scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଅମିତ ଶାହଙ୍କ ଗସ୍ତକୁ ନେଇ ତାରାଙ୍କ ପ୍ରତିକ୍ରିୟା, କହିଲେ ମୁଖ୍ୟମନ୍ତ୍ରୀଙ୍କୁ ବଧେଇ ଦେବାକୁ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ

3/08/2023 at 2:59 PM

ଭୁବନେଶ୍ୱର ୦୩/୦୮: ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେ କହିଛନ୍ତି ଓଡ଼ିଶା ଆସିବାକୁ ମନା ନାହିଁ । ତେବେ ସେ ନବୀନ ପଟ୍ଟନାୟକଙ୍କୁ ବଧେଇ ଦେବାକୁ ଆସୁଛନ୍ତି ।

ଯେଉଁଭଳି ଦିଲ୍ଲୀ ବିଲକୁ ବିଜେଡି ସମର୍ଥନ ଆଉ ଅନାସ୍ତାକୁ ବିରୋଧ କଲା ସେଥିପାଇଁ ସେ ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇବାକୁ ଆସୁଛନ୍ତି । କିନ୍ତୁ ଏହା ଦ୍ୱାରା ବିଜେପିର ୨୦ ପ୍ରତିଶତ ଭୋଟ ବ୍ୟାଙ୍କ କମିଯିବ । ଯେଉଁଟା କି କଂଗ୍ରେସ ଓ ବିଜେଡିକୁ ଯିବ । ମୋତେ ଲାଗୁଛି ନିର୍ବାଚନ ପାଇଁ ଅମିତ ଶାହ ସେଟିଂ କରିବାକୁ ଆସୁଛନ୍ତି । ବିଜେଡି-ବିଜେପି ଭିତରେ ମେଣ୍ଟ ହୋଇଯିବ ।

ଇଣ୍ଡିଆ ଗଠନ ପରେ ବିଜେପି ଓ ବିଜେଡି ଉଭୟ ଡରି ଯାଇଛନ୍ତି । ବିଶେଷ କରି ବିଜେପି ଅଧିକ ଭୟବିତ ତେଣୁ ଅମିତ ଶାହ ଚାରିଆଡେ ବୁଲି କି ସେଟିଂ କରୁଛନ୍ତି । ଆଉ ଏପଟେ ସେମାନେ କହିବା ଆଗରୁ ନବୀନ ଇଡ଼ି ଆଉ ସିବିଆଇ ଭୟରେ ସମର୍ଥନ ଦେବାରେ ବ୍ୟସ୍ତ । ତେଣୁ ଲାଗୁଛି ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ହୋଇଯିବ ।

you can also read…

   Related Posts