ପୁଣି ଜାତିଗତ ହିଂସା: ପାଞ୍ଚ ଘଣ୍ଟା ଧରି ପିଟିଲେ, ଯୁବକଙ୍କ ଉପରେ ପରିସ୍ରା କଲେ, ୬ ଜଣକୁ ଗିରଫ କଲା ପୋଲିସ

Published By : Prameya-News7 Bureau | November 02, 2023 IST

ନୂଆଦିଲ୍ଲୀ: ତାମିଲନାଡୁର ତିରୁନେଲବେଲୀରେ ଏକ ଚକିତ କରିଦେବା ଭଳି ଖବର ସାମ୍ନାକୁ ଆସିଛି। ଏଠାରେ ପୁଣି ଜାତିଗତ ହିଂସାର ଶିକାର ହୋଇଛନ୍ତି ଦୁଇ ଯୁବକ। ହିଂସାର ଶିକାର ଦୁଇ ଯୁବକଙ୍କୁ ଉଲଗ୍ନ କରି ତାଙ୍କ ଉପରେ ପରିସ୍ରା କରିଛନ୍ତି କିଛି ଯୁବକ। ତେବେ ଏହି ମାମଲାରେ ତରୁନେଲବେଲୀ ପୋଲିସ ୬ ଜଣକୁ ଗିରଫ କରିଛି।

ପୋଲିସ୍‌ର କହିବା ଅନୁଯାୟୀ, ଏମାନେ ଦୁଇ ଦଳିତଙ୍କୁ କଥିତ ଭାବରେ ଉଲଗ୍ନ କରିବା ସହ ତାଙ୍କର ଟଙ୍କା ଏବଂ ମୋବାଇଲ ଫୋନ୍‌ ଲୁଟ୍ବା କରିଥିଲେ। ଏହା ପୂର୍ବରୁ ସେମାନଙ୍କୁ ପିଟିବା ସହ ତାଙ୍କ ଉପରେ ପରିସ୍ରା ମଧ୍ୟ କରିଥିଲେ। ଆଉ ଏହି ମାମଲାରେ ପଛୁଆ ବର୍ଗର ଛଅ ଜଣକୁ ଗିରଫ କରାଯାଇଛି।ସେମାନଙ୍କ ବିରୋଧରେ ଆଇପିସି ଏବଂ ଏସସି/ଏସଟି ଆକ୍ଟର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ଏହି ଘଟଣା ଅ​‌କ୍ଟୋବର ୩୦ରେ ଘଟିଥିଲା। ଦୁଇ ପୀଡ଼ିତ ଅଭିଯୋଗ କରିଛନ୍ତି ଯେ, ସେମାନେ ଥମିରାବରାଦୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଏହି ସମୟରେ ସେଠାରେ ଛଅ ଅଭିଯୁକ୍ତ ଯୁବକ ତାଙ୍କଠାରୁ ଟଙ୍କା ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ଯେତେବେଳେ ସେମାନଙ୍କୁ ତାଙ୍କର ଜାତି ଜଣାପଡ଼ିଥିଲା ସେମାନେ ପିଟିବାକୁ ଆରମ୍ଭ କରିଦେଇଥିଲେ। ଆଉ ତାଙ୍କ ଉପରେ ପରିସ୍ରା ମଧ୍ୟ କରିଥିଲେ। ସେମାନ ତାଙ୍କ ଠାରୁ ୫ହାଜାର ଟଙ୍କା ଏବଂ ଡେବିଟ୍ କାର୍ଡ ଛଡ଼ାଇ ନେଇଥିଲେ।ପୀଡ଼ିତ ନଗ୍ନ ଅବସ୍ଥାରେ ଘରକୁ ଫେରିଥିଲେ ଆଉ ପରିବାର ଲୋକଙ୍କୁ ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ମୋତେ ‘ମାଇ ଲର୍ଡ’ କହିବା ବନ୍ଦ କରନ୍ତୁ, ମୁଁ ଆପଣଙ୍କୁ ଅଧା ଦରମା ଦେଇ ଦେବି…ଆଇନଜୀବୀଙ୍କୁ କହିଲେ ଜଜ୍

ଜଣେ ପୋଲିସ୍‌ ଅଧିକାରୀଙ୍କ କହିବା ଅନୁଯାୟୀ ମାମଲା ସନ୍ଧ୍ୟା ସାଢ଼େ ସାତଟାରୁ ଆରମ୍ଭ ହୋଇଥିଲା। ଆଉ ରାତି ୧ଟା ପର୍ଯ୍ୟନ୍ତ, ପ୍ରାୟ ପାଞ୍ଚ ଘଣ୍ଟା କାଳ ଏଭଳି ଚାଲିଥିଲା। ପୀଡ଼ିତଙ୍କର ତିରୁନେଲବେଲୀ ସରକାରୀ ହସ୍ପିଟାଲରେ ଚିକିତ୍ସା ଚାଲିଛି।

ସେପଟେ ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ବିରୋଧୀ ନେତା ଏଡପ୍ପାଦୀ ପଲାନୀସ୍ବାମୀ (ଇପିଏସ)ଗୁରୁବାର ଏଭଳି ମାମଲା ପାଇଁ ରାଜ୍ୟର ଡିଏମକେ ସରକାରକୁ ଦୋଷୀ କହିଛନ୍ତି। ସେ କହିଛନ୍ତି ଏହା ସମଗ୍ର ମାନବାକୁ ଅପମାନିତ କରୁଛି। ପୋଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ କରିବାକୁ ହେବ ଏବଂ ସରକାରଙ୍କୁ ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ହେବ। ଏହି ସରକାର ଏଭଳି ଜାତିଗତ ଅତ୍ୟାଚାର ହେଉଛି।’’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.