ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

‘ଛଟେଇ କରିବାର ଉଦ୍ଦେଶ୍ୟ ନାହିଁ’, ଷ୍ଟାର୍ଟଅପ୍ କମ୍ପାନୀରୁ ବାହର ହୋଇଥିବା କର୍ମଚାରୀଙ୍କୁ ନିଯୁକ୍ତି କରିବା ନେଇ କହିଲା ଟିସିଏସ

19/02/2023 at 9:43 PM

ନୂଆଦିଲ୍ଲୀ, ୧୯/୦୨: ଜାରି ରହିଛି କର୍ମଚାରୀଙ୍କ ଛଟେଇ। ଷ୍ଟାର୍ଟଅପ୍‌ରୁ ନେଇ ଅନେକ ବଡ଼ ବଡ଼ ଟେକ୍ କମ୍ପାନୀ ଏବେବି କର୍ମଚାରୀଙ୍କ ଛଟେଇ କରୁଛନ୍ତି। ଆଉ ଏହି ସବୁ ଛଟେଇ ଯୋଗୁଁ କର୍ମଚାରୀମାନେ ଅନେକ ଅସୁବିଧାର ମଧ୍ୟ ସାମ୍ନା କରୁଛନ୍ତି। କିନ୍ତୁ ଏହାରି ମଧ୍ୟରେ ଟାଟା କନ୍‌ସଲଟେନ୍ସି ସର୍ଭିସ୍‌ ଅର୍ଥାତ୍ ଟିସିଏସ୍‌ କର୍ମଚାରୀଙ୍କ ଛ​‌ଟେଇଙ୍କୁ ନେଇ ବଡ଼ ବୟାନ ଦେଇଛି। ଟିସିଏସ୍‌ର କୌଣସି କର୍ମଚାରୀଙ୍କ ଛଟେଇ କରିବାର ଉଦ୍ଦେଶ୍ୟ ନଥିବା କହିଛି କମ୍ପାନି। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଟିସିଏସରେ ଆମେ ପ୍ରତିଭାଙ୍କୁ ଲମ୍ବା କ୍ୟାରିୟର ପାଇଁ ପ୍ରସ୍ତୁତ କରୁଛୁ।

ଟିସିଏସର ଏଚଆର ହେଡ ଅଫିସର ମିଲିନ୍ଦ ଲକ୍କଡ଼ କହିଛନ୍ତି ଯେ, କମ୍ପାନୀ ଷ୍ଟାର୍ଟଅପ୍‌ କମ୍ପାନୀରୁ ଚାକିରି ହରାଇଥିବା କର୍ମଚାରୀଙ୍କ ନିଯୁକ୍ତି ଦେବ। ଦୁନିଆରେ ବଡ଼ ବଡ଼ ଆଇଟି କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଥିବା ସମୟରେ ଲକ୍କଡ଼ଙ୍କ ଏହି ବୟାନ ଏକ ଭଲ ଖବର ଭାବରେ ଦେଖାଯାଉଛି। ଲକ୍କଡ଼ କହିଛନ୍ତି ଆମେ ଛଟେଇରେ ବିଶ୍ବାସ ରଖୁନାହିଁ, ଆମେ ପ୍ରତିଭାକୁ ପ୍ରୋତ୍ସାହିତ କରୁ।

ସେ ଆହୁରି କହିଛନ୍ତି କମ୍ପାନୀମାନଙ୍କୁ ଏଭଳି ପଦକ୍ଷେପ ଏଥିପାଇଁ ନେବାକୁ ପଡ଼ୁଛି, କାରଣ ସେମାନେ ଆବଶ୍ୟକତାଠାରୁ ଅଧିକ ଲୋକଙ୍କୁ କାମରେ ରଖିଥିଲେ। କିନ୍ତୁ ଏନେଇ ସବୁବେଳେ ସତର୍କ ରହିଥାଏ ଟିସିଏସ। ଯେତେବେଳେ କେହି କର୍ମଚାରୀ କମ୍ପାନୀ ସହ ଯୋଡ଼ି ହେଉଛି ସେତେବେଳେ କମ୍ପାନୀ ଏହା ସୁନିଶ୍ଚିତ କରିଥାଏ ଯେ ସେ ତାଙ୍କୁ ଫାଇଦା ଦେଉ।

ଅନେକ ସମୟରେ ଏଭଳି ସ୍ଥିତି ଆସିଥାଏ ଯେତେବେଳେ କର୍ମଚାରୀଙ୍କ ପାଖରେ ଥିବା ଦକ୍ଷତା ଆମର ଆବଶ୍ୟକତା ଠାରୁ କମ୍ ହୋଇଥାଏ। ଏଭଳି ସମୟରେ ଆମେ କର୍ମଚାରୀଙ୍କୁ ସମୟ ଦେଇଥାଉ ଏବଂ ତାଙ୍କୁ ଟ୍ରେନିଂ ଦେଇଥାଉ। ଟିସିଏସର କର୍ମଚାରୀଙ୍କ ସଂଖ୍ୟା ୬ ଲକ୍ଷରୁ ଅଧିକ। ଲକ୍କଡ଼ କହିଛନ୍ତି କମ୍ପାନୀ ଏଥିର ମଧ୍ୟ କର୍ମଚାରୀଙ୍କୁ ଗତ ବର୍ଷ ଭଳି ସମାନ ଦରମା ବୃଦ୍ଧି କରିବ।

ସୂଚନାଯୋଗ୍ୟ, ଆଲଫାବେଟ୍, ମେଟା, ଆମାଜନ, ଟ୍ବିଟର, ମାଇକ୍ରୋସଫ୍ଟ ଭଳି ଅନେକ ଟେକ୍ କମ୍ପାନୀ ବହୁ ସଂଖ୍ୟାରେ କର୍ମଚାରୀଙ୍କୁ ବାହାର କରିଛନ୍ତି। ଟେସଲା, ନେଟଫ୍ଲିକ୍ସ, ସ୍ପଟିଫାଇ ଭଳି ଅନେକ କମ୍ପାନୀ ମଧ୍ୟ ଛଟେଇ କରିଥିବା ତାଲିକାରେ ରହିଛନ୍ତି।

   Related Posts