ମଣିଷକୁ ବଳି ଦେବାକୁ ଏସଡ଼ିପିଓଙ୍କୁ ଅନୁମତି ମାଗିଲା ତାନ୍ତ୍ରିକ , ଦରଖାସ୍ତ ଲେଖି ମାଗିଥିଲେ ଅନୁମତି

Published By : Prameya-News7 Bureau | January 31, 2019 IST

ବେଗୁସରାୟ ୩୧/୧- ମଣିଷ ବଳିଦେବାକୁ ଅନୁମତି ମାଗିଲା ଜଣେ ତାନ୍ତ୍ରିକ । ଏହି ବଳି ଦେବାକୁ ମାଆଙ୍କ ଠାରୁ ନିର୍ଦ୍ଦେଶ ଆସିଥିବା କଥା ଲେଖିଛନ୍ତି ତାଙ୍କ ଦରଖାସ୍ତରେ । ଏହି ଅନୁମତି ମାଗିବା ପରେ ଏଏସଡ଼ିପିଓଙ୍କ ମୁଣ୍ଡ ଖାଇଯାଇଛି ଚକ୍କର ।

ବେଗୁସରାୟ ମଫୁସିଲର ତାନ୍ତ୍ରିକ  ସୁରେନ୍ଦ୍ର ପ୍ରାସାଦ ସିଂ ଏହି ପ୍ରକାର ଅନୁମତି ପାଇଁ ଲିଖିତ ଆକାରରେ ଜଣାଇଛନ୍ତି । ଏହିକଥା ଶୁଣିବାପରେ ଏଏସଡ଼ିପିଓଙ୍କ ମୁଣ୍ଡ ଚକ୍କର ଖାଇଯାଇଛି । ସେ କହିଛନ୍ତି ପୂର୍ବରୁ ମାଆଙ୍କର ନିର୍ଦ୍ଦେଶ ତାଙ୍କ ଉପରେ ଅଛି । ସେ ସାଧନାର ସଫଳତା ପାଇଁ ନରବଳି ଦେବାକୁ ହେବ ବୋଲି ଲେଖିଛନ୍ତି । କେବଳ ଏତିକି ଲେଖିନାହାଁନ୍ତି, ସେ ଆହୁରି କହିଛନ୍ତି ବଳି ଦେବାକୁ ଜଲଦି ଅନୁମତି ମିଳିବା ଦରକାର ।

ବଳିଦେବା ପାଇଁ ଅନୁମତି ମାଗିବା ଘଟଣା ପ୍ରଶାସନିକ କ୍ଷେତ୍ରରେ ଚାଂଚଲ୍ୟ ଖେଳିଯାଇଛି । ସେ କହିଛନ୍ତି , ମାର୍ଚ୍ଚ ୧୯ ତାରିଖ ୨୦୧୯ରେ ମନ୍ଦିର ନିର୍ମାଣ କରି ଦେବୀଙ୍କର ପ୍ରାଣ ପ୍ରତିଷ୍ଠା କରିସାରିଛନ୍ତି । ସେ ବଳି ଦେଲେ ହିଁ ତାଙ୍କର ସିଦ୍ଧିଲାଭ ହେବା କଥା କହିଛନ୍ତ ।

 

ଏଭଳି ଆଶ୍ଚର୍ଯ୍ୟଜନକ ଅନୁମତି ମାଗିବା ବିରଳ ବୋଲି କହିଛନ୍ତି ଏଏସଡ଼ିପିଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.