#Me Too : ରାକ୍ଷୀ ସାଓ୍ବନ୍ତଙ୍କ ବିରୋଧରେ ୧୦କୋଟି ଟଙ୍କାର ମାନହାନୀ ମାମଲା କଲେ ତନୁଶ୍ରୀ ଦତ୍ତ

Published By : Prameya-News7 Bureau | October 23, 2018 IST

ମୁମ୍ବାଇ ୨୩|୧୦: ଭାରତରେ ମି ଠୁ ଅଭିଯାନର ଶୁଭାରମ୍ଭ କରିଥିବା ତନୁଶ୍ରୀ ଦତ୍ତ ଏବେ ରାକ୍ଷୀ ସାଓ୍ବନ୍ତଙ୍କ ବିରୋଧରେ ୧୦କୋଟି ଟଙ୍କାର ମାନହାନୀ ମକଦ୍ଦମା ଦାୟକ କରିଛନ୍ତି । ତନୁଶ୍ରୀ ଦତ୍ତ ୨୦୦୮ ମସିହା ହର୍ଣ୍ଣ ଓକେ ପ୍ଲିଜ୍ ଫିଲ୍ମ ସୁଟିଂ ସେଟ୍ ରେ ଡ୍ରଗ୍ସ ଖାଇ ୪ଘଣ୍ଟା ଧରି ଶୋଇ ରହୁଥିଲେ ବୋଲି ରାକ୍ଷୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । କେବଳ ସେତିକି ନୁହେଁ ଏହି ସାମ୍ବାଦିକ ସମ୍ମିଳନୀରେ ତନୁଶ୍ରୀଙ୍କ ପ୍ରତି ରାକ୍ଷୀ କେତକ ଆପତ୍ତିଜନକ ଶବ୍ଦ ମଧ୍ୟ ବ୍ୟବହାର କରିଥିଲେ । ସୂଚନାଯୋଗ୍ୟ ଯେ, ହର୍ଣ୍ଣ ଓକେ ପ୍ଲିଜ୍ ଫିଲ୍ମ ସୁଟିଂ ସେଟ୍ ରେ ବରିଷ୍ଠ ଅଭିନେତା ନାନା ପାଟେକର ଅସଦ ବ୍ୟବହାର କରିଥିବା ନେଇ ତନୁଶ୍ରୀ ଦତ୍ତ ଅଭିଯୋଗ କରିଥିଲେ । ଏହି ଫିଲ୍ମର କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ମଧ୍ୟ ତନୁଶ୍ରୀ ଅଭିଯୋଗ ଉଠାଇଥିଲେ । ଦୁଇ ଜଣଙ୍କ ବିରୋଧରେ ସେ ପୋଲିସ ଥାନାରେ ମଧ୍ୟ ମାମଲା ଦାୟର କରିଛନ୍ତି । ହର୍ଣ୍ଣ ଓକେ ପ୍ଲିଜ୍ ରୁ ତନୁଶ୍ରୀ ଦତ୍ତ ବାହାରିବା ପରେ ରାକ୍ଷୀ ସାଓ୍ବନ୍ତ ସଂପୃକ୍ତ ନୃତ୍ୟ ଦୃଶ୍ୟରେ ଅଭିନୟ କରିଥିଲେ । ନାନା ପାଟେକ, ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ତନୁଶ୍ରୀ ଦତ୍ତ ଯୌନ ଉତ୍ପୀଡନ ଅଭିଯୋଗ ଆଣିବାପରେ ଏବେ ରାକ୍ଷୀ ସାଓ୍ବନ୍ତ ପ୍ରିତିକ୍ରିୟାଶୀଳ ହୋଇ ବିଭିନ୍ନ ମନ୍ତବ୍ୟ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.