ନୂଆ ବର୍ଷ ଠାରୁ ମହଙ୍ଗା ହେବ ଗାଡ଼ି: ୩% ମୂଲ୍ୟ ବଢ଼ାଇବାକୁ ଟାଟାର ଘୋଷଣା, ଅନ୍ୟ କମ୍ପାନୀମାନେ ବି ବଢ଼ାଇବେ ଦାମ୍

Published By : Prameya-News7 Bureau | December 10, 2023 IST

ନୂଆଦିଲ୍ଲୀ: ନୂଆବର୍ଷ ଠାରୁ ମହଙ୍ଗା ହେବ ଟାଟା କମ୍ପାନୀର ଗାଡ଼ି। ୨୦୨୪ ଜାନୁଆରୀ ପହିଲା ଠାରୁ ଟାଟା ମୋଟର୍ସ ତାର ସମସ୍ତ କମର୍ସିଆଲ୍ ଗାଡ଼ିଗୁଡ଼ିକର ମୂଲ୍ୟ ବଢ଼ାଇବ ବୋଲି ଘୋଷଣା କରିଛି। ଗତ ଇନ୍‌ପୁଟ ଖର୍ଚ୍ଚର ଭରଣା କରିବା ପାଇଁ କମ୍ପାନୀ ୩ ପ୍ରତିଶତ ଗାଡ଼ି ମୂଲ୍ୟ ବଢ଼ାଇବ ବୋଲି ଘୋଷଣା କରିଛି।

ତେବେ କେବଳ ଟାଟା ନୁହେଁ, ଯାତ୍ରୀବାହୀ ଯାନ ତିଆରି କରୁଥିବା ଅଧିକାଂଶ କମ୍ପାନୀ ଯଥା- ମାରୁତି ସୁଜୁକି, ହ୍ୟୁଣ୍ଡାଇ ମୋଟର୍ସ ଇଣ୍ଡିଆ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ହୋଣ୍ଡା, ଏବଂ ଅଡି ଭଳି କମ୍ପାନୀ ଆସନ୍ତା ଜାନୁଆରି ମାସରୁ ଗାଡ଼ିଗୁଡ଼ିକର ମୂଲ୍ୟ ବଢ଼ାଇବା ନେଇ ଘୋଷଣା କରିଛନ୍ତି।   

ପଢ଼ନ୍ତୁ-ଭାରତରେ ପ୍ରତିବର୍ଷ ୫୦ ମିଲିଅନ iPhone ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି ଆପଲ

ସାମଗ୍ରୀ ମୂଲ୍ୟ ବୃଦ୍ଧି ହେତୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ନିଜର ଏସ୍‌ୟୁଭି ଓ ଅନ୍ୟ କମର୍ସିଆଲ୍ ଭେଇକଲର ମୂଲ୍ୟ ବଢ଼ାଇବ ବୋଲି ଘୋଷଣା କରିଥିବା ବେଳେ ସୁଜୁକି କହିଛି ଖର୍ଚ୍ଚ ବଢ଼ି ଥିବାରୁ ମୂଲ୍ୟ ବଢ଼ାଇବ। ବିଳାଶମୟ କାର ତିଆରି କରୁଥିବା ଅଡି ମଧ୍ୟ ଗାଡ଼ି ତିଆରିରେ ଖର୍ଚ୍ଚ ଅଧିକ ହେଉଥିବାରୁ କାର୍ ମୂଲ୍ୟ ବଢ଼ାଇବ ବୋଲି ଘୋଷଣା କରିଛି। ଜାନୁଆରୀ ୧ ତାରିଖ ଠାରୁ ସମସ୍ତ କମ୍ପାନୀର ବର୍ଦ୍ଧିତ ଦର ଲାଗୁ ହେବ ବୋଲି ସୂଚନା ମିଳିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.