ତାମିଲନାଡୁ ପ୍ଲାଣ୍ଟରେ ଜାଗୁଆର ଲ୍ୟାଣ୍ଡ ରୋଭର ଉତ୍ପାଦନ କରିବ ଟାଟା ମୋଟର୍ସ

Published By : Prameya-News7 Bureau | April 18, 2024 IST

ନୂଆଦିଲ୍ଲୀ: ତାମିଲନାଡୁରେ କମ୍ପାନିର ନୂଆ ପ୍ଲାଣ୍ଟରେ ଜାଗୁଆର ଲ୍ୟାଣ୍ଡ ରୋଭର ଉତ୍ପାଦନ କରିବ ଟାଟା ମୋଟର୍ସ।ଏହି ପ୍ଲାଣ୍ଟ ପାଇଁ ଟାଟା ମୋଟର୍ସ ୧ ବିଲିୟନ ଡଲାର ନିବେଶ କରିଥିଲା। ଆଉ ଏବେ ଏହି ନୂଆ ପ୍ଲାଣ୍ଟରେ ଲଗଜୁରୀ କାର୍ ଜାଗୁଆର ଲ୍ୟାଣ୍ଡ ରୋଭରର ଉତ୍ପାଦନ କରିବା ନେଇ କମ୍ପାନି ଘୋଷଣା କରିଛି।

ସୂଚନାଥାଉକି, ଟାଟା ମୋଟର୍ସ ଚଳିତ ବର୍ଷ ମାର୍ଚ୍ଚରେ ତାମିଲନାଡୁରେ ନୂଆ ପ୍ଲାଣ୍ଟ ଆରମ୍ଭ କରିବା ନେଇ ଘୋଷଣା କରିଥିଲା। ଅବଶ୍ୟ ଏଠାରେ କେଉଁ ମଡେଲର ଉତ୍ପାଦନ ହେବ ସେନେଇ କୌଣସି ସୂଚନା ଦିଆଯାଇନଥିଲା ।

ଉଲ୍ଲେଖଯୋଗ୍ୟ, ୨୦୦୮ରେ ଟାଟା ଗ୍ରୁପ୍‌ର କମ୍ପାନି ଟାଟା ମୋଟର୍ସ ଜାଗୁଆର ଲ୍ୟାଣ୍ଡ୍‌ ରୋଭରକୁ ସଂପୂର୍ଣ୍ଣ ଭାବରେ କିଣିଥିଲା। କମ୍ପାନି ସେତେବେଳେ ଫୋର୍ଡ ମୋଟର କମ୍ପାନି ଠାରୁ ୨.୩ ବିଲିୟନ ଡଲାରରେ କିଣିଥିଲା।

ନିକଟରେ, ଜାଗୁଆର ଲ୍ୟାଣ୍ଡ୍‌ ରୋଭର ଇଣ୍ଡିଆ (JLR India) ତରଫରୁ ଲଗଜରୀ କାର୍‌ ବିକ୍ରି ତଥ୍ୟ ଜାରି କରିଥିଲା। ଯେଉଁଥିରେ ଆର୍ଥକ ବର୍ଷ ୨୪ରେ ଭାରତରେ ଜାଗୁଆର ଲ୍ୟାଣ୍ଡ ରୋଭର କାର୍‌ର ରିଟେଲ ବିକ୍ରି ୮୧ ପ୍ରତିଶତ ବଢ଼ି ୪,୪୩୬ ୟୁନିଟ୍‌ ହୋଇଥିବା ନେଇ କୁହାଯାଇଥିଲା।

କମ୍ପାନିର ସୂଚନା ଅନୁଯାୟୀ, ଏସୟୁଭି ସେଗମେଣ୍ଟର ରିଟେଲ ବିକ୍ରି ୧୬୦ ପ୍ରତିଶତ ଏବଂ ଡିଫେଣ୍ଡରର ରିଟେଲ ବିକ୍ରି ୧୨୦ ପ୍ରତିଶତ ବଢ଼ିଛି।କମ୍ପାନି ଆହୁରି କହିଛି ୨୦୨୪ରେ ବଜାରକୁ ଆସିଥିବା ନୂଆ ମଡେଲ ‘ଡିସ୍କଭରୀ ସ୍ପୋର୍ଟ’ର ବିକ୍ରି ୫୦ ପ୍ରତିଶତ ଏବଂ ‘ରେଞ୍ଜ ରୋଭର ଇଭୋକ’ର ବିକ୍ରି ୫୫ ପ୍ରତିଶତ ବଢ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.