‘ତାରକ ମେହେତାକା ଉଲଟା ଚଷମା’ ଶୋ’ ଛାଡିବେ ଟପ୍ପୁ? ଖୁଲାସା କଲେ ଭିଡେ

Published By : Prameya-News7 Bureau | July 02, 2022 IST

ନୂଆଦିଲ୍ଲୀ ୦୨।୦୭ : ତାରକ ମେହେତା କା ଓଲଟା ଚଷମା ଶୋ’କୁ ନେଇ ଗତ କିଛି ଦିନ ହେବ ଖୁବ୍‌ ଚର୍ଚ୍ଚାରେ ଅଛି। ଦୀର୍ଘ ଦିନ ଧରି ଖବର ଆସିଥିଲା ​​ଯେ ଶୋ’ରେ ଟପ୍ପୁଙ୍କ ଚରିତ୍ରରେ ଅଭିନୟ କରୁଥିବା ରାଜ ଅନାଦକଟ ଶୋ'ଛାଡିବାକୁ ଯାଉଛନ୍ତି। ତେବେ ଏ ବାବଦରେ କୌଣସି କନଫର୍ମ ହୋଇନାହିଁ। କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ ରାଜ ଶୋ’ ଛାଡିଛନ୍ତି।

ରାଜଙ୍କୁ ଶୋ’ରୁ ବିଦାୟ ନେଇଥିବା ଖବର ବିଷୟରେ ପଚରାଯାଇଥିଲା, ଅଭିନେତା ଏହା ବିଷୟରେ ସତ ବୋଲି କହିଥିଲେ। ହେଲେ ତାଙ୍କ ଦ୍ବାରା ଦିଆଯାଇଥିବା ଉତ୍ତର କିଛି ସ୍ପଷ୍ଟ ହୋଇନାହିଁ, କିନ୍ତୁ ଲାଗୁଛି ଯେ ରାଜ ଆଉ ଏହି ଶୋ’ର ଅଂଶ ହୋଇନପାରନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ମନ୍ଦାର କହିଛନ୍ତି କି, 'ଜଣେ କଳାକାର ଭାବରେ ସେ ଶୋ’ ଛାଡିଛନ୍ତି ନା ନାହିଁ ତାହା ଆମେ ଜାଣି ନାହୁଁ। କିନ୍ତୁ ହଁ ତାଙ୍କର କିଛି ସ୍ୱାସ୍ଥ୍ୟ ସମସ୍ୟା ରହିଛି ଯେଉଁଥିପାଇଁ ସେ କିଛି ଦିନ ସୁଟିଂ କରିବାକୁ ଆସୁନାହାଁନ୍ତି । ମୁଁ ତାଙ୍କୁ ବହୁତ ଦିନ ହେବ ସେଟ୍ ରେ ଦେଖି ନାହିଁ।

କହିବାକୁ ଗଲେ ରାଜ ବର୍ତ୍ତମାନ ଦୁବାଇରେ ତାଙ୍କ ମା ଏବଂ ଭଉଣୀଙ୍କ ସହ ଛୁଟି କଟାଉଛନ୍ତି। ସେ ତାଙ୍କ ସେହି ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ବାସ୍ତବରେ, ରଣବୀର ସିଂଙ୍କ ସହ ରାଜ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ ଏକ ବଡ଼ ପ୍ରୋଜେକ୍ଟ ଅଛି ଏବଂ ଖୁବ୍ ଶୀଘ୍ର ସେ ଏହା ସହ ଜଡିତ ଭଲ ଖବର ସେୟାର କରିବେ। କୁହାଯାଉଛି କି ଫିଲ୍ମ ପାଇଁ ବା ବଡ ବଡ ପ୍ରୋଜେକ୍ଟରେ କାମ କରିବା କାରଣରୁ ବୋଧ ହୁଏ ଶୋ ଛାଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.