ଚିଟ୍‌ଫଣ୍ଡ ଠକ ତପନ କୁମାର ସାମନ୍ତ ଗିରଫ, ଲୋକଙ୍କଠୁ ଠକିଛନ୍ତି ୧୫ କୋଟି ଟଙ୍କା

Published By : Prameya-News7 Bureau | March 08, 2022 IST

ଭୁବନେଶ୍ବର ୦୮।୦୩ : ପୋଲିସ୍‌ କବ୍‌ଜାରେ ଚିଟ୍‌ଫଣ୍ଡ ଠକ । ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଚିଟଫଟ୍ ସଂସ୍ଥା ନିର୍ଦ୍ଦେଶକ ଗିରଫହ୍ୟୁମାନ ୱେଲଫେୟାର କ୍ରେଟିଟ୍ ଆଣ୍ଡ ଥ୍ରିଫ୍ଟ କୋପେରିଭ୍‌ ସୋସାଇଟି ଲିମିଟେଡ୍‌ (Human Welfare credit & thrift co-operative Society ltd) ନିର୍ଦ୍ଦେଶକ ତପନ କୁମାର ସାମନ୍ତଙ୍କୁ  ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅବରୋଧ ଶାଖା (ଇଓବଡ୍ୟୁ)।କୋଲକାତାର ନରେନ୍ଦ୍ରପୁର ନିକଟରୁ ଗିରଫ କଲା ଇଓବଡ୍ୟୁ ।

ଖବର ଅନୁଯାୟୀ, ବିଭିନ୍ନ ସ୍କିମ୍‌ର ଲୋଭ ଦେଖାଇ ଲୋକଙ୍କଠାରୁ ଠକିଥିଲେ କୋଟି କୋଟି ଟଙ୍କା । ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ସୁକଦେବ ହୋତାଙ୍କ ଅଭିଯୋଗ ଆଧାରରେ ଏବେ ଗିରଫ ହୋଇଛନ୍ତି ତପନ । ସୋମବାର ତପନକୁ କୋଲକାତା ଦକ୍ଷିଣପ୍ରଗଣା ଏସିଜେଏମ୍‌ କୋର୍ଟରେ ହାଜର କରାଇଥିଲା ପୋଲିସ । ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣି ମଙ୍ଗଳବାର ଦିନ ବାଲେଶ୍ବର କୋର୍ଟରେ ହାଜର କରାଯିବ। ପୂର୍ବରୁ ଏହି ଘଟଣାରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ପ୍ରତାପ କୁମାର ବିଶ୍ବାଳକୁ ଗିରଫ କରିଛି ପୋଲିସ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.