ଅଭିନେତ୍ରୀ ତନାଜ ଈରାନୀ କରୋନା ପଜିଟିଭ : କହିଲେ,‘ପ୍ରାର୍ଥନା କରୁଛି,ଆଉ କେହି ସଂକ୍ରମିତ ନ ହୋଇ ଥାଆନ୍ତୁ’

Published By : Prameya-News7 Bureau | December 07, 2020 IST

ମୁମ୍ବାଇ ୭/୧୨: ଅଭିନେତ୍ରୀ ତନାଜ ଈରାନୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଏବେ ଅପନା ଭି ଟାଇମ୍ ଆଏଗାରେ ନଜର ଆସୁଛନ୍ତି। ସେ ଇନଷ୍ଟାଗ୍ରାମରେ ଏହାର ସୂଚନା ଦେଇଛନ୍ତି। ଏହା ସହିତ ସେ ପ୍ରାର୍ଥନା କରିଛନ୍ତି ଯେ ତାଙ୍କ ସହିତ ଆଉ କେହି ସଂକ୍ରମିତ ନ ହୁଅନ୍ତୁ।

wp:html
/wp:html

ତନାଜ ଲେଖିଛନ୍ତି ଯେ,‘ପଜିଟିଭ ,କରୋନା ପଜିଟିଭ। ସେ ପ୍ରାର୍ଥନା କରୁଛନ୍ତି ଯେ ସେ ଆଉ କାହାକୁ ସଂକ୍ରମିତ ନ କରିଥାଆନ୍ତୁ। ବଖ୍ତିୟାର ଈରାନୀ,ଥ୍ୟାଙ୍କ୍ ୟୁ ଏତେ କୁଲ୍,ଅଣ୍ଡରଷ୍ଟାଣ୍ଡିଂ ଏବଂ ସପୋର୍ଟିଭ ହେବା ପାଇଁ। ଲଭ ୟୁ। #covid_19 #positive #fever #weakness #dull #headache #praying #familyfirst.

wp:html
/wp:html

ଏହା ସହିତ ସେ ସ୍ମାଇଲ୍ କରି ଫଟୋ ମଧ୍ୟ ସେୟାର କରିଛନ୍ତି। ସେ ଏଭଳି ପରିସ୍ଥିତିରେ ମଧ୍ୟ ସକରାତ୍ମକ ରହିବାକୁ ଉଦ୍ୟମ କରୁଛନ୍ତି।

{"id":373955,"sizeSlug":"large"}

ତନାଜଙ୍କ ସ୍ବାମୀ ବଖ୍ତିୟାର ଈରାନୀ ଲେଖିଛନ୍ତି ଯେ ,‘ ଏହା ଦୁଃଖଦ କିନ୍ତୁ ସତ। ତନାଜ କରୋନାରେ ସଂକ୍ରମିତ ହୋଇଛନ୍ତି। ଯେଉଁ କଳାକାରମାନେ ଶୁଟରେ ଅଛନ୍ତି ସେମାନେ ଏହାକୁ ହାଲୁକାରେ ନ ନିଅନ୍ତୁ। ମାସ୍କ ସବୁବେଳେ ନାକ ଏବଂ ମୁହଁକୁ କଭର କରି ପିନ୍ଧନ୍ତୁ। ଧ୍ୟାନ ରଖନ୍ତୁ। ଯଦି ଆପଣ କାହାକୁ ଠିକ ଭାବେ ମାସ୍କ ନ ପିନ୍ଧୁଥିବା ଦେଖୁଛନ୍ତି ତେବେ ତାଙ୍କୁ ଗାଇଡ କରନ୍ତୁ।

{"id":373956,"sizeSlug":"large"}

ତନାଜ ‘କାହାଁ ହମ୍ କାହାଁ ତୁମ୍’,‘ବଡ଼ି ଦୂର ସେ ଆଏ ହେଁ’,‘ମିଲେ ଜବ ହମ ତୁମ୍’,‘ୟେ ମେରି ଲାଇଫ ହେ’,‘ଯବାନ ସମ୍ଭାଲକର‘ ଭଳି ଶୋରେ ନଜର ଆସି ସାରିଛନ୍ତି। ଏହା ବ୍ୟତୀତ ସେ ଅନେକ ଫିଲ୍ମରେ ନଜର ଆସି ସାରିଛନ୍ତି। ଫିଲ୍ମ ‘କହୋ ନା ପ୍ୟାର ହେ’,‘ହମାରା ଦିଲ ଆପକେ ପାସ ହେ’,‘ରେହନା ହେ ତେରେ ଦିଲ ମେ’,‘ମେଁ ପ୍ରେମ କି ଦିଓ୍ବାନି ହୁଁ’,‘କୁଛ ନା କହୋ’,‘୩୬ ଚାଇନା ଟାଉନ୍’ ଏବଂ ‘ମାନ ଗୟେ ମୁଗଲ-ଇ ଆଜମ୍ ରେ ନଜର ଆସି ସାରିଛନ୍ତି।

{"id":373957,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.