ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଆଇପିଏସ ଅଧିକାରୀ ତପନ କୁମାର ଡେକା

Published By : Prameya-News7 Bureau | June 24, 2022 IST

ନୂଆଦିଲ୍ଲୀ ୨୪/୦୬ : ଇଣ୍ଟେଲିଜେନ୍ସ ବ୍ୟୁରୋର (ଆଇବି) ବିଶେଷ ନିର୍ଦ୍ଦେଶକ ଭାରତୀୟ ପୋଲିସ ସେବା ଅଧିକାରୀ ତପନ କୁମାର ଡେକାଙ୍କୁ ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କର କାର୍ଯ୍ୟକାଳ ୨ ବର୍ଷ ରହିବ। ୧୯୮୮ ବ୍ୟାଚ୍‌ ହିମାଚଳପ୍ରଦେଶ କ୍ୟାଡରର ଅଧିକାରୀ ଡେକାଙ୍କୁ ୨୦୨୧ରେ ପୋଲିସ ମହାନିର୍ଦ୍ଦେଶକ ରୂପେ ତାଲିକାଭୁକ୍ତ କରାଯାଇଥିଲା।   

{"id":646703,"width":494,"height":494,"sizeSlug":"full","linkDestination":"none"}
ଫଟୋ ସୌଜନ୍ୟ :~ ANI

ଏହା ସହିତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପରମେଶ୍ୱର ଆୟାରଙ୍କୁ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ସେ ଅମିତାଭ କାନ୍ତଙ୍କ ସ୍ଥାନ ନେବେ, ତାଙ୍କର କାର୍ଯ୍ୟକାଳ ଜୁନ୍‌ ୩୦ ତାରିଖ ସରିବାକୁ ଯାଉଛି। ଏହା ମଧ୍ୟରେ ସାମନ୍ତ କୁମାର ଗୋୟେଲଙ୍କୁ ରିସର୍ଚ୍ଚ ଏଣ୍ଡ ଆନାଲିସିସ୍‌ ୱିଙ୍ଗ (ର) ର ପ୍ରମୁଖ ଭାବେ ତାଙ୍କର ଦାୟିତ୍ୱକୁ ଗୋଟିଏ ବର୍ଷ ବଢ଼ା ଯାଇଛି।  

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.