oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତୀର ମାରିଲେ ତାରା ବାହିନୀପତି : କହିଲେ ନକ୍ସଲରେ ମିଶିବି

9/02/2019 at 12:22 PM

ଭୁବନେଶ୍ବର ୯|୨: ମାଓବାଦୀ ସଂଗଠନରେ ମିଶିବେ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି । ରାଜ୍ୟ ସରକାରଙ୍କୁ ଦେଲେ ଅଲଟିମେଟମ୍ । କୋରାପୁଟର ୧୦ହଜାର ବେକାର ଯୁବକ ଯୁବତୀଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ତାରା । ନିଯୁକ୍ତି ନମିଳିଲେ ସେମାନଙ୍କ ସହ ନକ୍ସଲ ସଂଗଠନରେ ସାମିଲ ହେବେ । ଆଜି ରାଜ୍ୟସରକାରଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ତାରା । ନିଯୁକ୍ତି ନମିଳିବାରୁ କୋରାପୁଟର ଅନେକ ବେକାର ଯୁବକ ଯୁବତୀ ନକ୍ସଲ ସଂଗଠନରେ ମିଶୁଛନ୍ତି । ଦାବି ପୂରଣ ନହେଲେ କୋରାପୁଟ ବନ୍ଦ କରିବାକୁ ଧମକ ଦେବା ସହ ଜୋରଦାର ଆନ୍ଦୋଳନ ପାଇଁ ମଧ୍ୟ ଧମକ ଦେଇଛନ୍ତି ।

ପୂର୍ବରୁ ତାରା ପ୍ରସାଦ ବାହିନୀପତି କୋରାପୁଟର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଦୀର୍ଘ ଦିନ ହେଲା ଦାବି କରିଆସୁଥିଲେ । ବେକାର ଯୁବକ ଯୁବତୀଙ୍କୁ ବାରମ୍ବାର ଟ୍ରେନିଂ ଦିଆଯାଉଥିଲେ ମଧ୍ୟ ସେମାନଙ୍କୁ ନିଯୁକ୍ତି ଦିଆଯାଉନାହିଁ । ଏନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗତକାଲି ମଧ୍ୟ ବିଧାନସଭାରେ କୋରାପୁଟର ୧୦ହଜାର ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ପ୍ରସଙ୍ଗ ଉଠାଇଥିଲେ ତାରାପ୍ରସାଦ ବାହିନୀପତି । କିନ୍ତୁ ସେଭଳି କିଛି ପଦକ୍ଷେପ ନିଆଯାଉନଥିବାରୁ ତାରା ଆଜି ସରକାରଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ।

   Related Posts