ବିଧାୟକଙ୍କ ମନ୍ତବ୍ୟକୁ ବିଜେପିର ବିରୋଧ: ତାରା ରଖିଲେ ସ୍ପଷ୍ଟୀକରଣ, ବୁଝାଇଲେ ଉଷ, ମାଉଁସ ଓ ପାଉଁଶର ପ୍ରକୃତ ଅର୍ଥ

Published By : Prameya-News7 Bureau | January 13, 2023 IST

ଜୟପୁର,୧୩/୦୧: ବୁଧବାର ଏକ କାର୍ଯ୍ୟକ୍ରମରେ ଜଗତର ନାଥ ଜଗନ୍ନାଥଙ୍କୁ ଉଷ, ମାଉଁସ ଓ ପାଉଁଶର ଲୋକ ବୋଲି କହିଥିଲେ ବିଧାୟକ ତାରାପ୍ରସାଦ ବାହିନୀପତି । ଏହାକୁ ବିରୋଧ କରିଛି ବିଜେପି । ଜଗନ୍ନାଥପ୍ରେମୀଙ୍କ ଆସ୍ଥା ପ୍ରତି ଏହା କୁଠାରଘାତ ବୋଲି ଅଭିଯୋଗ କରି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ବିଜେପି ନେତା ଗୌତମ ସାମନ୍ତରାୟଙ୍କ ନେତୃତ୍ୱରେ କର୍ମୀମାନେ ଶୋଭାଯାତ୍ରାରେ ଯାଇ ଥାନାରେ ଏଭଳି ଅଭିଯୋଗ କରିଥିଲେ । ଆଇନ ଅନୁସାରେ ଦଣ୍ଡବିଧାନ ଦାବି କରି ଥାନା ଆଗରେ ଧାରଣା ଦେଇଥିଲେ । ଶ୍ରୀ ସାମନ୍ତରାୟ କହିଛନ୍ତି, ଜଗତର ସୃଷ୍ଟିକର୍ତ୍ତା ପ୍ରଭୁ ଜଗନ୍ନାଥଙ୍କୁ ତାତ୍ସଲ୍ୟ କରିଛନ୍ତି ବିଧାୟକ । ଉଷ,ମାଉଁସ ଓ ପାଉଁଶର ଲୋକ କହିଛନ୍ତି । ଜଗନ୍ନାଥପ୍ରେମୀଙ୍କୁ ଏଭଳି ମନ୍ତବ୍ୟ ଭାରୀ ବାଧିଛି । ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

wp:html /wp:html

ପ୍ରତିକ୍ରିୟା ଦେଇ ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି, ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିବା ବିଜେପି ନେତା ଜଗନ୍ନାଥ ସଂସ୍କୃତି ସମ୍ପର୍କରେ କିଛି ଜାଣିନାହାନ୍ତି । ଯଦି ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଜ୍ଞାନଥାନ୍ତା, ତାହେଲେ ଏଭଳି ଅଭିଯୋଗ କରି ଲୋକହସା ହୁଅନ୍ତେ ନାହିଁ । ସେ(ତାରା) କେଉଁ ପରିସ୍ଥିତିରେ ଏଭଳି ମନ୍ତବ୍ୟ ଦେଇଛନ୍ତି, ତାହାର ଅର୍ଥ କ’ଣ ସେ ସମ୍ପର୍କରେ ବିଜେପି ନେତା ଜଣଙ୍କ ଜାଣିନାହାନ୍ତି ।

ମନ୍ତବ୍ୟ ଦେବା ପୂର୍ବରୁ ଜଗନ୍ନାଥ ସଂସ୍କୃତିକୁ ଜାଣିବାକୁ ପଡିବ । ଜଗନ୍ନାଥଙ୍କ ନିକଟରେ ଉଷ ପୂଜା ହୁଏ । କଂସାପାତ୍ରରେ କରିଡପାଣି ପକାଯାଇ ଏହାକୁ ତିଆରି କରାଯାଇଥାଏ । ମାଉଁସର ଅର୍ଥ ହେଲା, ଜଗନ୍ନାଥଙ୍କ ନିକଟରେ ଆଇଁଶ ଭୋଗ ହୁଏ । ବିରିକୁ ଆମିଷ ଭାବେ ଗ୍ରହଣ କରାଯାଉଛି । ଜଗନ୍ନାଥଙ୍କ ନିକଟରେ ବିରିରେ ତିଆରି ପିଠା ଭୋଗ ଲାଗି ହୁଏ । ସେହିପରି ୧୨ ବର୍ଷରେ ଥରେ ଶ୍ରୀଜିଉଙ୍କ ନବକଳେବର ହୁଏ । ଜଗନ୍ନାଥ ମନ୍ଦିର ପରିସରରେ ଥିବା କୋଇଲି ବୈକୁଣ୍ଠରେ ଜଗନ୍ନାଥଙ୍କ ବିଗ୍ରହ ଲୀନ ହୁଅନ୍ତି । ଏହାକୁ ସେ ପାଉଁଶ ବୋଲି କହିଥିଲେ । ଯଦି ଏହା ସତ୍ୟ ନୁହେଁ, ଜଗନ୍ନାଥଙ୍କ ସଂସ୍କୃତି ଗବେଷକ ଏବଂ ବିଜ୍ଞ ଲୋକଙ୍କ ମତାମତ ନିଆଯାଉ ।

ସେପଟେ ଏ ପ୍ରସଙ୍ଗରେ ମତ ରଖିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀ ପତି । ସେ କହିଛନ୍ତି ଜଗନ୍ନାଥଙ୍କ ପ୍ରତି ମୋର କେତେ ଭକ୍ତି ରହିଛି ତାହା ଜଣାଇବା ଦରକାର ନାହିଁ । ସେ ମୋର ଆରାଧ୍ୟ ଦେବତା । ସେକଥା ସେହି ଜଗନ୍ନାଥଙ୍କୁ ଜଣା ମୋତେ ବି ଜଣା । ଆଉ ମୋ ଆରାଧ୍ୟ ଦେବତାଙ୍କ ପ୍ରତି ମୋର କେତେ ଭକ୍ତି ତାହା ଉଣା ଅଧିକେ ସମସ୍ତଙ୍କୁ ଜଣା । ଯିଏ ଜଗନ୍ନାଥଙ୍କ ଭକ୍ତି କରେନି ସେ ରାଜନୀତି କରେ । ଯିଏ ଭକ୍ତି କରେ ସେ ରାଜନୀତି କରେନି । ମୋ କଥାରେ ସେମିତି କିଛି ନୁହେଁ, ଏସବୁ ହୀନ ଚକ୍ରାନ୍ତ ବୋଲି ସେ ସ୍ପଷ୍ଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.