ଏ.ଆର. ରହେମାନଙ୍କ ଝିଅଙ୍କ ବୁର୍ଖାକୁ ନାପସନ୍ଦ କଲେ ତସ୍ଲିମା ନସ୍ରୀନ, ଜବାବ ରଖିଲେ ଖତୀଜା… internetରେ ଆସୁଛି ଆକ୍ସନ୍-ରିଆକ୍ସନ
17/02/2020 at 4:06 PM

ମୁମ୍ବାଇ୧୭।୨:ଗୀତିକାର ଏ.ଆର. ରହେମାନଙ୍କ ଝିଅ ଖତୀଜା ରହେମାନ ଓ ଲେଖିକା ତସ୍ଲିମା ନସରୀନଙ୍କ ମଧ୍ୟରେ ବୁର୍ଖାକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ୍ ତର୍କ ଚାଲିଛି। ନିକଟରେ ତସ୍ଲିମା ଏକ ଆଲୋଚନାରେ ଜଣେ ସଭ୍ୟ ପରିବାରର ସଦସ୍ୟ ହୋଇ ମଧ୍ୟ ଅନ୍ୟାମନେ କିପରି ତାଙ୍କ ବ୍ରେନ୍ୱାଶ କରିପାରୁଛନ୍ତି ତାର ଚର୍ଚ୍ଚା କରିଥିଲେ । ସେ ବୁର୍ଖାର ଏକ ଫଟୋ ସେୟାର କରି ଏ.ଆର. ରହେମାନଙ୍କ ଗୀତ ତାଙ୍କୁ ଖୁବ୍ ପସନ୍ଦ ବୋଲି ଲେଖିଥିଲେ। ହେଲେ ତାଙ୍କ ଝିଅଙ୍କୁ ଦେଖିଲେ ଖରାପ ଲାଗେ ବୋଲି ଉଲ୍ଲେଖ କରିଥିଲେ । କାରଣ ସେ ବୁର୍ଖାକୁ ନାପସନ୍ଦ କରନ୍ତି ବୋଲି କହିଥିଲେ ତସ୍ଲିମା।
ଖତୀଜା ତସ୍ଲିମାଙ୍କ ଟୁଇଟର୍ ସ୍କ୍ରିନଶୋଟ୍ ସେୟାର କରି ଏହାର ଜବାବ ରଖିଥିଲେ। ଉଲ୍ଲେଖ କରିଥିଲେ ଯେ ପ୍ରାୟ ବର୍ଷ ପରେ ଏହି ବିଷୟ ପୁଣିଥରେ ଚର୍ଚ୍ଚାକୁ ଆସିଛି। ଦେଶରେ କେତେ କ’ଣ ହେଉଛି, ହେଲେ ଜଣେ ମହିଳା କ’ଣ ପିନ୍ଧୁଛନ୍ତି ତାକୁ ନେଇ ସମସ୍ତେ ଚିନ୍ତାରେ ଥାନ୍ତି। ତେବେ ଏ ବିଷୟରେ ଯେବେ ଚର୍ଚ୍ଚା ହୁଏ ତାଙ୍କୁ ବହୁତ ଖରାପ ଲାଗେ ବୋଲି ଉଲ୍ଲେଖ କରିଛନ୍ତି । ଏକ କାର୍ଯ୍ୟକ୍ରମରେ ଖତୀଜା ବୁର୍ଖାରେ ଦେଖାଯିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ସେଥିପାଇଁ ସେ ଖୁବ ଟ୍ରୋଲ୍ ମଧ୍ୟ ହୋଇଥିଲେ। ଅପରପକ୍ଷରେ ଖତୀଜା ମଦ୍ୟ ଚୁପ୍ ରହିନଥିଲେ। ସେ ମଧ୍ୟ କଡା ଜବାବ ଦେଇଥିଲେ।