କରୋନାରୁ ସୁସ୍ଥ ହେଲେ ବିଧାୟକ ତାରାପ୍ରସାଦ ବାହିନୀପତି, ସମ୍ ହସ୍ପିଟାଲ ଅଧ୍ୟକ୍ଷ ଏବଂ ଡାକ୍ତରଙ୍କୁ ଜଣାଇଲେ କୃତଜ୍ଞତା

Published By : Prameya-News7 Bureau | June 24, 2021 IST

ଜୟପୁର,୨୪/୦୬: କରୋନାକୁ ମାତ୍‌ ଦେଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । ଦୀର୍ଘ ୧୨ ଦିନ ଧରି ଚିକିତ୍ସା ହେବା ପରେ ସୁସ୍ଥ ହୋଇଛନ୍ତି । ଏଥିଲାଗି ସେ ସମସ୍ତ ଶ୍ରେୟ ଭୁବନେଶ୍ୱରର ସମ୍‌ କୋଭିଡ୍‌ ମେଡିକାଲ୍‌କୁ ପ୍ରଦାନ କରିଛନ୍ତି ।

ଶ୍ରୀ ବାହିନୀପତି କହିଛନ୍ତି, ସମ୍‌ ହସ୍ପିଟାଲର ଅଧ୍ୟକ୍ଷ ତଥା ତାଙ୍କ ଭାଇ ସମାନ ଡ. ମନୋଜ ରଂଜନ ନାୟକ ଏବଂ କୋଭିଡ୍‌ ମେଡିକାଲ୍‌ର ସମସ୍ତ ଡାକ୍ତର, ବିଶେଷ କରି ଡାକ୍ତର ପାତ୍ର, ସ୍ୱାସ୍ଥ୍ୟକର୍ମୀ, ସେବକସେବିକାଙ୍କ ଲାଗି ସେ କୋଭିଡ୍‌କୁ ହରାଇ ପାରିଛନ୍ତି । ସେମାନଙ୍କ ଉଚ୍ଚକୋଟୀର ସେବା, କର୍ତ୍ତବ୍ୟନିଷ୍ଠା ଏବଂ ଉତ୍ସର୍ଗୀକୃତ ମନୋଭାବ ଯୋଗୁ ଏହା ସମ୍ଭବ ହୋଇପାରିଛି । ଅଧ୍ୟକ୍ଷ ଡ. ନାୟକ ରାତି ୨ଟା ପର୍ଯ୍ୟନ୍ତ ବ୍ୟକ୍ତିଗତ ଭାବେ ତାଙ୍କ ସହ ଅଧିକାଂଶ ରୋଗୀଙ୍କ କଥା ପଚାରି ବୁଝୁଥିଲେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡ. ନାୟକ ଓଡ଼ିଶାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛନ୍ତି । ଏଥିଲାଗି ହୃଦୟରୁ ତାଙ୍କ ସହ ସମସ୍ତ ଡାକ୍ତର ଓ ନର୍ସମାନଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଉଛି ।

wp:html /wp:html

ଶ୍ରୀ ବାହିନୀପତି କହିଛନ୍ତି, ଗତ ୫ ତାରିଖରେ କୋଭିଡ୍‌ ପଜିଟିଭ୍‌ ଥିବା ରିପୋର୍ଟ ଆସିବା ପରେ ସେ ଭୁବନେଶ୍ୱରର ସମ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ସେଠାର ଡାକ୍ତର ପାତ୍ରଙ୍କ ସହ ସ୍ୱାସ୍ଥ୍ୟକର୍ମୀ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ । ଡାକ୍ତରୀ ଟିମ୍‌ ପ୍ରତିଦିନ ୩ ଥର ପରୀକ୍ଷା କରୁଥିଲେ । ସ୍ୱାସ୍ଥ୍ୟକର୍ମୀ ଏବଂ ସେବିକାମାନେ ଦିନକୁ ୬ ଥର ଆସି ଔଷଧ ଦେବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝୁଥିଲେ । କୌଣସି ସମୟରେ ଚିକିତ୍ସା କ୍ଷେତ୍ରରେ ତିଳେ ହେଲେ ଅବହେଳା କରାଯାଉନି । ଠିକ୍‌ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା ସହ ଉତ୍ତମ ମାନର ଖାଦ୍ୟ ଦିଆଯାଉଛି ।

wp:html /wp:html

କେବଳ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ନୁହନ୍ତି, ସମ୍‌ ହସ୍ପିଟାଲର ଅଧ୍ୟକ୍ଷ ଡ. ନାୟକ ନିୟମିତ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ମନୋବଳକୁ ସବୁବେଳେ ବଢ଼ାଉଥିଲେ । କେବଳ ସେ( ଶ୍ରୀ ବାହିନୀପତି) ନୁହଁନ୍ତି, ଅବିଭକ୍ତ କୋରାପୁଟ ଜିଲ୍ଲାର ଅନେକ ରୋଗୀଙ୍କୁ ସେ ସମ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିବାର ବ୍ୟବସ୍ଥା କରିଥିଲେ । କେବଳ ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତେ ସୁସ୍ଥ ହୋଇ ଫେରିଛନ୍ତି । ଏଥିପାଇଁ ସମ୍‌ ହସ୍ପିଟାଲ୍‌ର ଅଧ୍ୟକ୍ଷଙ୍କୁ ଯେତେ ପ୍ରଶଂସା କଲେ ବି କମ୍‌ ହେବ । ସୁସ୍ଥ ହୋଇ ଫେରିବା ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଘରେ ରହିଛନ୍ତି । ଆଉ କିଛିଦିନ ବିଶ୍ରାମ ନେବାକୁ ଡାକ୍ତର କହିଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ, ଆଉ ଦିନ କେଇଟା ପରେ ଲୋକଙ୍କ ପାଇଁ ପୂର୍ବଭଳି କାମ କରିବେ । ଯେଉଁସବୁ ପ୍ରକଳ୍ପ କାମ ଅଧାରେ ରହିଯାଇଛି,ସେସବୁ ସମ୍ପୂର୍ଣ୍ଣ କରିବେ । ଏହି ପ୍ରତିଶ୍ରୁତି ତାଙ୍କ ନିର୍ବାଚନମଣ୍ଡଳୀର ଲୋକଙ୍କୁ ଦେଇଛନ୍ତି । ତାଙ୍କ ସୁସ୍ଥତା ପାଇଁ ଜୟପୁର ନିର୍ବାଚନମଣ୍ଡଳୀର ସାଧାରଣ ଜନତାଙ୍କ ସହ ଅବିଭକ୍ତ କୋରାପୁଟ ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତାମାନେ ଭଗବାନଙ୍କଠାରେ ପ୍ରାର୍ଥନା କରିଥିଲେ । ସେମାନଙ୍କ ପାଖରେ ସାରା ଜୀବନ ଋଣି ରହିବେ ବୋଲି କହିଛନ୍ତି ଶ୍ରୀ ବାହିନୀପତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.