ଛଟେଇକୁ ବିରୋଧ, କାମ ବନ୍ଦ କଲେ ଟାଟା ପାଓ୍ବାର ଠିକା କର୍ମଚାରୀ
1/10/2023 at 10:00 PM

ଭଦ୍ରକ: ଛଟେଇକୁ ବିରୋଧ କରି କାମ ବନ୍ଦ କଲେ ଟାଟା ପାୱାରର ଠିକା କର୍ମଚାରୀ। ଆଗାମୀ ଦିନରେ ଏହାର ସମାଧାନ ନହେଲେ ଆନ୍ଦୋଳନ ଧମକ । ମନମୁଖୀ ଶାସନ, ବିଦ୍ୟୁତ କର୍ମଚାରୀଙ୍କ ଛଟେଇ ଆଦି ଅଭିଯୋଗ ଆଣି କଳିଙ୍ଗ ବିଦ୍ୟୁତ କର୍ମଚାରୀ ସଂଘ ତରଫରୁ ଏକ ବୈଠକର ଆୟୋଜନ କରାଯାଇଛି । ଏଥିରେ ଶ୍ରମିକମାନଙ୍କର ହିତକୁ ନେଇ ଆଲୋଚନା ଜାରି ରହିଛି ।
ଏନେଇ ଏକତା ମଞ୍ଚ ଲକ ଚିଠି ମାଧ୍ୟମରେ ଦାବି ବିଷୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଯାଇଛି। ଦାବି ଅନୁଯାୟୀ ଯଦି କୌଣସି କର୍ମଚାରୀଙ୍କୁ ଛଟେଇ କରାଯାଏ ତେବେ ବାଧ୍ୟ ହୋଇ ସମସ୍ତ କର୍ମଚାରୀ ଅନ୍ଦୋଳନକୁ ଓହ୍ଲାଇବେ ଓ ସେଥିପାଇଁ TPNO DLର ଉଚ୍ଚକର୍ତ୍ତୃପକ୍ଷ ଦାୟୀ ରହିବେ।
ଆହୁରି ପଢ଼ନ୍ତୁ: ବଡ଼ଚଣାରେ ମିଶ୍ରଣ ପର୍ବ, କଂଗ୍ରେସରେ ସାମିଲ ହେଲେ ବିଜେପି-ବିଜେଡିର ଶତାଧିକ କର୍ମକର୍ତ୍ତା
କଳିଙ୍ଗ ବିଦ୍ୟୁତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଦୀପକ କୁମାର ବାରିକ, ସମ୍ପାଦକ ବସନ୍ତ କୁମାର ମହାନ୍ତି, ସଭା ପରିଚାଳକ ଜିତେନ୍ଦ୍ର କୁମାର ଜେନାଙ୍କ ସହ ପ୍ରାୟ ଶତାଧିକ କର୍ମଚାରୀ ଯୋଗ ଦେଇଥିଲେ । ତେବେ ଏହି ସଂସ୍ଥା ବର୍ତ୍ତମାନ ସୁଦ୍ଧା ୬ରୁ ଅଧିକ କର୍ମଚାରୀଙ୍କୁ ଛଟେଇ ପାଇଁ ନୋଟିସ ଜାରି କରିଛି । ତେବ କର୍ମଚାରୀଙ୍କୁ ଛଟେଇ କରା ଯାଏ ତେବେ ସମସ୍ତ ବିଦ୍ୟୁତ କାର୍ଯ୍ୟ ବନ୍ଦ ରହିବ ଏବଂ ଅନ୍ଦୋଳନ ଜୋରଦାର ହେବ ।