ଇଭି ଉତ୍ପାଦନ ବଢ଼ାଇବ ଟାଟା ମୋଟର୍ସ: କିଣିବାକୁ ଯାଉଛି ଏହି ବଡ଼ କମ୍ପାନୀ

Published By : Prameya-News7 Bureau | January 04, 2023 IST

ନୂଆଦିଲ୍ଲୀ: ଏମିତି ତ ଭାରତୀୟ ବଜାରରେ ଟାଟା ମୋଟର୍ସ ରାଜ୍ କରୁଛି। ହେଲେ ଏବେ କମ୍ପାନୀ ଇଲେକ୍ଟ୍ର୍କି ଭେଇକଲ ଉପରେ ଅଧିକ ଗୁରୁତ୍ୱ ଦେଉଛି। ନୂଆ ନୂଆ ଇଭି ଲଞ୍ଚ୍ କରିବା ସହ କେମିତି ଅଧିକ ଇଭି ଉତ୍ପାଦନ ବଢ଼ାଇବା ସେ ନେଇ କମ୍ପାନୀ ଚେଷ୍ଟା ଜାରି ରଖିଛି।

ଟାଟା ମୋଟର୍ସର ଶାଖା କମ୍ପାନୀ ଟାଟା ପେସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ବା TPEML କମ୍ପାନୀ ଏ ଦିଗରେ କାମ କରୁଛି। ଇଭି ପ୍ରଡକ୍ସନ ବଢ଼ାଇବା ପାଇଁ କମ୍ପାନୀ ଏବେ ଫୋର୍ଡ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ସାନନ୍ଦ, ଗୁଜୁରାତ ପ୍ଲାଣ୍ଟର ଅଧିଗ୍ରହଣ କରିଛି। ଦୁଇ କମ୍ପାନୀ ମଧ୍ୟରେ ଏହି ଚୁକ୍ତି ୨୦୨୨ ଅଗଷ୍ଟ ୭ରେ ହୋଇଥିଲା।   

ଉଭୟ କମ୍ପାନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁସାରେ, TPEML କେବଳ ସାନନ୍ଦ ପ୍ଲାଣ୍ଟର ଅଧିଗ୍ରହଣ କରିବ ନାହିଁ, ବରଂ ସମସ୍ତ ମେସିନ ସାମଗ୍ରୀ ଓ ଏହାର କର୍ମଚାରୀଙ୍କୁ ବି କମ୍ପାନୀରେ ସାମିଲ୍ କରିବ। ତେବେ ମାଲିକାନା ହସ୍ତାନ୍ତର ପ୍ରକ୍ରିୟା ୨୦୨୩ ଜାନୁଆରୀ ୧୦ ତାରିଖରେ ସମ୍ପୂର୍ଣ୍ଣ ହେବ। ଫଳରେ ଗୁଜରାଟର ସାନନ୍ଦର ଫେମସ ଫୋର୍ଡ ଇଣ୍ଡିଆର ପ୍ଲାଣ୍ଟ ସମ୍ପୂର୍ଣ୍ଣ ରୂପେ TPEML କମ୍ପାନୀର ହୋଇଯିବ।

କେତେ କୋଟିର ହେଲା ଡିଲ୍ ?

ଉଭୟ କମ୍ପାନୀ ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତି ଅନୁସାରେ ଏହି ଡିଲ୍ ୭୨୫ କୋଟି ୭୦ ଲକ୍ଷ ଟଙ୍କାରେ ଏହି ଡିଲ୍ ହୋଇଛି। ଏଥିରେ ଟେକ୍ସ ସାମିଲ ନାହିଁ। ଏହି ଚୁକ୍ତିର ଟର୍ମ୍ସ ଅନୁସାର ସାନନ୍ଦ ପ୍ଲାଣ୍ଟର ପୂରା ଜମି, ବିଲ୍ଡିଂ, ମେସିନାରୀ ଓ କର୍ମଚାରୀ ସବୁ ଟାଟାର ହେବ। କର୍ମଚାରୀମାନେ TPEML ଚୁକ୍ତି କରି କାମ କରିବେ। କମ୍ପାନୀ ହସ୍ତାନ୍ତର ପ୍ରକ୍ରିୟାରେ ବର୍ତ୍ତମାନର ଗୁଜରାଟ ସରକାରଙ୍କର ଅନୁମୋଦନ ମଧ୍ୟ ରହିବ।  

ଏହି ପ୍ଲାଣ୍ଟର ଅଧିଗ୍ରହଣ ପରେ ଟାଟା ମୋଟର୍ସର ଇଭି ଉତ୍ପାଦନ ବଢ଼ିଯିବ। ବର୍ଷକୁ ୩ ଲକ୍ଷରୁ ୪ ଲକ୍ଷ ୨୦ ହଜାର ଅଧିକ ଇଭି ଉତ୍ପାଦନ ହେବ। ତେବେ ସାନନ୍ଦରୁ ୧୫ କିମି ଦୂରରେ ଛରୋଡ଼ି ଅଞ୍ଚଳରେ ମଧ୍ୟ ଟାଟା ମୋଟର୍ସର ଏକ ନାନୋ ପ୍ଲାଣ୍ଟ ରହିଛି। ବିବାଦ ଯୋଗୁ ପଶ୍ଚିମବଙ୍ଗଳା ଛାଡ଼ି ଏହି ପ୍ଲାଣ୍ଟ ୨୦୦୮ରେ ଗୁଜୁରାଟରେ ନିର୍ମାଣ କରାଯାଇଥିଲା।

ବର୍ତ୍ତମାନ ଭାରତୀୟ ବଜାରରେ ଟାଟା କମ୍ପାନୀର ଇଭି ରାଜ୍ କରୁଛି। Tigor EV ଓ Nexon EV prime ପ୍ରଥମରୁ ଭାରତର ରାସ୍ତାରେ ଗଡ଼ୁଛି। Tigor EV ୧୨ ଲକ୍ଷ ୪୯ ହଜାରରେ ଟଙ୍କାରେ ବିକ୍ରି ହେଉଥିବା ବେଳେ Nexon EV prime ୧୪ ଲକ୍ଷ ୯୯ ହଜାରରେ ବିକ୍ରି ହେଉଛି। ଉଭୟ ଗାଡ଼ିର ବ୍ୟାଟେରୀ ଓ ମୋଟର ଉପରେ ୮ ବର୍ଷର ଗ୍ୟାରେଣ୍ଟି ଦେଉଛି କମ୍ପାନୀ। ତା ସହିତ ଥରେ ଚାର୍ଜ କଲେ ୩୦୦ କିମି ପର୍ଯ୍ୟନ୍ତ ଏହି ଗାଡ଼ିଯାଇପାରିବ ବୋଲି କମ୍ପାନୀ ଦାବି କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.