oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଆଲିଆ-ରଣବୀର କପୁରଙ୍କ ପୂର୍ବରୁ ବିବାହ କରିବେ ତାରା ସୁତାରିଆ ! ଜାଣନ୍ତୁ ତାଙ୍କ ମନର ମଣିଷ କିଏ…

18/11/2021 at 9:27 AM

ନୂଆଦିଲ୍ଳୀ ୧୮।୧୧ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ତାରା ସୁତାରିଆ ଇଣ୍ଡଷ୍ଟ୍ରୀରେ ବେଶ୍ ଜଣାଶୁଣା । ହେଲେ ବର୍ତ୍ତମାନ ସେ ପୁଣି ଥରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଯାହାକୁ ନେଇ ଖବରରେ ଜୋର ଧରିଛି । ତେବେ ରିପୋର୍ଟରେ କୁହାଯାଇଛି ଯେ ତାଙ୍କର ଆସନ୍ତା ବର୍ଷ ବିବାହ ହୋଇପାରେ । ତାଙ୍କ ପ୍ରେମିକ ଆଦର ଜୈନଙ୍କ ସହ ବିବାହ ବନ୍ଧନରେ ବାନ୍ଧି । ଯଦି ଏହି ଗୁଜବ ସତ ବୋଲି ପ୍ରମାଣିତ ହୁଏ, ତେବେ ବଲିଉଡର ବଡ ବିବାହରେ ଆଉ ଏକ ବିବାହର ଯୋଡି ଏଥିରେ ସାମିଲ ହେବ। ରଣବୀର ଓ ଆଦର ଦୁହେଁ କେବଳ ଭାଇ ନୁହଁନ୍ତି ବରଂ ବହୁତ ଭଲ ବନ୍ଧୁ ମଧ୍ୟ ଅଟନ୍ତି । ଆଦର ରଣବୀର କପୁରଙ୍କ ପିଇସିଙ୍କ ପୁଅ । ସ୍ୱର୍ଗତ ଅଭିନେତା ଋଷି କପୁରଙ୍କ ଭଉଣୀ ରିମା ଜୈନ ଆଦରଙ୍କ ମାଆ ।

ରିପୋର୍ଟ ଅନୁଯାୟୀ, ରଣବୀର-ଆଲିଆ ଆସନ୍ତା ବର୍ଷ ମେ କିମ୍ବା ଜୁନ୍ ମାସରେ ବିବାହରେ ବାନ୍ଧିବା ହେବାକୁ ପ୍ରସ୍ତୁତ ଥିବାବେଳେ ଆଦର ଆସନ୍ତା ବର୍ଷ ଆରମ୍ଭରେ ତାଙ୍କ ସମ୍ପର୍କକୁ ଆଗକୁ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ତାରା-ଆଦର ମଧ୍ୟ ରାଜସ୍ଥାନରେ ବିବାହ କରିବାକୁ ଚାହୁଁଛନ୍ତି । ଅନ୍ୟପଟେ ଆଦର ଜୈନ ଏବଂ ତାରା ସୁତାରିଆ ଦୀର୍ଘ ସମୟ ଧରି ଡେଟିଂ କରୁଛନ୍ତି । ତାରା ଏବଂ ଆଦର ଦୁହେଁ ଗୋଆରେ ଛୁଟି କାଟୁଥିବା ବେଳେ ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ ଭାବେ ଘୋଷଣା କରିଥିଲେ । ବର୍ତ୍ତମାନ ତାରା ସୁତାରିଆ -ଆଦର ଜୈନ ଏବଂ ପୂର୍ବରୁ ଭିକି କୌଶଲ-କ୍ୟାଟ୍ରିନା କୈଫ, ଆଲିଆ ଭଟ୍ଟ-ରଣବୀର କପୁରଙ୍କ ବିବାହ ବିଷୟରେ ମଧ୍ୟ ଆଲୋଚନା ଚାଲିଛି। ଏବେ ଏହା ଦେଖିବାକୁ ପଡ଼ିବ ଯେ ପ୍ରଥମେ କିଏ ବିବାହ କରିବେ । ଏ ବିଷୟରେ କେବେ ଅଫିସିଆଲି ଭାବେ ଘୋଷଣା ହେବ। ତାହା ଏ ଯାଏଁ ଜଣା ପଡି ନାହିଁ । ହେଲେ ଆଲୋଚନା ହେଉଛି ଯେ ଆଲିଆ ଭଟ୍ଟଙ୍କ ପୂର୍ବରୁ ତାରା କନିଆ ସାଜିବେ ।

ଯଦି ଆଦରଙ୍କ ଫିଲ୍ମରେ କ୍ୟାରିୟର ବିଷୟରେ କହିବା  ତେବେ ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ହାପି ନିୟୁ ଇୟର ଏବଂ ଏ ଦିଲ୍‌ ହେ ମୁସ୍କିଲ୍‌ରେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି। ୨୦୧୭ରେ ୟଶ ରାଜଙ୍କ ଫିଲ୍ମରୁ ଆଦର ତାଙ୍କର ବଲିଉଡରେ ଡେବ୍ୟୁ କରିଥିଲେ । ତାରା ମଧ୍ୟ ବହୁ ଫିଲ୍ମରେ କାମ କରିଛନ୍ତି ତାଙ୍କର ପ୍ରଥମ ଡେବ୍ୟୁ କରଣଙ୍କ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍‌ ଦିୟର ।

   Related Posts