ କମ୍ପାନୀର ସ୍ଥିତି, ୩ ମାସ ଭିତରେ କାର୍ଯ୍ୟକ୍ଷମ ଲକ୍ଷ୍ୟ

6/07/2022 at 6:48 PM

ନୂଆଦିଲ୍ଲୀ, ୦୬/୦୭: ପାଖାପାଖି ୨ ବର୍ଷ ଧରି ବନ୍ଦ ରହିଥିବା ସରକାରୀ କମ୍ପାନୀ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ର ସ୍ଥିତି ବଦଳିବାକୁ ଯାଉଛି । ଏସବୁ ଟାଟା ସମୂହର ଅଧିଗ୍ରହଣ କାରଣରୁ ସମ୍ଭବ ହୋଇଥିବା କୁହାଯାଉଛି । ଟାଟା ଷ୍ଟିଲ୍‌ର ମୁଖ୍ୟ ପରିଚାଳନା ଅଧିକାରୀ ଟି.ଭି ନରେନ୍ଦ୍ରନ୍‌ ଏନେଇ କହିଛନ୍ତି ଯେ ନୀଳାଚଳ ଇସ୍ପାତ କାରଖାନା ଆଗାମୀ ୩ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି ।

ଆମେ ବର୍ତ୍ତମାନର କର୍ମଚାରୀଙ୍କୁ ନେଇ କାମ କରିବା ସହିତ ଦୁଇ ବର୍ଷ ଧରି ବନ୍ଦ ପଡ଼ି ରହିଥିବା କାରାଖାନାକୁ ପୁଣି ଥରେ ଆରମ୍ଭ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଟି.ଭି. ନରେନ୍ଦ୍ରନ୍‌ । ଆଗାମୀ ୩ ମାସ ମଧ୍ୟରେ ଉତ୍ପାଦନ ଆରମ୍ଭ ଏବଂ ୧୨ ମାସ ମଧ୍ୟରେ ଧାର୍ଯ୍ୟ କ୍ଷମତା ହାସଲ କରିବା ନେଇ କମ୍ପାନୀ ପକ୍ଷରୁ ଆଶା କରାଯାଉଛି । ଖାଲି ସେତିକି ନୁହେଁ ଟାଟା ଷ୍ଟିଲ୍‌ ଏନ୍‌ଆଇଏନ୍‌ଏଲ୍‌ର କ୍ଷମତା ବୃଦ୍ଧିକରି ୫୦ ଲକ୍ଷ ଟନ୍‌ କରିବା ଏବଂ ଏଥିପାଇଁ ଆବଶ୍ୟକ ମଞ୍ଜୁରୀ ହାସଲ କରିବାକୁ ମଧ୍ୟ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି ।

କହିରଖୁଛୁ କି ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ ଏକ ସରକାରୀ କମ୍ପାନୀ ଥିଲା । ଯାହାକୁ ଟାଟା ଷ୍ଟିଲ୍‌ ଏହାର ସବ୍‌ସିଡିଆରୀ କମ୍ପାନୀ ଟାଟା ଷ୍ଟିଲ୍‌ ଲାଙ୍ଗ୍ନ ପ୍ରଡକ୍ଟସ ଜରିଆରେ କିଣିଥିଲା । ଏହି ଡିଲ୍‌ ୧୨ ହଜାର କୋଟି ଡଲାର୍‌ରେ ହୋଇଥିଲା ।      

   Related Posts