Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ନିରଞ୍ଜନଙ୍କ ଉପରେ ତାରା ଖପ୍ପା: ବିଧାୟକ ପଦ ଛାଡ଼ିବାକୁ ଦେଲେ ଚେତାବନୀ, କଂଗ୍ରେସ ଛାଡ଼ିବେ ପତ୍ନୀ ମିନାକ୍ଷୀ !

18/08/2021 at 7:57 PM

ଭୁବନେଶ୍ବର ୧୮/୦୮: ବିଧାୟକ ପଦ ଛାଡ଼ିବାକୁ କଂଗ୍ରେସ ନେତା ତାରା ବାହିନୀପତିଙ୍କ ଚେତାବନୀ । କଂଗ୍ରେସ କନ୍ଦଳ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟୀ କରି ଏଭଳି ଚେତାବନୀ ଦେଇଛନ୍ତି ତାରା।  ଏହା ସହ ପିସିସି ସଭାପତିଙ୍କ ଉପରେ ଆହୁରି ସାଂଘତିକ ଅଭିଯୋଗ ମଧ୍ୟ ଆଣିଛନ୍ତି ଜୟପୁର କଂଗ୍ରେସ ବିଧାୟକ ତାରା ବାହିନୀପତି ।

ସେ କହିଛନ୍ତି, ଦଳରେ ବିଶୃଙ୍ଖଳାକାରୀଙ୍କୁ ନିରଞ୍ଜନ ପଟ୍ଟନାୟକ ସମର୍ଥନ କରୁଛନ୍ତି । ତାଙ୍କ ପାଇଁ ରାଜ୍ୟରେ ଆଜି କଂଗ୍ରେସ ନିଶ୍ଚିହ୍ନ ହୋଇଛି।  ସେ ପିସିସି ସଭାପତି ହେବା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି କହିବା ସହ ନିରଞ୍ଜନଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି ତାରା ବାହିନୀପତି । ଏହା ସହ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ବ୍ଲାକମେଲ୍ କରୁଛନ୍ତି । ଖୁବଶୀଘ୍ର ଅଡିଓ ଟେପ୍ ଜାରି କରି ମିଡିଆ ଆଗରେ ପ୍ରମାଣ ଦେବି ବୋଲି ସେ କହିଛନ୍ତି। 

ବିଧାନସଭା ଅଧିବେଶନ ପୂର୍ବରୁ ଦଳୀୟ କନ୍ଦଳର ସମାଧାନ ନହେଲେ ବିଧାୟକ ପଦ ଛାଡିବାକୁ ଚେତାବନୀ ଦେଇଛନ୍ତି ତାରା ।  କୋରାପୁଟ ଜିଲ୍ଲାରେ ଏବେ କଂଗ୍ରେସ ଦୁଇ ଫାଳ ହୋଇଛି ବୋଲି ମଧ୍ୟ ତାରା କହିଛନ୍ତି । ସେପଟେ ତାରାଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି ଦଳ ଛାଡ଼ିବାକୁ ଚେତାବନୀ ଦେଇଛନ୍ତି। ସେ ଭୁବନେଶ୍ବରରେ ହଜାର ହାଜର ସମର୍ଥକଙ୍କ ଗହଣରେ ଦଳ ଛାଡ଼ିବେ ବୋଲି କହିଛନ୍ତି। ପିସିସି ସଭାପତିଙ୍କ ଉପରେ କ୍ଷୁବ୍ଧ ହୋଇ ସେ ଏଭଳି ମନ୍ତବ୍ୟ ଦେଇଥିବା କୁହାଯାଉଛି।

   Related Posts