Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହୁଲୁସ୍ତୁଲୁ କଲାଣି ତାରାଙ୍କ ରବର ଷ୍ଟାମ୍ପ ବୟାନ : କହିଲେ ରାଜ୍ୟରେ ଅଧିକାଂଶ ମନ୍ତ୍ରୀ ରବର ଷ୍ଟାମ୍ପ ଭଳି କାମ କରୁଛନ୍ତି, ବିଜେଡିରେ ଅଭିନେତା ବେଶୀ ଅଭିଜ୍ଞତା କମ୍

7/06/2019 at 6:25 PM

ଭୁବନେଶ୍ୱର ୭/୬ : କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ବୟାନକୁ ନେଇ ଜୋର ଧରିଲା ରାଜନୀତି । ରାଜ୍ୟ ମନ୍ତ୍ରିମଣ୍ଡଳର ଅଧିକାଂଶ ମନ୍ତ୍ରୀ ରବର ଷ୍ଟାମ୍ପ ଭଳି କାମ କରୁଛନ୍ତି । ତାରାଙ୍କ ଏଭଳି କଟାକ୍ଷ ପରେ ରାଜ୍ୟ ରାଜନୀତି ଜୋର ଧରିଛି । ମନ୍ତ୍ରୀ ପଦ୍ମିନୀ ଦିଆନ ଏବଂ ନବରଂଗପୁର ସାଂସଦ ତାରାଙ୍କ ବୟାନକୁ ନିନ୍ଦା କରିଛନ୍ତି । ଏହା ସହ ମନ୍ତ୍ରୀଙ୍କ କାମର ଥିଓରୀ ପାଠ ପଢାଇଛନ୍ତି । ସେପଟେ ତାରା ନିଜ ବୟାନ କାଏମ ରଖିବା ସହ ବିଜେଡିରେ ଅଭିନେତା ବେଶୀ ଓ ଅଭିଜ୍ଞତା କମ୍ କହି ନିଆଁରେ ଘିଅ ଢାଳିଛନ୍ତି ।  

ତାରାଙ୍କ ରବର ଷ୍ଟାମ୍ପ ବୟାନ ହେବେ ହୁଲୁସ୍ତୁଲ କଲାଣି । ସତରେ କଣ ରାଜ୍ୟର ଅଧିକାଂଶ ମନ୍ତ୍ରୀ ରବର ଷ୍ଟାମ୍ପ ଭଳି କାମ କରୁଛନ୍ତି । ସଚିବ ଯେଉଁ ଫାଇଲ ଦେଉଛନ୍ତି ଏମାନେ କେବଳ ଦସ୍ତଖତ ମାରୁଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏଭଳି ବିବାଦୀୟ ବୟାନକୁ ନେଇ ଜୋର ଧରିଛି ରାଜନୀତି । ରାଜ୍ୟର ବରିଷ୍ଠ ମନ୍ତ୍ରୀମାନେ ଏନେଇ ମୁହଁ ଖୋଲିନଥିବା ବେଳେ ତାରାଙ୍କୁ ଜବାବ ଦେଇଛନ୍ତି ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ।

ତାରାଙ୍କ ପରି ଜଣେ ବରିଷ୍ଠ ବିଧାୟକଙ୍କଠାରୁ ଏପରି ଆଶା କରାଯାଏ ନାହିଁ ବୋଲି କହିଛନ୍ତି । ଆମେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାମ କରୁ, ସଚିବଙ୍କ ନିର୍ଦ୍ଦେଶରେ ନୁହେଁ ବୋଲି ସେ କହିଛନ୍ତି । ସେହପରି ସାଂସଦ ରମେଶ ମାଝି ମଧ୍ୟ ତାରାଙ୍କ ବୟାନକୁ ନିନ୍ଦା କରିଛନ୍ତି ।

ସେପଟେ ତାରା ପୁଣି ନିଜ କଥାରେ ଘିଅ ଢାଳିଛନ୍ତି । ସେ ତାଙ୍କ ବୟାନରେ ଆଜି ବି କାୟମ ଅଛନ୍ତି ଓ ଆସନ୍ତାକାଲି ବି ରହିବେ । ଏପରିକି ଏହି ପ୍ରସଂଗ ବିଧାନସଭାରେ ମଧ୍ୟ ଉଠାଇବେ ବୋଲି କହିଛନ୍ତି । ବିଜେଡିରେ ଅଭିନେତା ବେଶୀ ଓ ଅଭିଜ୍ଞତା କମ୍ , ତେଣୁ ଏପରି ଭୁଲ ହେଉଥିବା ସେ କଟାକ୍ଷ କରିଛନ୍ତି ।

ଗୋଟିଏ ପରେ ଗୋଟିଏ କଥା କହି ତାରା ବିଜେଡିକୁ ଓ ସରକାରଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ତେବେ ଆଗକୁ ତାରା ଆହୁରି ଜଳିବେ ନା ଫ୍ୟୁଜ ହେବେ ତାହା ଦେଖିବା ବାକି ରହିଲା ।

   Related Posts