କାରରେ ଲେଖା ହୋଇଥିଲା ପ୍ରେସ୍, ଭର୍ତ୍ତି ହୋଇଥିଲା ଗଞ୍ଜେଇ, ଟାଟା ଏସି ସହ ଧକ୍କା ପରେ ତାଜୁବ ହୋଇଗଲା ପୋଲିସ

Published By : Prameya-News7 Bureau | March 01, 2021 IST

ଦେଓଗାଁ ୦୧।୦୩ : କାରରେ ଲେଖା ହୋଇଥିଲା ପ୍ରେସ୍। କିନ୍ତୁ ଭିତରେ ଏମିତି ଥିଲା ଜିନିଷ ଯାହା ଦେଖି ପୋଲିସ ତାଜୁବ ହୋଇ ଯାଇଥିଲା। ଏ ପୁଣି ସେମିତି ନୁହେଁ ଟାଟା ଏସି ସହ କାରର ଧକ୍କା ହେବା ପରେ ପଦାକୁ ଆସିଲା ଗଞ୍ଜେଇର ବେଆଇନ ଚୋରା ଚାଲାଣ। ଏମିତି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବଙ୍ଗଳା ଛକ ନିକଟରେ।

ସୂଚନା ଅନୁଯାୟୀ ସୋମବାର ସକାଳ ୫ଟାରେ ଏକ ଟାଟା ଏସି ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ସେଠାରେ ଦୁଇଜଣ ଆହତକୁ ପୋଲିସ ଉଦ୍ଧାର କରି ଡାକ୍ତରଖାନା ପଠାଇ ଗାଡ଼ିକୁ ଅଟକ ରଖିଥିଲେ। ତେବେ ଦୁର୍ଘଟଣାଗ୍ରସ୍ତ କାରରେ 'ପ୍ରେସ' ଲେଖା ଥିବାରୁ ପୋଲିସ ଯାଞ୍ଚ କରି ଥିଲା। କିଛି ସମୟର ଯାଞ୍ଚ ପରେ ସେହି ଗାଡ଼ିରେ ଗଞ୍ଜେଇ ଥିବା ଜାଣିବାକୁ ମିଳିଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉକ୍ତ ଗାଡିରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଅଭିଯୁକ୍ତମାନେ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି। ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.