ହଲଦୀରାମରେ ୫୧ ପ୍ରତିଶତ ଅଂଶଧନ କିଣିବାକୁ ଟାଟାର ଖଣ୍ଡନ, ସେୟାର ବଜାରକୁ ସ୍ପଷ୍ଟ କଲା ଗ୍ରୁପ୍
6/09/2023 at 8:28 PM

ନୂଆଦିଲ୍ଲୀ: ଫୁଡ୍ କମ୍ପାନି ହଲଦୀରାମରେ ୫୧ ପ୍ରତିଶତ ଅଂଶଧନ କିଣିବା ଖବରକୁ ଖଣ୍ଡନ କରିଛି ଟାଟା ଗ୍ରୁପ୍ । ଗ୍ରୁପ୍ର ଗ୍ରାହକ ୟୁନିଟ୍ ଟାଟା କନଜ୍ୟୁମର ପ୍ରୋଡକ୍ଟସ୍ ଲିମିଟେଡ୍ ଶେୟାର ବଜାରକୁ କହିଛି ଏଭଳି ଖବର ଭୁଲ୍ । କମ୍ପାନି ଏହା ସ୍ପଷ୍ଟ କରିଛି ଯେ ଏହି ସମ୍ବନ୍ଧରେ କୌଣସି କଥାବର୍ତ୍ତା ହୋଇନାହିଁ। ପ୍ରକୃତରେ ଏଭଳି ଖବର ଆସିବା ପରେ ବିଏସଇ ଏବଂ ଏନଏସଇ ଟାଟା କନଜ୍ୟୁମରକୁ ଜବାବ ମାଗିଥିଲେ। ଉତ୍ତରରେ ଟାଟା କନଜ୍ୟୁମର ସ୍ପଷ୍ଟ କରିଛି ଯେ ଏଭଳି କୌଣସି କଥାବାର୍ତ୍ତା ଚାଲୁନାହିଁ।
ପ୍ରକୃତରେ, ବୁଧବାର ଏଭଳି ଖବର ଆସିଥିଲା ଯେ, ଟାଟା ଘରୋଇ ଫୁଡ୍ କମ୍ପାନି ହଲଦୀରାମରେ ୫୧ ପ୍ରତିଶତ ଅଂଶଧନ କିଣିବା ପାଇଁ କଥାବାର୍ତ୍ତା ଜାରି ରଖିଛି। ରିପୋର୍ଟରେ କୁହାଯାଇଥିଲା ଯେ, ଟାଟା ଗ୍ରୁପ୍ ଏହି ୫୧ ପ୍ରତିଶତ ଅଂଶଧନ କିଣିବାକୁ ଇଚ୍ଛୁକ। କିନ୍ତୁ ହଲଦିରାମ ଏହି ଡିଲ୍ ପାଇଁ ଦାବି କରିଥିବା ୧୦ ବିଲିୟନ ଡଲାରକୁ ସହ ସହମତ ନୁହେଁ।
ଆହୁରି ପଢ଼ନ୍ତୁ: ଲଞ୍ଚ ହେଲା Honda Elevate: କ୍ରେଟା, ସେଲ୍ଟସ୍କୁ ଦେବ ଟକ୍କର
ଏଭଳି ରହିଛି ବ୍ୟବସାୟ:
ପ୍ରାୟ ୮୫ ବର୍ଷ ତଳେ ୧୯୩୭ରେ ଭୁଜିଆ, ନମକିନ୍ ଓ ମିଠାଇ ବିକ୍ରି ଆରମ୍ଭ କରିଥିଲା ହଳଦୀରାମ । ଦୀର୍ଘ ବର୍ଷ ଧରି କମ୍ପାନୀ ଏହି କ୍ଷେତ୍ରରେ ଦବଦବା ଜାହିର୍ କରି ଆସିଛି । ୟୁରୋମନିଟର ଅନୁସାରେ, ଭାରତରେ ସ୍ନାକ୍ସ ମାର୍କେଟ ୬.୨ ଅରବ ଡଲାରର । ଭାରତୀୟ ମାର୍କେଟରେ ହଳଦୀରାମର ୧୩ ପ୍ରତିଶତ ଅଂଶ ରହିଥିବା ବେଳେ ପେପ୍ସି, ଲେଜ୍ ଚିପ୍ସର ୧୨ ପ୍ରତିଶତ ଅଂଶ ରହିଛି । ଭାରତ ବାହାରେ ସିଙ୍ଗାପୁର ଓ ଆମେରିକା ଭଳି ବିଦେଶ ବଜାରରେ ହଳଦୀରାମ ସାମଗ୍ରୀର ଚାହିଦା ରହିଛି । ଦେଶରେ ହଳଦୀରାମର ୧୫୦ରୁ ଅଧିକ ରେଷ୍ଟୁରାଣ୍ଟ ରହିଛି । ଯେଉଁଠି କମ୍ପାନୀ ସ୍ଥାନୀୟ ଖାଦ୍ୟ ସହ ମିଠାଇ ଓ ଅନ୍ୟ ଖାଦ୍ୟ ବିକ୍ରି କରୁଛି । ଏହା ବ୍ୟତୀତ ହଲଦିରାମ ସିଙ୍ଗାପୁର ଏବଂ ଆମେରିକା ଭଳି କମ୍ପାନି ଅନେକ ବିଦେଶୀ ବଜାରକୁ ରପ୍ତାନୀ ମଧ୍ୟ କରିଥାଏ।