vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଆଦର ଜୈନଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତାରା ସୂତାରିଆ : କହିଲେ ‘ସେ କେବେ କିଛି ଲୁଚାଇ ନାହାନ୍ତି’

11/09/2020 at 5:22 PM

ମୁମ୍ବାଇ ୧୧/୯: ବଲିଉଡ ଅଭିନେତ୍ରୀ ତାରା ସୂତାରିୟା ଫିଲ୍ମ ଷ୍ଟୁଡେଣ୍ଟ ଅଫ୍ ଦ ଇୟର ୨ରୁ ଜବରଦସ୍ତ ଲୋକପ୍ରିୟ ହୋଇଥିଲେ। ଫିଲ୍ମରେ ତାଙ୍କ କାମକୁ ବହୁତ ପସନ୍ଦ କରାଯାଇଥିଲା। ଗତ କିଛି ଦିନରୁ ତାରା,ରଣବୀର କପୁରଙ୍କ କଜିନ ଆଦର ଜୈନଙ୍କ ସହ ରିଲେସନଶିପକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କୁ ଅନେକ ଥର ସ୍ପଟ୍ କରାଯାଇଛି। ଦୁହେଁ ନିଜ ସମ୍ପର୍କକୁ ନେଇ କେବେ ବି ଖୋଲି କହି ନାହାନ୍ତି। ଏବେ ତାରା ଆଦରଙ୍କ ସହ ରିଲେସନକୁ ନେଇ ମୁହଁ ଖୋଲିଛନ୍ତି।

ତାରା ଆଦରଙ୍କ ସହ ରିଲେସନଶିପର ପ୍ରଶ୍ନରେ କହିଥିଲେ ଯେ ସେ ଏପରି କୌଣସି ଜିନିଷକୁ ଲୁଚାଇବାରେ ବିଶ୍ବାସ ରଖନ୍ତି ନାହିଁ ଯାହା ସୁନ୍ଦର ହୋଇଥିବ। କିନ୍ତୁ ସେ ଦେଖିଛନ୍ତି ଯେ ଅନେକ ସେଲିବ୍ରିଟି ନିଜ ସମ୍ପର୍କକୁ ନେଇ ଚୁପ୍ ରହିବାକୁ ପସନ୍ଦ କରନ୍ତି।

ତାରା କହିଛନ୍ତି ଯେ ତାଙ୍କ ମତରେ ଯଦି ଆପଣ କୌଣସି ବ୍ୟକ୍ତିଙ୍କ ସହ ସମ୍ପର୍କରେ ଅଛନ୍ତି ତେବେ ଏହା କ୍ଲିୟର ହୋଇଯାଉଛି ଯେ ସେହି ସମ୍ପର୍କ ବହୁତ ପବିତ୍ର ଏବଂ ବ୍ୟକ୍ତିଗତ। ତାଙ୍କ ଲାଇନରେ ଅନେକ କମ୍ ଜିନିଷ ଏପରି ହୋଇଥାଏ ଯାହା ବ୍ୟକ୍ତିଗତ ହୋଇଥାଏ କିମ୍ବା କାହାର କଳ୍ପନା ଉପରେ ଛାଡ଼ି ଦିଆଯାଇଥାଏ। ସେଥିପାଇଁ କେତେକ ଲୋକ ନିଜ ପ୍ରତିକ୍ରିୟା ଦିଅନ୍ତି ନାହିଁ ଏବଂ ଲୋକଙ୍କ ସହ ସେୟାର କରିବାକୁ ପସନ୍ଦ କରନ୍ତି ନାହିଁ।

ତାଙ୍କ ମତରେ ଯଦି କୌଣସି ଜିନିଷ ଅଦ୍ଭୁତ,ଚମତ୍କାର ଏବଂ ସୁନ୍ଦର ଅଟେ ତେବେ ଏହାକୁ ଲୁଚାଇବା ଅନୁଚିତ୍। ସେ କିଛି ଲୁଚାଇ ନାହାନ୍ତି କିନ୍ତୁ ଅଧିକାଂଶ ଲୋକ ଏହାକୁ ନିଜ ଯାଏଁ ସୀମିତ ରଖିବାକୁ ଚାହଁନ୍ତି। ସେ ବାସ୍ତବରେ ଜଣେ ଘରୋଇ। ସେ ଏବିଷୟରେ କେବେ କଥା ହୋଇନାହାନ୍ତି। ଏଥିପାଇଁ ଲୋକେ ତାହା ଭାବିବେ ଯାହା ସେ ଭାବିବାକୁ ଚାହୁଁଛନ୍ତି।

ଗତ ମାସରେ ତାରା ଆଦରଙ୍କ ସହ ଏକ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଅରମାନଙ୍କ ବିବାହରେ ମଧ୍ୟ ତାରା ନଜର ଆସିଥିଲେ। ଏବର୍ଷ ନୂଆ ବର୍ଷର ଛୁଟି କଟାଇ ଫେରିବା ପରେ ଉଭୟଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା।

   Related Posts