ଡାଏବେଟିଜ,ବ୍ଲଡ ପ୍ରେସର ଏବଂ କ୍ୟାନସରର କାଳ ହୋଇଥାଏ ଏହି ତରକାରି: ୧୫ଦିନରେ କମାଇଥାଏ ପେଟର ଚର୍ବି

Published By : Prameya-News7 Bureau | April 04, 2019 IST

ସାରୁ ତରକାରୀ ପ୍ରାୟ ଲୋକଙ୍କୁ ଭଲ ଲାଗିନଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏହି ତରକାରୀ ଯେତିକି ସୁଆଦିଆ ହୋଇଥାଏ ସେତିକି ସ୍ବାସ୍ଥପ୍ରଦ ମଧ୍ୟ ହୋଇଥାଏ। ଆୟୁର୍ବେଦରେ ମଧ୍ୟ ସାରୁର ଅନେକ ଗୁଣ ବିଷୟରେ ଲେଖାଯାଇଛି। ସାରୁର ପତ୍ର ଏବଂ ଚେରକୁ ତରକାରୀ କରି ଖିଆଯାଏ।

{"id":100105,"width":594,"height":396}

ସାରୁରେ ଫାଇବର,ପ୍ରୋଟିନ,ପୋଟାସିୟମ,ଭିଟାମିନ ସି,ଭିଟାମିନ ଏ,କ୍ୟାଲସିୟମ ଏବଂ ଆଇରନ ଭଳି ପୋଷକ ତତ୍ତ୍ବ ମିଳିଥାଏ। ଏହା ବ୍ୟତୀତ ଏଥିରେ ବହୁତ କମ୍ ମାତ୍ରାରେ ସୋଡ଼ିୟମ୍ ଏବଂ ଫ୍ୟାଟ୍ ରହିଥାଏ। ଏହି ତରକାରୀ କାର୍ବୋହାଇଡ୍ରେଟ ଏବଂ ଫୋଲେଟର ଭଣ୍ଡାର।

{"id":100107,"width":594,"height":395}

ନିୟମିତ ଭାବେ ସାରୁ ଖାଇଲେ ରକ୍ତଚାପର ସ୍ତର କମ୍ ହୋଇଥାଏ,ହୃଦ ରୋଗ, କ୍ୟାନସରରୁ ମୁକ୍ତି ମିଳିଥାଏ, ଓଜନ କମ୍ କରିଥାଏ,ପେଟ ରୋଗ ଏବଂ ମଧୁମେହରୁ ମୁକ୍ତି ମିଳିଥାଏ।

{"id":100108,"width":596,"height":335}

୧.ହଜମ କ୍ରିୟା ପାଇଁ ଲାଭଦାୟକ: ନିୟମିତ ଭାବେ ସାରୁ ଖାଇବା ଆପଣଙ୍କ ହଜମ କ୍ରିୟା ନିମନ୍ତେ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ସାରୁରେ ଥିବା ଫାଇବର ପେଟ ରୋଗରୁ ମୁକ୍ତି ଦେଇଥାଏ। ଏହା ଖାଇବା ଦ୍ବାରା ହଜମ କ୍ରିୟା ଭଲ ଭାବେ ହୋଇଥାଏ।

{"id":100109,"width":596,"height":401}

୨.କ୍ୟାନସରରୁ ମୁକ୍ତି : ଆଣ୍ଟିଅକ୍ସିଡାଣ୍ଟ,ଭିଟାମିନ ଏ,ଭିଟାମିନ ସି ଅନ୍ୟାନ୍ୟ ପୋଷକ ତତ୍ତ୍ବରେ ଭରି ରହିଥିବା ସାରୁ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ। ସାରୁ ଖାଇବା ଦ୍ବାରା ଫୁସଫୁସ କ୍ୟାନସର ଏବଂ ମୁଖଗହ୍ବର କ୍ୟାନସରରୁ ମୁକ୍ତି ମିଳିଥାଏ।

{"id":100110,"width":591,"height":393}

୩.ମଧୁମେହକୁ ନିୟନ୍ତ୍ରଣ କରିଥାଏ: ନିୟମିତ ଭାବେ ସାରୁ ଖାଇବା ଦ୍ବାରା ମଧୁମେହ ହେବାର ସମ୍ଭାବନା କମି ଯାଇଥାଏ। କାରଣ ଏହା ଶରୀରରେ ଇନସୁଲିନ ଏବଂ ଗ୍ଲୁକୋଜକୁ ନିୟନ୍ତ୍ରିତ କରିଥାଏ। ଯଦି କୈାଣସି ବ୍ୟକ୍ତିକୁ ମଧୁମେହ ହୋଇଥାଏ ତେବେ ତାଙ୍କୁ ସାରୁ ତରକାରୀ ଖାଇବା ଉଚିତ୍।

{"id":100111,"width":592,"height":394}

୪.ମାନସିକ ଅବସାଦରୁ ମୁକ୍ତି ମିଳିଥାଏ: ସାରୁ ତରକାରିରେ ହାନିକାରକ ଫ୍ୟାଟ୍ ଏବଂ ସୋଡ଼ିୟମ୍ କମ୍ ମାତ୍ରାରେ ଥାଏ। ଏଥିରେ କେବଳ ୨୦ମିଗ୍ରା ସୋଡ଼ିୟମ୍ ରହିଥାଏ। ତେଣୁ ସାରୁ ତରକାରୀ ଖାଇବା ଦ୍ବାରା ମାନସିକ ଅବସାଦରୁ ମୁକ୍ତି ମିଳିଥାଏ। ଏହା ରକ୍ତଚାପକୁ କମ୍ କରିବାରେ ସହାୟକ ହୋଇଥାଏ।

{"id":100112,"width":594,"height":446}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.