vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଟାଟା ନେକ୍ସନ କାର୍‌ରେ ନିଆଁ ଲାଗିବା ଘଟଣା; ଆକ୍ସନରେ କେନ୍ଦ୍ର ସରକାର, ଦେଲେ ଏମିତି ନିର୍ଦ୍ଦେଶ

23/06/2022 at 11:12 PM

ନୂଆଦିଲ୍ଲୀ: ଗୁରୁବାର ମହାରାଷ୍ଟ୍ରର ମୁମ୍ବାଇ ରାସ୍ତାରେ ଇଲେକ୍ଟ୍ରିକ୍ ଗାଡ଼ି ନେକ୍ସନ ଜଳିଯିବା ଘଟଣା ସାମ୍ନାକୁ ଆସିବା ପରେ ଘଟଣାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର। ଘଟଣାର ସ୍ୱତନ୍ତ୍ର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅଗ୍ନି ବିସ୍ଫୋରଣ ଓ ପରିବେଶ ସୁରକ୍ଷା କେନ୍ଦ୍ର(CFEES), ଭାରତୀୟ ବିଜ୍ଞାନ ସଂସ୍ଥାନ,(IISC), ନୌସେନା ବିଜ୍ଞାନ ଓ ଟେକ୍ନୋଲୋଜୀ ଲାବୋରୋଟାରୀ(NSTL), ବିଶାଖାପାଟନମକୁ କେଉଁ ପରିସ୍ଥିତିରେ ବିସ୍ଫୋରଣ ହେଲା ତାରା ଯାଞ୍ଚ କରିବାକୁ କହାଯାଇଛି। କଣ କଲେ ଆଉ ଏପରି ହେବନି ସେ ନେଇ ଉପାୟ ବତାଇବାକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ବରିଷ୍ଠ ଅଧିକାରୀ କହିଛନ୍ତି।  

ଅନ୍ୟପଟେ କାର୍‌ରେ ନିଆଁ ଲାଗିବା ପରେ ଟାଟା କମ୍ପାନୀ ପକ୍ଷରୁ ବୟାନ ଜାରି କରାଯାଇଛି। ଘଟଣା ନେଇ ତଦନ୍ତ ଚାଲିଛି। ସମ୍ପୂର୍ଣ୍ଣ ରିପୋର୍ଟ ଆସିଲେ ସୂଚନା ଦିଆଯିବ ବୋଲି ଟାଟା କମ୍ପାନୀ କହିଛି।

   Related Posts