ମୋକିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ, ପିସିସି ସଭାପତିଙ୍କ ଦମ୍‌ ଥିବା ଦରକାର-ତାରା ବାହିନୀପତି

Published By : Prameya-News7 Bureau | October 19, 2022 IST

ଭୁବନେଶ୍ୱର ୧୯।୧୦ : କାର୍ଯ୍ୟାନୁଷ୍ଠାନ ପାଇଁ ଦମ୍‌ ଥିବା ଦରକାର । ମହମ୍ମଦ ମୋକିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପିସିସି ସଭାପତିଙ୍କ ଦମ୍‌ ଥିବା ଦରକାର । ଏପରି କିଛି ବୟାନ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି ।

ସେ କହିଛନ୍ତି ଯେ, ବିଧାୟକ ମହମ୍ମଦ ମୋକି ଏଆଇସିସି ଅଧ୍ୟକ୍ଷ ପଦ ପାଇଁ ଭୋଟ ଦେଇନାହାନତି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର । ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ବେଳେ ଦଳ ନିଷ୍ପତ୍ତି ବାହାର ଯାଇ ଭୋଟ ଦେଇଥିଲେ । କଂଗ୍ରେସ ତାଙ୍କୁ ବିଧାୟକର ମାନ୍ୟତା ଦେଇଛି । ତେଣୁ ଦଳର ପଦବୀରେ ଥାଇ ଏଭଳି କରିବା ଆଦୌ ଠିକ୍‌ ହୋଇନାହିଁ । ଏଥିପାଇଁ ତାଙ୍କ ବିରୋଧରେ ଆକ୍ସନ ନେବା ଜରୁରୀ । ପିସିସି ସଭାପତି ହିଁ କାର୍ଯ୍ୟାନୁଷ୍ଠାନ ନେଇପାରିବ । ସେଥିପାଇଁ  ଶରତ  ପଟ୍ଟନାୟକଙ୍କର  ଦମ ଥିବା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.