ସୋମବାରରେ ହୋଇଥାଆନ୍ତା ବାହାଘର - ଗଞ୍ଜାମ ବସ ଟ୍ରାଜେଡି ନିମିଷକ ଭିତରେ ଛଡ଼ାଇନେଇଛି ଦୁଇ ପରିବାରର ହସଖୁସୀ

Published By : Prameya-News7 Bureau | February 10, 2020 IST

ବ୍ରହ୍ମପୁର ୧୦।୦୨ - ଗଞ୍ଜାମ ବସ ଟ୍ରାଜେଡି ନିମିଷକ ଭିତରେ ଦୁଇ ପରିବାରର ହସଖୁସିର ମୁହୂର୍ତ୍ତକୁ ଛଡ଼ାଇନେଇଛି । ଛଡ଼ାଇନେଇଛି ଦଶ ୧୦ ଜଣ ଆତ୍ମୀୟ ସ୍ବଜନଙ୍କୁ । ଏବେ ବି  ହସ୍ପିଟାଲ ବେଡ୍‌ରେ ପଡ଼ି ଛଟପଟ ହେଉଛନ୍ତି ଅନେକ ସମ୍ପର୍କୀୟ ।

{"id":222879,"sizeSlug":"large"}

ବ୍ୟର୍ଥ ହୋଇଯାଇଛି ବାହାଘରର ସବୁ ଆୟୋଜନ । ଏତେ ବଡ଼ ଦୁର୍ଘଟଣାକୁ ନେଇ କେବଳ ଉଭୟ ଗାଁ କାହିଁକି ସ୍ତବ୍ଧ ହୋଇଯାଇଛି ସାରା ଅଂଚଳ । ବିଦ୍ୟୁତ୍‌ ବିଭାଗର ଖାମଖିଆଲି କାର୍ଯ୍ୟକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । …..

{"id":222880,"sizeSlug":"large"}

ସୋମବାର ରାତି ପାହିଲେ ମଙ୍ଗଳବାର ହୋଇଥାନ୍ତା ବାହାଘର । ସରିଥିଲା ସବୁ ପ୍ରସ୍ତୁତି । ଘର ଅଗଣାରେ ପଡ଼ିଥିଲା ରଙ୍ଗୋଲି । ଘର ଆଗରେ ଟେଣ୍ଟ୍‌ ବନ୍ଧା ହୋଇଥିଲା । କାନ୍ଥରେ ଅଶୋକ ଓ୍ବେଡ୍‌ସ୍‌ ପଲ୍ଲଭୀ ଲେଖା ମଧ୍ୟ ସରିଥିଲା ।

{"id":222881,"sizeSlug":"large"}

ତା’ ପୂର୍ବରୁ ରବିବାର ନିର୍ବନ୍ଧ ପାଇଁ ବେଶ୍‌ ହସଖୁସିରେ କନ୍ୟାଘରକୁ ବାହାରିଥିଲେ ପୁଅ ଘର ଲୋକେ । ସେପଟେ ନିଜ ନୂଆ ବନ୍ଧୁଙ୍କୁ ସ୍ବାଗତ କରିବାକୁ କନ୍ୟାଘର ଲୋକେ ମଧ୍ୟ ବେଶ୍‌ ଉତ୍ସାହିତ ଥିଲେ । ଭୋଜିଭାତରେ ଆପ୍ୟାୟିତ କରିବାକୁ ସୁସ୍ବାଦୁ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ ହୋଇସାରିଥିଲା ।

{"id":222881,"sizeSlug":"large"}

ଆଉ ମାତ୍ର କିଛି ଦୂର ଥିଲା, କିଛି କ୍ଷଣ ଥିଲା । ଅଶୋକ ପଲ୍ଲବୀଙ୍କ ନିର୍ବନ୍ଧ ହୋଇଥାନ୍ତା । ହେଲେ ମାତ୍ର ୬ କିଲୋମିଟର ପୂର୍ବରୁ ଛାରଖାର ହୋଇଗଲା ଦୁଇ ପରିବାରର ଅସୁମାରୀ ସ୍ବପ୍ନ, ଦୁଇ ପରିବାରର ଅପାଶୋରା ଖୁସି । ପୁଅଘର ଲୋକେ ଆସୁଥିବା ବସ ଛାତରେ ଛନ୍ଦି ହୋଇଗଲା ୧୧ କେଭି ବିଦ୍ୟୁତ୍‌ ତା’ର ।

{"id":222882,"sizeSlug":"large"}

ଆଉ ତା’ପରେ ସବୁ ଖୁସି, ସବୁ ଉତ୍ସାହ, ସବୁ ଆୟୋଜନ ଉପରେ ଛିଡ଼ି ପଡ଼ିଲା ଦୁଃଖର ପାହାଡ଼ । ବରକନ୍ୟାଙ୍କ ବିବାହର ହୋମ ନିଆଁ ପୂର୍ବରୁ ଆତ୍ମୀୟ ସ୍ବଜନଙ୍କ ଜୁଇ ନିଆଁ ଛାତିକୁ ଯେମିତି କୋରି ଦେଉଥିଲା ।ସ୍ତବ୍ଧ ହୋଇଯାଥିଲା ସାରା ଅଂଚଳ ।

{"id":222884,"sizeSlug":"large"}

ନିମିଷକ ଭିତରେ ଦୁଃଖ ଶୋକରେ ବଦଳିଗଲା ହସଖୁସିର ମୁହୂର୍ତ୍ତ । ଏତେ ବଡ଼ ଦୁଃଖ ପରେ କାହା ଆଖିରୁ ଲୁହ ଶୁଖୁନି ତ ଆଉ କିଏ କାନ୍ଥକୁ ଆଉଜି ଭାଗ୍ୟ ଓ ଭଗବାନଙ୍କୁ ପଚାରି ଚାଲିଛି ପ୍ରଶ୍ନ ପରେ ପଶ୍ନ ।

{"id":222885,"sizeSlug":"large"}

ଥରେ ଭାବନ୍ତୁ ତ ଯେଉଁମାନଙ୍କ କାର୍ଯ୍ୟ ଓ କର୍ତ୍ତବ୍ୟରେ ଅବହେଳା ପାଇଁ  ଦୁଇ ପରିବାରର ଅଭୁଲା ଖୁସିର ମୁହୂର୍ତ୍ତ ନିମିଷକ ଭିତରେ ଦୁଃଖ ଶୋକରେ ବଦଳିଗଲା, ୧୦ ଦଶ ଜଣଙ୍କ ଅମୂଲ୍ୟ ଜୀବନ ଚାଲିଗଲା, ଦୁଇ ପରିବାରଙ୍କୁ ଅପୂରଣୀୟ କ୍ଷତି ସହିବାକୁ ବାଧ୍ୟ କରାଗଲା ସେମାନଙ୍କ ବିରୋଧରେ କ’ଣ ଦଣ୍ଡବିଧାନ ହେବା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.