ତପସ୍ୱିନୀଙ୍କ ସିଭିଲ ସର୍ଭିସ ପ୍ରସ୍ତୁତିରେ ଶ୍ୱଶୁର କଣ୍ଟା, ନ୍ୟାୟ ପାଇଁ ଏସ୍ପିଙ୍କୁ କଲେ ଗୁହାରୀ
1/02/2023 at 4:31 PM

ବ୍ରହ୍ମପୁର ୦୧/୦୨: ଦୀର୍ଘଦିନ ପରେ ଲେଉଟିଛି ତପସ୍ୱିନୀ ତାତି । ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ତପସ୍ୱିନୀ । ଶ୍ୱଶୁର ଘରେ ରହୁଥିବା ତପସ୍ୱିନୀଙ୍କ ଘରର ବିଦ୍ୟୁତ ଲାଇନ କାଟିଥିବା ଅଭିଯୋଗ କଲେ ତପସ୍ୱିନୀ ।
ବିଦ୍ୟୁତ କାଟ ଯୋଗୁଁ ସିଭିଲ ସର୍ଭିସ ପ୍ରସ୍ତୁତିରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ତପସ୍ୱିନୀ । ସୁମିତ ଘରକୁ ଆସିଥିଲେ । ସେ ଆସିବା ମାତ୍ରେ ଶ୍ୱଶୁର ବିଦ୍ୟୁତ ସଂଯୋଗୀକରଣକୁ ବିଛିନ୍ନ କରିଥିବା ଅଭିଯୋଗ କରିଛନ୍ତି । ଶ୍ୱଶୁର ଘରେ ରହୁଥିବା ତପସ୍ୱିନୀଙ୍କ ଘରର ବିଦ୍ୟୁତ ଲାଇନ କାଟିଥିବା ଅଭିଯୋଗ କରିଛନ୍ତି ସେ ।
ସେ କହିଛନ୍ତି ବିଦ୍ୟୁତ କାଟ ଯୋଗୁଁ ସିଭିଲ ସର୍ଭିସ ପ୍ରସ୍ତୁତିରେ ବ୍ୟାଘାତ ସୃଷ୍ଟି ହେଉଛି । ଉପର ଘରେ ରହୁଥିବା ବିଦ୍ୟୁତ ସଂଯୋଗୀକରଣ ବିଛିନ୍ନ କରିଥିବା ଅଭିଯୋଗ କରିଛନ୍ତି । ଏ ନେଇ ଏସପିଙ୍କୁ ଗୁହାରୀ କରିଛନ୍ତି । ତପସ୍ୱିନୀଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ଓ ତପସ୍ୱିନୀଙ୍କ ମା ସୌଦାମିନୀ ଦାଶ ମଧ୍ୟ ଏସପିଙ୍କୁ ସାକ୍ଷାତ କରି ନ୍ୟା ମାଗିଛନ୍ତି । ଏ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବି ବୋଲି କହିଛନ୍ତି ବ୍ରହ୍ମପୁର ଏସପି ।