ତନୁଶ୍ରୀ ଦତ୍ତ ଅସଦାଚରଣ ମାମଲା : ନାନା ପାଟେକର କଲେ ଅସ୍ବୀକାର
28/09/2018 at 4:01 PM

ମୁମ୍ବାଇ୨୮|୯: ତନୁଶ୍ରୀ ଦତ୍ତ ନାନା ପାଟେକରଙ୍କ ଉପରେ ଆଣିଥିବା ଅଭିଯୋଗ ପୁଣି ଏକ ନୂଆ ମୋଡ଼ ନେଇଛି | ୧୦ ବର୍ଷ ପୂର୍ବରୁ ନାନା ପାଟେକର ଅସଦାଚରଣ କରିଥିବା ଅଭିଯୋଗ ହିନ୍ଦୀ ସିନେମା ଜଗତରେ ଚାଞ୍ଚଲ୍ୟ ଖେଳାଇଦେଇଛି | କିନ୍ତୁ ନାନା ପାଟେକର ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି |
୨୦୦୫ ମସିହାରେ ତନୁଶ୍ରୀ ଦତ୍ତଙ୍କ ପ୍ରଥମ ଫିଲ୍ମ ଚକୋଲେଟ ବଡ ପରଦାକୁ ଆସିଥିଲା | ତେବେ ଏହି ଫିଲ୍ମର ସୁଟିଂ ବେଳେ ତାଙ୍କ ସହିତ ଘଟିଥିବା ଅପ୍ରୀତିକର ଅନୁଭୂତିକୁ ସେ ଗଣମାଧ୍ୟମରେ ଏବେ ପ୍ରକାଶ କରିଥିଲେ |
ଫିଲ୍ମର ସୁଟିଂ ବେଳେ ଇରଫାନ ଖାନଙ୍କ ସଟ୍ ନିଆଯାଉଥିଲା । ଇରଫାନ କିନ୍ତୁ ଠିକ୍ ଏକ୍ସପ୍ରେସନ ଦେଇପାରୁନଥିଲେ । ଇରଫାନଙ୍କ ଏକ୍ସପ୍ରେସନ ଆଣିବା ପାଇଁ ବିବେକ ଅଗ୍ନିହୋତ୍ରୀ ତନୁଶ୍ରୀଙ୍କୁ କହିଥିଲେ ” କପଡେ ଉତାର କେ ନାଚୋ ”
ଏହା ଶୁଣି ଫିଲ୍ମରେ ଅଭିନୟ କରୁଥିବା ସମସ୍ତ ଅଭିନେତା-ଅନିଲ କପୁର, ଇରଫାନ ଖାନ, ସୁନୀଲ ସେଟ୍ଟୀ, ଇମ୍ରାନ ହାସମୀ ଏବଂ ଅନ୍ୟାନ୍ୟ କଳାକାର ନିର୍ଦେଶକଙ୍କୁ ବିରୋଧ କରିଥିଲେ | ଇରଫାନ ମଧ୍ୟ େହାକୁ ବିରୋଧ କରି କହିଥିଲେ ମୋ ଏକ୍ସପ୍ରେସନ ପାଇଁ ତନୁଶ୍ରୀ ଡ୍ରେସ ଖୋଲି ନାଚିବା ଦର୍କାର ନାହିଁ । ଇରଫାନ ଖାନଙ୍କ ଏହି କଥା ଶୁଣି ତନୁଶ୍ରୀ ଆଶ୍ବସ୍ତି ଅନୁଭବ କରିଥିଲେ |
ସେତେବେଳେ ସୁନୀଲ ସେଟ୍ଟୀ ମଧ୍ୟ ତନୁଶ୍ରୀଙ୍କ ସପକ୍ଷରେ ନିର୍ଦେଶକଙ୍କୁ କଟାକ୍ଷ କରି କହିଥିଲେ ‘ମୁଁ ଆସିବି କି ଫେସିଆଲ ଏକ୍ସପ୍ରେସନ ଦେବା ପାଇଁ?’
ତେବେ ତନୁଶ୍ରୀଙ୍କ କହୁବାନୁଯାୟୀ ଫିଲ୍ମ ଜଗତରେ କିଛି ଭଲ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ମହିଳାଙ୍କୁ ସମ୍ମାନ କରନ୍ତି |