ଭ୍ରମାତ୍ମକ ବିଜ୍ଞାପନ ପାଇଁ ଫସିଲା ଟାଟା ମୋଟର୍ସ, ଗଣିବ ୩.୫୦ ଲକ୍ଷ ଟଙ୍କା ଜରିମାନା

Published By : Prameya-News7 Bureau | March 05, 2020 IST

ନୂଆଦିଲ୍ଲୀ ୦୫|୦୩: ନ୍ୟାଶନାଲ କନଜ୍ୟୁମର ଡିସପୁଟ୍ ରିଡ୍ରେସାଲ କମିଶନ ବା ଏନସିଡିଆରସି ଟାଟା ମୋଟର୍ସ ଉପରେ ୩.୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। କମ୍ପାନୀ ମିଛ ଓ ଭ୍ରମାତ୍ମକ ବିଜ୍ଞାପନ ଦେଖାଇଥିବାକୁ ଏହି ଜରିମାନା ଲାଗିଛି। ଟାଟା ଇଣ୍ଡିଗୋର ମାଇଲେଜକୁ ନେଇ କମ୍ପାନୀ ବିଜ୍ଞାପନରେ ମିଛ କହିଥିବା ଅଭିଯୋଗ ହୋଇଥିଲା।

ଜଣେ ଗ୍ରାହକ ଏହି ବିଜ୍ଞାପନ ଦେଖି କାର କିଣିଥିବା ଏନସିଡିଆରସିରେ ଅଭିଯୋଗ କରିଥିଲେ। କାରର ପ୍ରକୃତ ମାଇଲେଜ ଓ ବିଜ୍ଞାପନରେ ଦେଖାଯାଇଥିବା ମାଇଲେଜ ଭିତରେ ଫରକ ଥିବା ସେ କହିଥିଲେ। ଏହାର ବିଚାର କରି କମିଶନ ୨ଲକ୍ଷ ଟଙ୍କା କୋଲକାତାର ପ୍ରଦୀପ୍ତ କୁଣ୍ଡୁଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ରାଜ୍ୟ କନଜ୍ୟୁମର ଓ୍ୱେଲଫେୟାର ବୋର୍ଡକୁ ୨ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

{"id":233551,"width":752,"height":563,"sizeSlug":"large"}

ଟାଟା ମୋଟର୍ସ ପକ୍ଷରୁ ଦାଖଲ ହୋଇଥିବା ପୁନର୍ବିଚାର ଆବେଦନକୁ କମିଶନ ଖାରଜ କରିବା ସହ ରାଜ୍ୟ କମିଶନଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ। ଏହାସହ ଭ୍ରମାତ୍ମକ ବିଜ୍ଞାପନ ପାଇଁ ସାଢେ ୩ଲକ୍ଷ ଟଙ୍କା ପଇଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ପ୍ରଦୀପ୍ତ ୨୦୧୧ ମସିହାରେ କମ୍ପାନୀର ବିଜ୍ଞାପନ ଦେଖି କାର କିଣିଥିଲେ। ଯେଉଁଥିରେ ଏହା ୨୫ କିମି ମାଇଲେଜ ଦେବ ବୋଲି କୁହାଯାଇଥିଲା। କିନ୍ତୁ ଏହା ଏତେ ମାଇଲେଜ ପ୍ରଦାନ କରିନଥିଲା। ଏହା ଭାରତର ସବୁଠାରୁ ଅଧିକ ମାଇଲେଜ ଦେଉଥିବା କାର ବୋଲି ବିଜ୍ଞାପନରେ କୁହାଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.