ଆଗାମୀ ପାଞ୍ଚ ବର୍ଷରେ ୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ TATA ଗ୍ରୁପ୍‌, ସୂଚନା ଦେଲେ ଏନ ଚନ୍ଦ୍ରଶେଖରନ

Published By : Prameya-News7 Bureau | October 15, 2024 IST

ନୂଆଦିଲ୍ଲୀ: ଆଗାମୀ ପାଞ୍ଚ ବର୍ଷରେ ଟାଟା ଗ୍ରୁପ୍‌ ୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ। ଏସବୁ ନିଯୁକ୍ତି ସେମିକଣ୍ଟକ୍ଟର, ଇଲେକ୍ଟ୍ରିକ ଗାଡ଼ି, ବ୍ୟାଟେରୀ ଏବଂ ଏସବୁ ସହ ଜଡ଼ିତ ଅନ୍ୟାନ୍ୟ ଉଦ୍ୟୋଗ ଭଳି କ୍ଷେତ୍ରରେ ସୃଷ୍ଟି ହେବ। ମଙ୍ଗଳବାର ଇଣ୍ଡିଆନ ଫାଉଣ୍ଡେସନ ଫର କ୍ବାଲିଟି ମ୍ୟାନେଜମେଣ୍ଟର ଏକ ସମ୍ମିଳନୀରେ ଯୋଗଦେବା ଅବସରରରେ ଏହି ସୂଚନା ଦେଇଛନ୍ତି ଟାଟା ଗ୍ରୁପ୍‌ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ। 

ସେ କହିଛନ୍ତି, ଯଦି ଦେଶ ମ୍ୟାନୁଫାକଚରିଂ କ୍ଷେତ୍ରରେ ଚାକିରି ସୃଷ୍ଟି କରିପାରିବନି ତେବେ, ଭାରତ ଏକ ବିକଶିତ ରାଷ୍ଟ ହେବାର ଲକ୍ଷ୍ୟ ହାସଲ କରିପାରିବନାହିଁ। ଚନ୍ଦ୍ରଶେଖରନ କହିଛନ୍ତି, ଟାଟା ଗ୍ରୁପ୍‌ର ମ୍ୟାନୁଫାକଚରିଂ, ଆସେମ୍ବଲି, ଇଲେକ୍ଟ୍ରିକ ଯାନ, ବ୍ୟାଟେରୀ ଏବଂ ଏହା ସହ ଜଡ଼ିତ ବିଭିନ୍ନ ଉଦ୍ୟୋଗରେ ନିବେଶ କରିଛି। ଏହି ନିବେଶ ଯୋଗୁଁ ପାଞ୍ଚ ବର୍ଷରେ ୫ ଲକ୍ଷ ବିନିର୍ମାଣ ଚାକିରି ସୃଷ୍ଟି ହେବ। କେବଳ ସେତିକି ନୁହେଁ ଏହା ଦ୍ବାରା ଆଉ ୫ ଲକ୍ଷ କ୍ଷୁଦ୍ର, ମଧ୍ୟମ ଆକାରର କମ୍ପାନି ମଧ୍ୟ ହେବ। ଫଳରେ ଅନେକ ଅପ୍ରତ୍ୟକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ।  

ତେବେ ନିଯୁକ୍ତି ବିଷୟରେ ସେ ସମ୍ପୂର୍ଣ୍ଣ ବିବରଣୀ ଦେଇନଥିଲେବି, ନୂଆ ଯୁଗର ଉତ୍ପାଦନ ଯେପରିକି, ସେମିକଣ୍ଡକ୍ଟରର ମହତ୍ବକୁ ସ୍ପଷ୍ଟ କରିଛନ୍ତି। ସେ ଆହୁରି କହିଛନ୍ତି ଆଗାମୀ ଦିନରେ ୧୦ କୋଟି ନିଯୁକ୍ତି ସୃଷ୍ଟି କରିବୁ । ଆସାମରେ ଗ୍ରୁପ୍‌ର ଆଗାମୀ ସେମିକଣ୍ଡକ୍ଟର ପ୍ଲାଣ୍ଟ ଏବଂ ଇଲେକ୍ଟ୍ରିକ୍‌ ଯାନ ଏବଂ ବ୍ୟାଟେରୀ ପାଇଁ ନୂଆ ମ୍ୟାନୁଫାକଚରିଂ ୟୁନିଟ୍‌ କଥା ମଧ୍ୟ କହିଛନ୍ତି ଚନ୍ଦ୍ରଶେଖରନ। ଯେଉଁଥିରେ ଗୋଟିଏ ଚାକିରି ସୃଷ୍ଟିରେ ୮ରୁ ୧୦ ଅପ୍ରତ୍ୟକ୍ଷ ଚାକିରି ସୃଷ୍ଟି ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.