ମୁମ୍ଵାଇ ୦୪।୦୧: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ତାରା ସୂତାରିଆ । ତାଙ୍କ ଜୀବନରେ କଣ ଘଟୁଛି ସେ ସୋସିଆଲ୍ ମିଡିଆ ଜରିଆରେ ପ୍ରଶଂସକମାନଙ୍କୁ କହିବାକୁ ବହୁତ ପସନ୍ଦ କରନ୍ତି। ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ନିଜର ଛୋଟ ବଡ ଖୁସି ସେୟାର କରୁଛନ୍ତି। ନିକଟରେ ଆଦର ଜୈନଙ୍କ ସହ ତାଙ୍କ ଫଟୋ ପୋଷ୍ଟ କରୁଥିଲେ, କିନ୍ତୁ ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ସେମାନଙ୍କ ରାସ୍ତା ଅଲଗା ହୋଇଯାଇଛି।
ତାର ସୂତରିଆ ଏବଂ ଆଦର ଜୈନଙ୍କ ସମ୍ପର୍କ ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ସେମାନେ ନିଜ ସମ୍ପର୍କକୁ ନେଇ ଚୁପ୍ ରହିଛନ୍ତି। ଅଭିନେତ୍ରୀ ପ୍ରାୟତଃ କପୁର ପରିବାର ସହିତ ଦେଖିବାକୁ ମିଳନ୍ତି। ଦୀର୍ଘ ସମୟ ଧରି ସେମାନଙ୍କୁ ଏକାଠି ଦେଖାଗଲା ନାହିଁ। ଏପରି ପରିସ୍ଥିତିରେ ସେମାନଙ୍କ ବ୍ରେକଅପ୍ ବିଷୟରେ ଆଲୋଚନା ଆରମ୍ଭ ହେଲା। ରଣବୀର-ଆଲିଆଙ୍କ ବିବାହରେ ତାରା ଅନୁପସ୍ଥିତ ଥିଲେ। କପୁର ପରିବାରର ଖ୍ରୀଷ୍ଟମାସ ପାର୍ଟୀରେ ମଧ୍ୟ ଦେଖିବାକୁ ମିଳି ନଥିଲା।
ଯେତେବେଳେ ସେମାନଙ୍କର ବ୍ରେକଅପ୍ ଖବର ଆସିଲା, ସେମାନଙ୍କ ପ୍ରଶଂସକମାନେ ଚକିତ ହୋଇ ହୋଇଯାଇଥିଲେ। ହେଲେ ETimes ତାର ଏକ ରିପୋର୍ଟରେ ତାରା ଏବଂ ଆଦର ବ୍ରେକଅପ୍ ନିଶ୍ଚିତ କରିଛି । କୁହାଯାଇଥିଲା ଯେ ସେମାନେ ପାରସ୍ପରିକ ସହମତି ଦ୍ୱାରା ଅଲଗା ହୋଇଯାଇଛନ୍ତି। ହେଲେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଜାରି ରହିବ । ମିଡିଆ ରିପୋର୍ଟ ଅନୁଯାୟୀ, ତାରା ଏବଂ ଆଦର ପ୍ରଥମେ ୨୦୧୮ ମସିହାରେ ଏକ ଦିୱାଲୀ ପାର୍ଟୀରେ ସାକ୍ଷାତ ହୋଇଥିଲେ। ସେମାନେ ପ୍ରାୟ ୪ ବର୍ଷ ଧରି ଏକ ସଂପର୍କରେ ଥିଲେ। ଏହି ସମୟରେ, ସେମାନେ ଅନେକ ସମୟରେ ଏକାଠି ନଜର ଆସିଥିଲେ।