ଆସିବ ଟାଟା ପ୍ଲେ’ର ଆଇପିଓ, ଟିସିଏସ୍ ପରେ ଟାଟା ଗ୍ରୁପର ଦ୍ୱିତୀୟ ଆଇପିଓ
2/12/2022 at 3:08 PM

ନୂଆଦିଲ୍ଳୀ, ୨/୧୨: ଡିଟିଏଚ୍ କମ୍ପାନୀ ଟାଟା ପ୍ଲେ ଏହାର ଆଇପିଓ ଆଣିବାକୁ ଯାଉଛି। ୨୦୦୪ ପରେ ଟାଟା ଗ୍ରୁପ୍ର କୌଣସି କମ୍ପାନୀର ଏହା ପ୍ରଥମ ଆଇପିଓ। ୨୦୦୪ ରେ ଟିସିଏସ ଏହାର ଆଇପିଓ ଲଞ୍ଚ କରିଥିଲା। ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି)ର ’ପ୍ରି-ଫାଇଲିଂ’ ମାଧ୍ୟମରେ କମ୍ପାନୀ ଏହାର ଆଇପିଓ ଆଣିବାକୁ ଯାଉଛି। ପ୍ରି ଫାଇଲିଙ୍ଗ ମାଧ୍ୟମରେ ଆଇପିଓ ଆଣିବାରେ ଟାଟା ପ୍ଲେ ଦେଶର ପ୍ରଥମ କମ୍ପାନୀ। ’ପ୍ରି-ଫାଇଲିଂ’ ମାଧ୍ୟମରେ ସେବି ନିକଟରେ ବିନା କୌଣସି ଗୁରୁତ୍ବପୂର୍ଣ୍ଣ ସୂଚନା ବିନା ଆବେଦନ କରିହୁଏ ।
ନଭେମ୍ବର ୨୯ରେ ଡିଟିଏଚ କମ୍ପାନୀ ସେବି ନିକଟରେ ଡିଏଚଆରପି ଫାଇଲ କରିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଏବଂ ନାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ଲିଷ୍ଟିଂ ପାଇଁ ଡକ୍ୟୁମେଣ୍ଟ ଫାଇଲ କରିଛି। ଟାଟା ପ୍ଲେ ଟାଟା ଗ୍ରୁପ୍ର ପ୍ରଥମ କମ୍ପାନୀ ହେବ ଯାହାର ସେୟାର ଆଇପିଓ ଆସିବାକୁ ଯାଉଛି।ଏହି ଆଇପିଓ ଦ୍ବାରା କମ୍ପାନୀ ୨୦୦୦-୨୫୦୦ କୋଟି ଏକାଠି କରିବା ନେଇ ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ, ଜାନୁଆରୀରେ ଟାଟା ସ୍କାଏ ରିବ୍ରାଣ୍ଡେଡ ହୋଇଥିଲା ଏବଂ ଏହାପରେ ଟାଟା ପ୍ଳେ ନାମରେ ରିବ୍ରାଣ୍ଡେଡ ହୋଇଥିଳା। ଟାଟା ପ୍ଲେ ଏହାର ଟିଭି-କମ୍-ଓଟିଟି ସେବାକୁ ବୃଦ୍ଧି କରିଥିଲା।