ଏୟାର ଇଣ୍ଡିଆରେ TATA ବିଲୟ କରିବେ ତାଙ୍କର ୪ ଏୟାରଲାଇନ୍ସ, ରହିବନି ଭିସ୍ତାରା ବ୍ରାଣ୍ଡ : ରିପୋର୍ଟ

Published By : Prameya-News7 Bureau | November 18, 2022 IST

ନୂଆଦିଲ୍ଲୀ ୧୮।୧୧: ଟାଟା ଗ୍ରୁପ ତାଙ୍କର ଟଳମଳ ହେଉଥିବା ଏୟାରଲାଇନ୍ସ କାରବାରକୁ ପୁଣି ମଜଭୁତ କରିବା ଲାଗି ଉଦ୍ୟମ କରୁଛନ୍ତି। ଏଥିରେ ଗ୍ରୁପ ତାଙ୍କର ଅଲଗା ଅଲଗା ୪ ବିମାନ ସେବା ପ୍ରଦାନକାରୀ ବ୍ରାଣ୍ଡକୁ ଏୟାର ଇଣ୍ଡିଆ ବ୍ରାଣ୍ଡ ଅମ୍ବ୍ରେଲାରେ ଚଳେଇବାକୁ ଚାହୁଁଛନ୍ତି। ବିଲୟ ପରେ ଟାଟା ଗ୍ରୁପଙ୍କ ୪ ଏୟାରଲାଇନ୍ସ ଏୟାର ଇଣ୍ଡିଆ, ଭିସ୍ତାରା, ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଓ ଏୟାର ଏସିଆ ଇଣ୍ଡିଆ ଭବିଷ୍ୟତରେ ଏୟାର ଇଣ୍ଡିଆ ବ୍ରାଣ୍ଡରେ କାରବାର କରିବେ।

ସୂତ୍ର ଅନୁସାରେ ଭାରତର ସବୁଠୁ ବଡ ଗ୍ରୁପ ଭିସ୍ତାରା ବ୍ରାଣ୍ଡକୁ ସମାପ୍ତ କରିବା ଲାଗି ମଧ୍ୟ ବିଚାର କରାଯାଉଛି, ଯାହା ଭାରତରେ ସିଙ୍ଗାପୁର ଏୟାର ଲାଇନ୍ସ ଲମିଟେଡର ସ୍ଥାନୀୟ ୟୁନିଟ୍ ହୋଇଥିବା ବେଳେ ଟାଟା ଗ୍ରୁପର ସହଯୋଗୀ ମଧ୍ୟ। ତେବେ ଏହି ସୂଚନା ଅତ୍ୟନ୍ତ ଗୋପନୀୟ ବୋଲି କୁହାଯାଉଛି। ତଥ୍ୟାଭିଜ୍ଞ ମହଲ ଅନୁସାରେ ସିଙ୍ଗାପୁର ଏୟାର ଲାଇନ୍ସ(ଏସଆଇଏ) ମିଳିତ ୟୁନିଟ୍‌ରେ ଏବେ ନିଜ ଅଂଶର ଆକାର ମୂଲ୍ୟାୟନ କରୁଛନ୍ତି।

{"id":710783,"width":840,"height":630,"sizeSlug":"full","linkDestination":"none"}

ତେବେ ଏୟାର ଇଣ୍ଡିଆ ଓ ଭିସ୍ତାରାର ପ୍ରତିନିଧିଙ୍କୁ ଏ ନେଇ କରାଯାଇଥିବା ପ୍ରଶ୍ନର ଏ ପର୍ଯ୍ୟନ୍ତ ଉତ୍ତର ମିଳି ନାହିଁ। ତେବେ ସିଙ୍ଗାପୁର ଏୟାରଲାଇନ୍ସ ପକ୍ଷରୁ ଜାରି ଏକ ବୟାନରେ ଏ ନେଇ ଟାଟା ଓ ଏସଆଇଏ ମଧ୍ୟରେ ଆଲୋଚନା ଜାରି ରହିଛି। ଏହି ବୟାନରେ ସେଇଆ କୁହାଯାଇଛି ଯାହା ଗତ ଅକ୍ଟୋବର ୧୩ ତାରିଖ ଦିନ ଏକ୍ସଚେଞ୍ଜ ଫାଇଲିଂ କାଳରେ କୁହାଯାଇଥିଲା। ଏହା ଅନୁସାରେ ଏସଆଇଏ ଓ ଟାଟା ଗ୍ରୁପ ସେମାନଙ୍କ ଭାଗିଦାରୀକୁ ଆହୁରି ମଜଭୁତ କରିବା ପାଇଁ କାମ କରୁଛନ୍ତି। ଅର୍ଥାତ ଏୟାର ଇଣ୍ଡିଆ ଓ ଭିସ୍ତାରାର ବିଲୟ ହୋଇପାରେ।

ସେପଟେ ଏୟାର ଇଣ୍ଡିଆ ନୂଆ ମାଲିକ ଟାଟା ଗ୍ରୁପ ସହ ଏବେ ପରିବର୍ତ୍ତନ ଆଡକୁ ଆଗକୁ ବଢୁଛି। ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏବେ ଛୋଟ ବଡିର ୩୦୦ ବିମାନ କ୍ରୟ ଲାଗି ବିଚାର କରୁଛି। ଯଦି ଏହି ବିମାନଗୁଡିକର କ୍ରୟ ଲାଗି ଅର୍ଡର ଦିଆଯାଏ ତେବେ ଏହା ବିମାନ ଉଦ୍ୟୋଗର ଏପର୍ଯ୍ୟନ୍ତ ସବୁଠୁ ବଡ ଅର୍ଡର ହେବ। ଏୟାର ଇଣ୍ଡିଆଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ କ୍ୟାମ୍ପବେଲ ୱିଲସନ୍ ଗତମାସରେ ବିମାନ କମ୍ପାନୀ ତାଙ୍କର ୧୧୩ ବିମାନର ସ୍କ୍ୱାଡ୍ରନକୁ ଆଗାମୀ ୫ ବର୍ଷରେ ୩ ଗୁଣା କରିବାକୁ ଚାହୁଁଥିବା କହିଥିଲେ।

{"id":710784,"sizeSlug":"full","linkDestination":"none"}

ଅନ୍ୟପକ୍ଷରେ ଏୟାର ଇଣ୍ଡିଆ ଫଣ୍ଡିଂ ରାଉଣ୍ଡରେ ଅନୁନ୍ୟ ୧ ବିଲିୟନ ଡଲାର ସଂଗ୍ରହ କରିବାକୁ ଉଦ୍ୟମ କରୁଛି। ଯଦି ଏହି ରାଶି ସଂଗ୍ରହ ହୋଇ ଯାଏ ତେବେ ତେବେ କମ୍ପାନୀର ମୂଲ୍ୟ ପାଖାପାଖି ୫ ବିଲିୟନ ଡଲାରର ହୋଇଯିବ। ଏହା ଛଡା ଏୟାର ଇଣ୍ଡିଆ ୨୫ ଏୟାରବସ୍ ଏସଇ ଓ ୫ବୋଇଂ ବିମାନଙ୍କୁ ଡିସେମ୍ବର ସୁଦ୍ଧା ନିଜ ସହ ସାମିଲ କରିବା ଯୋଜନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.