ମାହାପ୍ରଭୁଙ୍କୁ ବିପଦରୁ ମୁକ୍ତି ପାଇଁ କରାଯାଉଛି ତାରିଣୀ ବ୍ରତ, ହଜାର ହଜାର ସଂଖ୍ୟାରେ ମହିଳାଙ୍କ ପୂଜାର୍ଚ୍ଚନା

Published By : Prameya-News7 Bureau | July 05, 2022 IST

କେନ୍ଦୁଝର, ୦୫।୦୭: ରଥ ଯାତ୍ରାରୁ ବାହୁଡା ମଧ୍ୟ୍ୟରେ ପଡୁଥିବା ମଙ୍ଗଳବାର ଦିନ ଶ୍ରୀ ଜଗନ୍ନାଥ ସମସ୍ତ ବିପଦରୁ ମୁକ୍ତ ରହିବା ପାଇଁ ମା ତାରିଣୀ ବ୍ରତ କରିଥିଲେ । ତେଣୁ ରଥଯାତ୍ରା ଠାରୁ ବାହୁଡା ମଧ୍ୟ୍ୟରେ ଶ୍ରୀଜିଉ ମାଉସୀ ମା ମନ୍ଦିରରେ ଥିବା ସମୟରେ ମଙ୍ଗଳବାରରେ ଏହି ବ୍ରତକୁ ମହିଳାମାନେ ବିଭିନ୍ନ ଶକ୍ତି ପୀଠରେ ତାରିଣୀ ବ୍ରତ ଭାବେ ପାଳନ କରିଥାନ୍ତି । ଏହି ତାରିଣୀ ବ୍ରତ ଅବସରରେ କେନ୍ଦୁଝର ମଣ୍ଡୁଆ ମା ତାରିଣୀ ପୀଠରେ ହଜାର ହଜାର ସଂଖ୍ୟାରେ ମହିଳାମାନେ ବ୍ରତ ପାଳନ କରି ନିଜ ପରବାର ପାଇଁ ମଙ୍ଗଳ କାମନା କରିଛନ୍ତି । ତେଣୁ ଏହି ବ୍ରତକୁ ବିପଦା ତାରିଣୀ ବ୍ରତ ବୋଲି ମଧ୍ୟ କୁହାଯାଇଥାଏ ।

କେନ୍ଦୁଝର ଜିଲ୍ଲା ଅଧିଷ୍ଠାତ୍ରୀ ଦେବି ମା ତାରିଣୀଙ୍କ ବିଭିନ୍ନ ପୀଠରେ ଆଜି ତାରିଣୀ ବ୍ରତ ପାଳିତ ହେଉଛି   । ତାରିଣୀ ମନ୍ଦିର ମାନଙ୍କରେ ହଜାର ହଜାର ସଂଖ୍ୟାରେ ମହିଳା ଆଜି ହାତରେ ଭୋଗ ଡାଲା ଓ ତାରିଣୀ ବ୍ରତ ଧରି ପୂଜା ଅର୍ଚ୍ଚନା କରିବା ପାଇଁ ଆସିଥାନ୍ତି । ନିଜର ପରିବାରର ମଙ୍ଗଳ କାମନା ଓ ବିପଦ ମୁକ୍ତ କରିବା ପାଇଁ ମହିଳାମାନେ ଏହି ବ୍ରତ ପାଳନ କରିଥାନ୍ତି । ଏହି ବ୍ରତରେ ମହିଳା ମାନେ ମା ତାରିଣୀଙ୍କୁ ସ୍ମରଣ କରି ୧୩ଟି ଗଣ୍ଠି ପକାଇ ପରିବାରର ଶୁଭ କାମନା କରିଥାନ୍ତି ।

ତେବେ ଜଗନ୍ନାଥଙ୍କ ରଥ ଯାତ୍ରା ସହିତ ଏହି ତାରିଣୀ ବ୍ରତର ମହମା ଜଡିତ ରହିଛି । ରଥଯାତ୍ରାରେ ତିନି ଠାକୁର ୯ ଦିନ ପାଇଁ ମାଉସୀ ମା ଘରକୁ ଯାଇଥିବା ବେଳେ ପ୍ରଭୁଙ୍କ ମଙ୍ଗଳ କାମନା କରି ମା ଏହି ପୂଜା କରିଥିବା କାରଣରୁ ତାରିଣୀ ପିଠରେ ଏହି ବ୍ରତକୁ ମହା ଆଡମ୍ବରରେ ପାଳିତ ହୋଇଥାଏ । ଏହି ଅବସରରେ ମା ତାରିଣୀଙ୍କର ସ୍ନାନ ମାଜଣା ଓ ଯଥା ରିତୀନୀତିରେ ପୂଜା କରାଯିବା ସହ ମା ଙ୍କ ନିକଟରେ ବ୍ରତ ପାଳନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.