ମୁମ୍ଵାଇ ୨୮।୦୭: ବେଶ କିଛି ଦିନ ହେଲା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, ‘କେଜିଏଫ୍’ ଷ୍ଟାର୍ ୟଶଙ୍କ ଅପ୍କମିଙ୍ଗ ଫିଲ୍ମ ‘ଟକ୍ସିକ୍’ରେ ସେକେଣ୍ଡ୍ ଫିମେଲ ଲିଡ୍ ଭୂମିକାରେ ନଜର ଆସିବେ ତାରା ସୁତାରିଆ । ଏହାକୁ ନେଇ ତାରା ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ୍ ସେୟାର କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ‘ଗତ କିଛି ଦିନ ହେଲା ଏକ ପ୍ରୋଜେକ୍ଟ ଓ ମୋତେ ନେଇ ପ୍ରକାଶ ପାଉଥିବା ଖବର ମିଛ । ଏଗୁଡ଼ିକୁ ମୁଁ ସେୟାର କରିନାହିଁ ।
ଯେତେବେଳେ କିଛି ସୂଚନା ଦେବାର ଥିବ, ମୁଁ ନିଜେ ଆପଣମାନଙ୍କ ସହ ସେୟାର କରିବି ।’ ଶେଷରେ ସେ ଏକ ଧାଡ଼ି ଲେଖିଛନ୍ତି, ଯାହା ଫ୍ୟାନ୍ଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ତାରା ଲେଖିଛନ୍ତି ‘କେହି କାହା ପାଇଁ ୨ୟ ନୁହନ୍ତି ।’ ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା, କରୀନା କପୁର ‘ଟକ୍ସିକ୍’ରେ ନଜର ଆସିବେ । ତେବେ ପ୍ରଡକ୍ସନ୍ ହାଉସ୍ ପକ୍ଷରୁ ଫିଲ୍ମର ମୁଖ୍ୟ ନାୟିକାଙ୍କ ବିଷୟରେ ଏପର୍ଯ୍ୟନ୍ତ ଔପଚାରିକ ଘୋଷଣା କରାଯାଇ ନାହିଁ ।
୨୦୨୩ ମସିହା, ଡିସେମ୍ବରରେ ୟଶ ‘ଟକ୍ସିକ୍’ ସହିତ ଯୋଡ଼ି ହେବା ବିଷୟରେ ଘୋଷଣା କରିଥିଲେ । ଗାୟିକା ଓ ପୂର୍ବତନ ଡିଜ୍ନୀ ଷ୍ଟାର ତାରା ସୁତାରିଆ ୨୦୧୯ ମସିହାରେ ରୋମାଣ୍ଟିକ୍ ଡ୍ରାମା ‘ଷ୍ଟୁଡେଣ୍ଟ୍ ଅଫ୍ ଦ ଇୟର-୨’ ଜରିଆରେ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ । ତା’ପରେ ଫିଲ୍ମ ‘ମରଜାୱାଁ’, ‘ମସକଲି ୨.୦’ରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ନଜର ଆସିଲେ । ମିଲନ ଲୁଥ୍ରିଆଙ୍କ ରୋମାଣ୍ଟିକ୍ ଆକ୍ସନ୍ ଫିଲ୍ମ ‘ତଡ଼ପ୍’ରେ ସେ ଥିଲେ । ଟାଇଗର ଶ୍ରଫ୍ଙ୍କ ସହ ‘ହିରୋପନ୍ତି-୨’ରେ ବି ତାଙ୍କୁ ଦେଖିବାକୁ ମିଳିଥିଲା ।