ତପ୍ତପାଣି ରାଜ ପଥରେ ଟାଟା ଏସି ଓଲଟି ୨୦ ଆହତ, ୬ ଗୁରୁତର

Published By : Prameya-News7 Bureau | June 05, 2022 IST

ସାନଖେମୁଣ୍ଡି ୦୫ / ୦୬ : ପାଟପୁର ଥାନା ଅନ୍ତର୍ଗତ ଗଞ୍ଜାମ-ଗଜପତି ସୀମାନ୍ତ ୩୨୬ ନମ୍ବର ଜାତୀୟ ରାଜପଥ ଟି. ଗୋବିନ୍ଦପୁର ପଞ୍ଚାୟତ ଦଶେଇପୁର ଗାଁ ପାଖରେ ଏକ ଟାଟା ଏସି ଗାଡ଼ି ଓଲଟି ୬ ଜଣ ଆହତ ହୋଇଛନ୍ତି l ସୂଚନାଯୋଗ୍ୟଯେ, ରବିବାର ଏକ ଟାଟା ଏସି ଗଜପତି ଜିଲ୍ଲା ମୋହନାରୁ ଦିଗପହଣ୍ଡି  ଆଡ଼କୁ ଯାଉଥିବା ବେଳେ ଗାଡ଼ିଟି ଗୁହାରିଆଖୋଲ ବାଉଁଶିଆନାଳ ବୁଲାଣିଆ ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଛିl

ଗାଡ଼ିରେ ଲିଫ୍ଟ ମାଗି ଟିଗୋବିନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟରୁ ଚାଉଳ ଧରି ଆସୁଥିବା ଶ୍ରୀରାମନଗର ଓ ଗୁହାରୀଆଖୋଲର ୧୮ ଜଣ ଓ ଦୋଳବ ଗାଁର ୨ ଜଣଙ୍କ  ସହିତ ମୋଟ ୨୦  ଜଣ ଆହତ ହୋଇଛନ୍ତି। ଗୁହାରିଆଖୋଲର ଗୁରୁବାରି ଶବର, ଭିକା ଗମାଙ୍ଗ, ଆରତି ଶବର, ଚୈତନ୍ୟ ଶବର, ଶ୍ରୀରାମନଗରର ଡୁନି ଗମାଙ୍ଗ, ନିରଞ୍ଜନ ମଣ୍ଡଳ, ପ୍ରମୁଖ ଗୁରୁତର ଆହତ ହୋଇଛନ୍ତିl ସେହିଭଳି ଚିନ୍ତାମଣି ଗମାଙ୍ଗ, ଲଳିତା ଗମାଙ୍ଗ, ତପସ୍ଵିନୀ ଭୁୟାଁ, ଯଶୋବନ୍ତି ଭୁୟାଁ, ଭଗବତୀ ଶବର, ରୁକ୍ମିଣୀ ଭୁୟାଁ, ଲକ୍ଷ୍ମୀ ଗମାଙ୍ଗ, ସୁଚିତ୍ରା ଗମାଙ୍ଗ ପ୍ରମୁଖ ଆହତ ହୋଇଛନ୍ତି।ଖବର ପାଇ ପାଟପୁର ପୋଲିସ ଓ ପୋଡ଼ାମାରି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି ବୋଲି ଜଣାପଡ଼ିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.