suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସାମାନ୍ୟ ବଚସାରୁ ରକ୍ତାକ୍ତ: ପଲିଥିନ ଗୋଟାଳିଙ୍କ ତଣ୍ଟି କାଟି ହତ୍ୟା

23/09/2020 at 6:21 PM

ଢ଼େଙ୍କାନାଳ୨୩/୯: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକରେ ପଲିଥିନ ଗୋଟାଳିଙ୍କ ତଣ୍ଟି କାଟି ହତ୍ୟା। ଏହି ହତ୍ୟା ଅଭିଯୋଗରେ ଜଣଙ୍କୁ ଗିରଫ କଲା ମୋଟଙ୍ଗା ପୁଲିସ। ମିଳିଥିବା ସୂଚନା ସାମାନ୍ୟ ବଚସାରୁ ଉୟଭଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଆଉ ତା ପରେ ରକ୍ତପାତ । ଏପରି କି କଟୁରିରେ ବେକକୁ କାଟି ଦେବାରୁ ଘଟଣା ସ୍ଥଳରେ ଜଣେ ଯୁବକର ମୃତ୍ୟୁ ହୋଇଛି। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକରେ ଘଟିଛି ଏହି ହତ୍ୟାକାଣ୍ଡ ।

ମୃତ ଯୁବକ ଜଣଙ୍କ ରାଜୁ ବିର୍ଲା, ତାଙ୍କ ଘର ବିହାରରେ । ରାଜୁଙ୍କ ସହ କିଛି ପଲିଥିନ ଗୋଟାଳି ନିମବାହାଳି ଛକ ନିକଟରେ ରହୁଥିଲେ । ତେବେ ଏହି ପଲିଥିନ ଗୋଟାଳିଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ  ତାଙ୍କ ମଧ୍ୟରୁ ଜଣେ ଯୁବକ କଟୁରୀରେ ରାଜୁର ବେକକୁ କାଟି ଦେଇଥିଲେ। ମୋଟଙ୍ଗା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ଗିରାଫ ଯୁବକର ପରିଚୟ ମିଳି ପାରିନଥିଲେ ମଧ୍ୟ ତାର ଘର ମଧ୍ୟ ବିହାର ଅଂଚଳରେ ବୋଲି ଜଣାପଡିଛି ।

   Related Posts