suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଟାଟା ମୋଟର୍ସର ଛୋଟ କାର ନାନୋର ଅପଡେଟେଡ୍ ଭର୍ସନ, ସ୍ଲିକ ଓ କ୍ୟୁଟ ହୋଇଛି ଲୁକ୍

7/07/2019 at 5:40 PM

ଭାରତର ଫେମସ ଯାନ ବାହାନ ନିର୍ମାତା କମ୍ପାନୀ ଟାଟା ମୋଟର୍ସ ନିଜର ନିଆରା ଯୋଜନା ଦ୍ବାରା ନାନୋର ନୂଆ ଭର୍ସନ ଲଞ୍ଚ କରିଛି। କିନ୍ତୁ ଏହି କାରକୁ ଗ୍ରାହକ ଅଧିକ ପସନ୍ଦ କରିନାହାନ୍ତି। କମ୍ପାନୀ  ଆଶା କରିଥିଲା ଯେ, ଏହି ଗାଡିକୁ ଗ୍ରାହକ ବହୁତ ପସନ୍ଦ କରିବେ। ନାନୋ କାର ବଜାରରେ ଅଧିକ ବିକ୍ରି ହେଉନଥିବାରୁ ଏହାର ଅପଡେଟେଡ୍‌ ମଡେଲ ଲଞ୍ଚ କରାଗଲା।  

ଟାଟା ନାନୋର ଏହି ଅପଡେଟେଡ୍‌ ଭର୍ସନର ନାଁ ହେଉଛି ଟାଟା ପିକ୍ସେଲ । ୨୦୧୨ ମସିହାରେ ଏହି ଗାଡିର ଡେମୋ ଅଟୋ ଏକ୍ସପୋରେ ଦେଖାଯାଇଥିଲା। ଲୁକ୍‌ରେ ଏହି ଗାଡି ନାନୋ ଭଳି ଦେଖାଯାଏ କିନ୍ତୁ ଷ୍ଟାଇଲ୍‌ରେ ଭାରତର ଅନ୍ୟ ଗାଡିଠୁ ମଧ୍ୟ ବହୁତ ନିଆରା ହୋଇଛି। ।

ଏବେ ଟାଟା ପିକ୍ସେଲ କେବଳ ୟୁରୋପରେ ଲଞ୍ଚ କରାଯାଇଛି। ଭାରତରେ ମଧ୍ୟ ଖୁବ୍‌ ଶୀଘ୍ର ଏହି ଗାଡିର ଇଲେକ୍‌ଟ୍ରିକ୍‌ ମଡେଲ ଲଞ୍ଚ କରାଯିବ। ଏହି ବିଷୟରେ କମ୍ପାନୀ କୌଣସି ଅଫିସିଆଲ ଘୋଷଣା କରିନାହିଁ।

ଟାଟା ପିକ୍ସେଲ କାରରେ ୧୦ କିଲୋୱାଟ୍‌ ବ୍ୟାଟ୍‌ରୀ ସହ ୨୨ କିଲୋୱାଟ୍‌ର ପାୱାର ଦିଆଯାଇଛି। ଏହା ସହ ସିଙ୍ଗଲ ସିଲିଣ୍ଡର ୩୨୫ ସିସି ପେଟ୍ରୋଲ ଇଂଜନ୍‌ର ଅପସନ ମଧ୍ୟ ଦିଆଯାଇଛି। ଏହା ମିଶିଲେ ୫୦୦ ନ୍ୟୁଟନ୍‌ ମିଟରର ପିକ୍‌ ଟର୍କ ଜେନେରେଟ କରିବାର ସକ୍ଷମ ରଖେ।  ଭାରତରେ ଏହି ଗାଡି ଲଞ୍ଚ ହେଲେ ଏହାର ମୂଲ୍ୟ ୨ ରୁ୨.୫ ଲକ୍ଷ ମଧ୍ୟରେ ରହିବ।                 

   Related Posts