ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ବିବାହିତ ପ୍ରେମିକକୁ ଫେରି ପାଇବାକୁ ତନ୍ତ୍ର ପୂଜା କରୁଥିଲେ ବିଧବା ମହିଳା, ମଣିଷ ଖପୁରୀ ରଖି ଚାଲିଥିଲା ସାଧନା

9/12/2020 at 1:42 PM

କାନପୁର, ୦୯।୧୨:  ପ୍ରେମିକକୁ ପାଇବା ପାଇଁ ତନ୍ତ୍ର ପୂଜା । ସାଧରଣ ପୂଜା ନୁହେଁ ବରଂ ନର ମୁଣ୍ଡ ରଖି ଭୟଙ୍କର କଳାଯାଦୁ କରିଛନ୍ତି ମହିଳା । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତନ୍ତ୍ର ସାଧନା କରୁଥିବା ମହିଳାଙ୍କୁ ଗିରଫ କରିଛି । ଉତ୍ତରପ୍ରଦେଶର କାନପୁରରେ ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ସୂଚନାନୁସାରେ, କାନପୁରରେ ଗୀତାଦେବୀ ନାମକ ଜଣେ ମହିଳା ନିଜ ପ୍ରେମିକ ଅଶୋକଙ୍କୁ ପାଇବା ପାଇଁ ଏହି ତନ୍ତ୍ରସାଧନା କରୁଥିଲେ । ଗୋଟିଏ ନୁହେଁ ବରଂ ୪ଟି ମଣିଷ ଖପୁରୀ ରଖି ସେ ଉପାସନା ଚଳାଇଥିଲେ । କିନ୍ତୁ କିଛି ଫାଇଦା ନହେବାରୁ ସେ ୪ଟି ମଣିଷ ଖପୁରୀକୁ ଡଷ୍ଟବିନରେ ଫିଙ୍ଗି ଦେଇଥିଲେ ।

ସୋମବାର ଡଷ୍ଟବିନରେ କିଛି ଲୋକ ୪ଟି ମଣିଷ ଖପୁରୀ ଦେଖି ଜାତୁବ ହୋଇଯାଇଥିଲେ । କାରଣ କିଛିଦିନ ପୂର୍ବରୁ କାନପୁରରେ ଜଣେ ମହିଳା ନିଜର ନାବାଳିକା ଝିଅକୁ ହତ୍ୟା କରି ତାର କଲିଜା ଖାଇବା ଖବର ସାମ୍ନାକୁ ଆସିଥିଲା । ପୋଲିସ ଡଷ୍ଟବିନରେ ଖପୁରୀ ପଡିଥିବା ବାବଦରେ ଜାଣିବା ପରେ ତଦନ୍ତ କରି ଗୀତାଙ୍କୁ ଧରିଥିଲା । ସେ ନିଜର ପ୍ରେମିକକୁ ବଶୀକରଣ କରିବାକୁ ମଣିଷ ଖପୁରୀ ରଖି ପୂଜା କରୁଥିଲେ ।

ଗୀତା କାନପୁରର କାଶୀରାମ କଲୋନୀରେ ରୁହନ୍ତି । ତାଙ୍କର ପତିଙ୍କ ଦେହାନ୍ତ ପରେ ସେ ଅଶୋକଙ୍କୁ ଭପଲ ପାଉଥିଲେ । କିନ୍ତୁ ଅଶୋକ ଆଉଜଣେ ମହିଳାଙ୍କୁ ବିବାହ କରିଥିଲେ । ଏହାପରେ ଗୀତା କଳାଯାଦୁକୁ ଆପଣାଇଥିଲେ । ୫ ହଜାର ଟଙ୍କା ଦେଇ ୪ଟି ମଣିଷ ଖପୁରୀ କିଣି ତନ୍ତ୍ରସାଧନା ଆରମ୍ଭ କରିଥିଲେ ।

ଗୀତା ନିଜ ଘରେ ହିଁ ଖପୁରୀ ରଖି ପୂଜା କରୁଥିଲେ । ଏପରିକି ପଡୋଶୀମାନେ ସାମାନ୍ୟ ଟେର୍ ପାଇନଥିଲେ । ଏବେ ଗୀତାଙ୍କ କାରନାମା ଜାଣିବା ପରେ କଲୋନୀରେ ଆତଙ୍କ ଖେଳିଯାଇଛି । ଏବେ ସେ ଜେଲରେ ରହିଛନ୍ତି ।

   Related Posts