ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ପୂର୍ବ ଶତ୍ରୁତାର ପ୍ରତିଶୋଧ ନେଲା, ତାନ୍ତ୍ରିକକୁ ହାଣି ହତ୍ୟା କଲା ଶାନ୍ତନୁ

2/09/2022 at 3:36 PM

ଯାଜପୁର ୦୨/୦୯: ପ୍ରତିଶୋଧ ପରାୟଣ ହୋଇ ଜଣେ ତାନ୍ତ୍ରିକଙ୍କୁ ହାଣି ହତ୍ୟା କଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧଗାଁ ଗ୍ରାମରେ। ଯୁବକଙ୍କ ଆକ୍ରମଣ ପରେ ଘଟଣାସ୍ଥଳରେ ହିଁ ତାନ୍ତ୍ରିକଙ୍କ ମୃତ୍ୟୁ ହୋଇଛି । ତେବେ ତାନ୍ତ୍ରିକଙ୍କୁ ହାଣିବା ପରେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଯୁବକ ।

ତାନ୍ତ୍ରିକଙ୍କ ପ୍ରକୃତ ପରିଚୟ ମିଳିପାରି ନଥିବା ବେଳେ ତାଙ୍କୁ ହତ୍ୟା ଯୁବକ ଜଣକ ସେହି ଗ୍ରାମର ଶାନ୍ତନୁ ବେହେରା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ମୁତାବକ ଗତ କିଛିଦିନ ତଳେ ଶାନ୍ତନୁଙ୍କ ସ୍ତ୍ରୀର ଦେହ ଅସୁସ୍ଥ ହୋଇଥିଲା ।

ତେବେ ତାଙ୍କୁ କେହି ଗୁଣି କରିଥିବା ଏହି ତାନ୍ତ୍ରିକ ଜଣକ ଶାନ୍ତନୁଙ୍କୁ କହିଥିଲେ । ପରେ ଏହାର ପ୍ରତିକାର କରି ତାଙ୍କ ସ୍ତ୍ରୀଙ୍କୁ ଭଲ କରିଦେବାକୁ କରି ତାନ୍ତ୍ରିକ ଜଣକ ଶାନ୍ତନୁଙ୍କ ଠାରୁ କିଛି ଟଙ୍କା ନେଇଥିଲେ । ହେଲେ ତାଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ହୋଇନଥିଲା । ଏହାକୁ ନେଇ ତାନ୍ତ୍ରିକ ଓ ଶାନ୍ତନୁଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା ।

ତେବେ ଆଜି ତାନ୍ତ୍ରିକ ଜଣକ ଗାଁକୁ ଆସିଥିବା ବେଳେ ଶାନ୍ତନୁଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପରେ ଏକ ଧାରୁଆ ଅସ୍ତ୍ରରେ ଶାନ୍ତନୁ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା । ପରେ ଶାନ୍ତନୁ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ସେପଟେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ତଦନ୍ତ ପରେ ଏହି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜଣାପଡିବ ।

   Related Posts