ପେପର ମିଲ୍ ଖୋଲିବାକୁ ଅଲ୍ଟିମେଟମ୍ ଦେଲେ ତାରା : କର୍ମଚାରୀଙ୍କ ରାସ୍ତାରୋକ୍

Published By : Prameya-News7 Bureau | September 28, 2018 IST

କୋରାପୁଟ ୨୮/୦୯:ଜୟପୁର ବିଲ୍ଟ ପେପର ମିଲ୍ ପୁନଃ କାର୍ଯ୍ୟକ୍ଷମକୁ ନେଈ ଦିନକୁ ଦିନ ଜଟିଳ ହେଉଛି ପରିସ୍ଥିତି। ମିଲ୍ ପୁନଃ କାର୍ଯ୍ୟକ୍ଷମ ପାଇଁ କଂପାନୀର ସଵୁ ସର୍ତ୍ତକୁ କର୍ମଚାରୀଙ୍କ ସମସ୍ତ ୪ଟି ସଂଗଠନ ମାନି ନେଇଛନ୍ତି। ତଥାପି ମିଲ୍ ପୁନଃକାର୍ଯ୍ୟକ୍ଷମ ପାଇଁ ଟାଳଟୁଳ ନୀତି ଅଵଲମ୍ବନ କରୁଛି। ଆଉ ଏହାକୁ ନେଇ ତାତିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ଵାହିନୀପତି ।ଆସନ୍ତା ୨୯ ତାରିଖ ସୁଧା କଂପାନୀ ପୁନଃ କାର୍ଯ୍ୟକ୍ଷମ ନେଇ ତାରିଖ ଘୋଷଣା ନକଲେ ମିଲର ତାଲା ଭାଂଗି ଧଷେଈ ପସି ଚେତାବନୀ ଦେଇଛନ୍ତି ତାରା। ଆଉ ସେପଟେ କଂପାନୀର ମନମାନୀ ଵିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି କର୍ମଚାରୀ। ଜୟପୁର ବିଲ୍ଟ ପେପର ମିଲରୁ ଘଟୁନି ଅଚଳାବସ୍ଥା। ମିଲ୍ ୩ ମାସ ହେଵ ବନ୍ଦ ହୋଇପଡିରହିଥିଵା ବେଳେ ଦିନକୁ ଦିନ ଜଟିଳ ହେଉଛି ପରିସ୍ଥିତି।କର୍ମଚାରୀଙ୍କ ଦାଵି ପୁରଣ କରିବା ବଦଳରେ କର୍ମଚାରୀଙ୍କ ପାଇଁ ଓଲଟି ସର୍ତ୍ତ ରଖି କଂପାନୀ କତ୍ତୄପକ୍ଷ ମିଲ ଵନ୍ଦ କରିଦେଲେ। ଵହୁ ଵାଦ୍ ଵିଵାଦ ପରେ କର୍ମଚାରୀଙ୍କ ସମସ୍ତ ୪ଟି ସଂଘ କଂପାନୀ ସର୍ତ୍ତରେ ରାଜି ହେଲେ। ତଥାପି କଂପାନୀ କତୄପକ୍ଷ ପୁନଃ କାର୍ଯ୍ୟକ୍ଷମ ପାଇଁ ଦିନ ଗଡାଉଛି ସିନା ମିଲ୍ ପୁନଃ କାର୍ଯ୍ୟକ୍ଷମ ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଆଉ ଏହାକୁ ନେଈ ଶ୍ରମ ଅଧିକାରୀଙ୍କ ସହ ତ୍ରିପାକ୍ଷିକ ଆଲୋଚନା ବୈଠକରେ କଂପାନୀ କତୄପକ୍ଷଙ୍କ ଉପରେ ତାତିଛନ୍ତି ଜୟପୁର ଵିଧାୟକ ତାରା ପ୍ରସାଦ ଵାହୀନିପତି। ଆସନ୍ତା କାଲି ଅର୍ଥାତ ୨୯ ତାରିଖ ସୁଧା ମିଲ୍ ପୁନଃ କାର୍ଯକ୍ଷମ ପାଇଁ କଂପାନୀ କତୄପକ୍ଷ ତାରିଖ ଘୋଷଣା ନକଲେ ମିଲ୍ ର ତାଲା ଭାଂଗି ଧଷେଇ ପଶିବାକୁ ଚେତାବନୀ ଦେଇଛନ୍ତି। ସେପଟେ ମିଲ ପୁନଃ କାର୍ଯ୍ୟକ୍ଷମକୁ ନେଇ କଂପାନୀ କତ୍ତୄପକ୍ଷଙ୍କ ଆନ୍ତରିକତା ଉପରେ ସନ୍ଦେହ କରିଛନ୍ତି କର୍ମଚାରୀ। ମିଲ୍ କ୍ଷତିରେ ଚାଲୁଥିବାରୁ ଏହାକୁ ଆଉ ଚଳାଵାକୁ କଂପାନୀ ଵୋଧେ ଚାହୁଁ ନାହିଁ ଵୋଲି କହିଛନ୍ତି କର୍ମଚାରୀ। ତେଣୁ ୩ୟ ୟୁନିୟନ ସହ ମିଶି କଂପାନୀ କତୄପକ୍ଷ ମିଲକୁ ବନ୍ଦ କରିବାକୁ ମସୁଧା ଚଳାଈଥିଵା ସେମାନେ ଅଭିଯୋଗ କରଛନ୍ତି। ଆଉ ସେପଟେ ମିଲ୍ ବନ୍ଦ ହୋଇ ପଡିଥିଵାରୁ କ୍ଷତି ସହୁଛନ୍ତି ଟ୍ରକ ମାଲିକ। ତେଣୁ ମିଲ୍ ପୁନଃକାର୍ଯ୍ୟକ୍ଷମ ପାଇଁ ଟ୍ରକ ମାଲିକ ସଂଘ ଏକାଠି ହୋଇ ତୁରନ୍ତ ମିଲ୍ କାର୍ଯ୍ୟକ୍ଷମ କରିଵାକୁ ଦାବି କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.