ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

କାହାକୁ ନମାରିବା ଯାଏଁ ଶାନ୍ତି ପାଇବେନି ତନୁଶ୍ରୀ ଦତ୍ତା ? କିଏ ସେହି କଳାକାର ଯାହାଙ୍କୁ ଆଶାରାମଙ୍କ ସହ ସମାନ କହିଲେ ବଲିଉଡ୍‌ର ବୋଲ୍ଡଷ୍ଟାର …

10/01/2020 at 7:38 PM

ମୁମ୍ବାଇ  ୧୦/୦୧- ଅଭିନେତ୍ରୀ ତନୁଶ୍ରୀ ଦତ୍ତା ପୁଣି ତାଙ୍କ ପୁରୁଣା କଥା ଉଠାଇଛନ୍ତି । ବୋଲ୍ଡ ସିନ୍ ଦେଇ ଏକଦା ଚର୍ଚ୍ଚିତ ଥିବା ତନୁଶ୍ରୀ ଏବେ ସିନେମାଠୁ ଦୂରରେ ସ କିନ୍ତୁ ପୁଣି ଆସିଛନ୍ତି ଖବରର ଶିରୋନାମାକୁ । ମିଠୁ ଅଭିଯୋଗର ସୁଅ ବେଳେ ଖବରରେ ଥିଲେ ତନୁଶ୍ରୀ ଦତ୍ତା । ଏବେ ପୁଣି ଜଣେ ବଡ ,ଅଟାରଙ୍କ ବିରୋଧରେ ତାଙ୍କର ପୁରୁଣା ଅଭିଯୋଗକୁ ଦୋହରାଇଛନ୍ତି।  କେବଳ ଦୋହରାଇ ନାହାନ୍ତି ସେଥିରେ ଆହୁରି ସଙ୍ଗୀନ ତୁଳନା ଯୋଡି ମାହୋଲକୁ ଗରମ କରିଛନ୍ତି ।

ତନୁଶ୍ରୀଙ୍କ ଷ୍ଟେଟମେଣ୍ଟ ପୁଣି ହେଡଲାଇନ୍ସ । ଆଗରୁ ସେ ଅଭିନେତା ନାନା ପାଟକରଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ । ବର୍ତ୍ତମାନ ସେ ପୁଣି ନାନାଙ୍କୁ ସମାଲୋଚନା କରିଛନ୍ତି । କେବଳ ସମାଲୋଚନା ନୁହେଁ ଭର୍ତ୍ସନା ମଧ୍ୟ କରିଛନ୍ତି । ନିକଟରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ ନାନା ପାଟକରଙ୍କ ସହ କୋରିଓ ଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କୁ  ତୀବ୍ର ଆକ୍ଷେପ କରିଥିଲେ । ଆଉ ଏବେ କହିଛନ୍ତି ଯେ, ନାନା ପାଟକର ଏବଂ ଦୁଷ୍କର୍ମ ମାମଲାରେ ଜେଲ୍‌ରେ ଥିବା ଆତ୍ମଘୋଷିତ ଗଡମ୍ୟାନ୍ ଆଶାରାମ ବାପୁଙ୍କ ଭିତରେ କିଛି ବି ପାର୍ଥକ୍ୟ ନାହିଁ । ଆଶାରାମ ଯେପରି ଦୋଷୀ ନାନା ବି ସେପରି । ଉଭୟଙ୍କ କାରନାମା ସମାନ ବୋଲି ଅଭିଯୋଗ କରିଛନ୍ତି ତନୁଶ୍ରୀ । ଏନେଇ ତାଙ୍କ ଯୁକ୍ତି ରଖି କହିଛନ୍ତି, “ ନାନା ପାଟକର ଏବଂ ତାଙ୍କ ଓକିଲ ମୋତେ ବାରମ୍ବାର ନିରୁତ୍ସାହିତ, ଅପମାନିତ କରିଛନ୍ତି  ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନାର  କିଛି କର୍ମୀ ମୋତେ ହଇରାଣ ହରକତ କରିଛନ୍ତି ।“

  ତନୁଶ୍ରୀ ଆହୁରି କହିଛନ୍ତି, ନାନା ପାଟକର ଜଣେ ଠକ । ଫାଉଣ୍ଡେସନ ଏବଂ କୃଷକଙ୍କ ନାମରେ ନାନା ପାଟକରଙ୍କ ପାଖକୁ କୋଟି କୋଟି ଟଙ୍କା ଆସୁଛି । ନାନାଙ୍କ ଉପରେ ତନୁଶ୍ରୀଙ୍କ କ୍ରୋଦ୍ଧ  ତାଙ୍କ କଥାରୁ ବୁଝାପଡେ । ନାନା ତାଙ୍କ କ୍ୟାରିୟରକୁ ବରବାଦ କରିଦେଇଥିବା ବଲିଉଡ୍‌ର ଏକଦା ବୋଲ୍ଡ ଷ୍ଟାର ତନୁଶ୍ରୀ ଅଭିଯୋଗ ବି ଲଦିଛନ୍ତି । ତେବେ ଏହି ଲୋକ ମାନେ ପୋଲିସକୁ ବି କିଣି ଦେଇଥିବା ଅଭିଯୋଗକରି ତନୁଶ୍ରୀ ପ୍ରଶ୍ନ କରିଛନ୍ତି, କୃଷକମାନେ ଆତ୍ମହତ୍ୟା କରୁଛନ୍ତି, କିନ୍ତୁ ତାଙ୍କୁ ସହାୟତା କୁଆଡେ ଯାଉଛି ? ଏହା କହିବା ବେଳେ ସେ ନାନା ପାଟକରଙ୍କୁ ହିଁ ଟାର୍ଗେଟ କରିଛନ୍ତି । 

 ତେବେ ନାନା ଓ ଗଣେଶଙ୍କ ନାମରେ ଅଭିଯୋଗ କଲାବେଳେ  ତନୁଶ୍ରୀ କ୍ଷୋଭର ସହ କହିଛନ୍ତି, ତାଙ୍କ ସହ କେହି ବି ଜଣେ ବଲିଉଡ୍ ତାରକା ବା ବ୍ୟକ୍ତିତ୍ୱ ଛିଡା ହୋଇନାହାନ୍ତି । ଏହି ଇଣ୍ଡଷ୍ଟ୍ରିରେ କାମ କରିବାକୁ ତାଙ୍କର ସାହସ ନାହିଁ , କାରଣ ଲେକେ ତାଙ୍କୁ ସେହି ମତ ସହ ଦେଖନ୍ତି ବୋଲି କହିଛନ୍ତି ତନୁଶ୍ରୀ ଦତ୍ତା । ତେବେ ଯେଉଁ ଭୟଙ୍କର କଥାଟି ତନୁଶ୍ରୀ କହିଛନ୍ତି ତାହା ହେଲା , ସେ କହିଛନ୍ତି ସେହି ଲୋକ ମାନଙ୍କୁ ମାରିବା ପର୍ଯ୍ୟନ୍ତ ତାଙ୍କୁ ଶାନ୍ତି ନାହିଁ । ‘ମୁଁ ସେମାନଙ୍କୁ ଛାଡିବି ନାହିଁ ଏବଂ ମୋ ଯୁଦ୍ଧ ଜାରି ରଖିବାକୁ ଅଦାଲତକୁ ଯିବି । ମୋତେ କେଶ୍ ପ୍ରତ୍ୟାହାର କରିନେବାକୁ ଧମକ ଦିଆଯାଉଛି । କିନ୍ତୁ ଯାହାବି ଘଟୁ ମୁଁ ମାମଲା ପ୍ରତ୍ୟାହାର କରିବିନି ‘।  ତନୁଶ୍ରୀ ଏପରି ଧମକ ଦେଉଛନ୍ତି । ତେବେ ସେପଟେ ତନୁଶ୍ରୀଙ୍କ ଅଭିଯୋଗ ନେଇ କିଛି ପ୍ରମାଣ ନମିଳିବାରକୁ ପୋଲିସ ମାମଲା ବନ୍ଦ ପାଇଁ ସୁପାରିଶ କରିଛି । ତନୁଶ୍ରୀ କିନ୍ତୁ ନଛୋଡ ବନ୍ଧା ।

   Related Posts