ପମ୍ପ୍‌ ଦେବା ବେଳେ ଚଢିଗଲା ଟ୍ରକ୍, ଚାଲିଗଲା ଡ୍ରାଇଭରଙ୍କ ଜୀବନ

Published By : Prameya-News7 Bureau | June 24, 2022 IST

ଢେଙ୍କାନାଳ : ଟାଟା ଏସିଇ ଚକରେ ପମ୍ପ୍ ଦେଉଥିବା ବେଳେ ଅଘଟଣ । ଟ୍ରକ୍ ଚଢିଯିବାରୁ ଘଟଣାସ୍ଥଳରେ ଟାଟା ଏସିଇ ଡ୍ରାଇଭରଙ୍କ ଜୀବନ ଚାଲିଯାଇଛି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ଛକ ନିକଟରେ । ମୃତକ ଜଣଙ୍କ ସଦର ଥାନା ଅନ୍ତର୍ଗତ ବୋରାପଦା ଗ୍ରାମର ସୁଶାନ୍ତ ନାୟକ ।

ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ବଳଦିଆବନ୍ଧରେ ଏକ ଟାୟାର ରିପ୍ୟାରିଂ ଦୋକାନରେ ସୁଶାନ୍ତ ଚଳାଉଥିବା ଏକ ଟାଟା ଏସିଇରେ ପମ୍ପ୍ ଦେଉଥିଲେ । ମାତ୍ର ଜାତୀୟ ରାଜପଥରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଚକ ନିକଟରେ ଥିବା ସୁଶାନ୍ତଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ସୁଶାନ୍ତଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିବା ଜଣାପଡିଛି । ଗୋବିନ୍ଦପୁର ଫାଣ୍ଡି ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ଘଟାଇ ଟ୍ରକ୍‌ଟି ପଳାଇଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.