ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ତସ୍‌ଲିମାଙ୍କ ଚାଞ୍ଚଲ୍ୟକର ଟ୍ବିଟ୍‌: ବାଂଲାଦେଶ ମସ୍‌ଜିଦରେ ପ୍ରତି ଦିନ ଶିଶୁଙ୍କୁ ଦୁଷ୍କର୍ମ କରୁଛନ୍ତି ଇମାମ୍‌, ହେଲା ହଇଚଇ

9/12/2020 at 8:01 PM

ନୂଆଦିଲ୍ଲୀ ୦୯/୧୨: ଧର୍ମକୁ ନେଇ କଟାକ୍ଷ, ବିବାଦୀୟ ମନ୍ତବ୍ୟ ଓ ନିଜର ଲେଖା ପାଇଁ ପ୍ରସିଦ୍ଧ ତସଲିମା ନସରୀନ ନିଜର ଏକ ବୟାନ ପାଇଁ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଜାତୀୟ ଗଣମାଧ୍ୟରେ ପ୍ରକାଶିତ ଖବର ଅନୁଯାୟୀ ତସଲିମା ଅଭିଯୋଗ ଆଣିଛନ୍ତି ଯେ ବାଂଲାଦେଶର ମସ୍‌ଜିଦ-ମଦରାସାଗୁଡ଼ିକରେ ପ୍ରତି ଦିନ ବଳାତ୍କାର ହେଉଛି । ତେବେ ଏନେଇ ତସଲିମାଙ୍କ ଟ୍ବିଟ୍‌ ମଧ୍ୟ ଭାଇରାଲ୍‌ ହେଉଛି।

ତସଲିମା ଟ୍ବିଟ୍‌ କରି କହିଛନ୍ତି, ‘ବାଂଲାଦେଶର ମସ୍‌ଜିଦ୍‌ ଓ ମଦରାସାରେ ଇମାମ ଓ ମଦରାସାର ଟିଚର ପ୍ରତିଦିନ ପିଲାମାନଙ୍କୁ ବଳାତ୍କାର କରୁଛନ୍ତି। ସେମାନେ ଆହ୍ଲାଙ୍କ ନାଁରେ ରେପ୍‌ କରୁଛନ୍ତି। ଆହ୍ଲା ସେମାନଙ୍କୁ ପାପକୁ କ୍ଷମା କରିଦେବେ ଯଦି ସେମାନେ ଦିନରେ ୫ ଥର ନମାଜ ପଢ଼ୁବେ।’

ସୂଚନାଯୋଗ୍ୟ, ବାଂଲାଦେଶ ମୂଳର ତସଲିମା ନସରୀନ ଧର୍ମର ରୀତି-ନୀତିକୁ ନେଇ ଥିବା ବିଭିନ୍ନ ଅନ୍ଧବିଶ୍ବାସ ଉପରେ ସ୍ବର ଉଠାନ୍ତି। ତେଣୁ ସେ ବହୁ ବାର ଆକ୍ରୋଶର ଶିକାର ହୋଇଛନ୍ତି। ଅନେକ ଥର ତସଲିମାଙ୍କୁ ହତ୍ୟା ଧମକ ମଧ୍ୟ ମିଳିସାରିଛି। ତେଣୁ ତସଲିମାଙ୍କୁ ନିଜ ଦେଶରୁ ନିର୍ବାସିତ ହେବାକୁ ପଡ଼ିଲା। ଏବେ ସେ ଭାରତରେ ରହୁଛନ୍ତି। ଏହା ପୂର୍ବରୁ ସଂଗୀତ ନିର୍ଦେଶକ ଏ ଆର ରହମାନଙ୍କ ଝିଅ ଖତିଜା ରହମାନଙ୍କ ବୁର୍ଖା ପିନ୍ଧିବାକୁ ନେଇ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ତସଲିମର ନସରୀନ।

   Related Posts