ଆତ୍ମହତ୍ୟା କଲେ ‘ତାରକ ମେହତା କା ଉଲଟା ଚଶମା’ର ଲେଖକ ଅଭିଷେକ ମକଓ୍ବାନା : ସୁଇସାଇଡ ନୋଟରେ ଲେଖିଥିଲେ କାରଣ

Published By : Prameya-News7 Bureau | December 04, 2020 IST

ମୁମ୍ବାଇ ୪/୧୨: ଟିଭି ଧାରାବାହିକ ‘ତାରକ ମେହତା କା ଉଲଟା ଚଶମା’ର ଲେଖକ ଅଭିଷେକ ମକଓ୍ବାନା ଆତ୍ମହତ୍ୟା କରିଛନ୍ତି। ତାଙ୍କର ଏକ ସୁଇସାଇଡ ନୋଟ୍ ସାମନାକୁ ଆସିଛି। ଅଭିଷେକ ଦୀର୍ଘ ଦିନରୁ ଏହି ଧାରାବାହିକ ପାଇଁ ଲେଖାଲେଖି କରୁଥିଲେ। ପୋଲିସ୍ ଦେଇଥିବା ସୂଚନା ଅନୁଯାୟୀ ଅଭିଷେକ ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଛାଡ଼ି ଯାଇଥିଲେ ଯେଉଁଥିରେ ସେ ଆର୍ଥିକ ସମସ୍ୟା କଥା ଲେଖିଥିଲେ।

ଅଭିଷେକ ଗତ ସପ୍ତାହ​‌ରେ ଆତ୍ମହତ୍ୟା କରିଛନ୍ତି ଏବଂ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ହେଉଛି ଯେ ସେ ସାଇବର ଠକାମିର ଶିକାର ହୋଇଥିଲେ ଏବଂ ତାଙ୍କୁ ବ୍ଲାକମେଲ୍ କରାଯାଉଥିଲା। ତାଙ୍କ ମୃତ୍ୟୁ ପରଠୁ ଟଙ୍କା ଫେରାଇବାକୁ ଲଗାତାର ଫୋନ୍ ଆସୁଛି। ଅଭିଷେକ ସେମାନଙ୍କୁ ଲୋନରେ ଗ୍ୟାରେଣ୍ଟର କରିଥିଲେ।

ଅଭିଷେକ ମକଓ୍ବାନା ନଭେମ୍ବର ୨୭ତାରିଖରେ ତାଙ୍କ କାନ୍ଦିବଲି ଘରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଏହା ପରେ ପୋଲିସ୍ ଏହି ମାମଲାରେ ଦୁର୍ଘଟଣା ଜନିତ ମାମଲା ରୁଜୁ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.