ବୋରଓ୍ବେଲ ଭିତରେ ଗଲା ଜୀବନ, ୮୦ ଘଣ୍ଟା ସଂଘର୍ଷ କରି ହାରିଗଲା ତନ୍ମୟ, ମୃତଦେହ ଉଦ୍ଧାର କଲା ଏନଡିଆରଏଫ

Published By : Prameya-News7 Bureau | December 10, 2022 IST

ଭୋପାଳ: ମୃତ୍ୟୁକୁ ମାତ୍ ଦେଇପାରିଲା ନାହିଁ ତନ୍ମୟ । ୫୫ଫୁଟ୍ ବୋରଓ୍ବେଲ ଭିତରେ ସଂଘର୍ଷ କରି ହାରିଗଲା ୮ବର୍ଷର ନାବାଳକ । ୬୨ ଘଣ୍ଟାର ଅପରେସନ ପରେ ତନ୍ମୟକୁ ଉଦ୍ଧାର କରି ଚିକିତ୍ସା ପାଇଁ ନିଆଯାଇଥଲା । ହେଲେ ଜିଲ୍ଲା ହସ୍‌ପିଟାଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ଡିସେମ୍ବର ୬ତାରିଖରେ ମଧ୍ୟପ୍ରଦେଶର ବେତୁଲରେ ଏହି ଘଟଣା ଘଟିଥିଲା । ଜମିରେ ସନ୍ଧ୍ୟା ସମୟରେ ଖେଳୁଥିବା ସମୟରେ ୫୫ଫୁଟ୍ ବୋରଓ୍ବେଲ୍ ଭିତରକୁ ଖସିପଡ଼ିଥିଲା  ୮ବର୍ଷର ତନ୍ମୟ । ଖବର ପାଇବା ପରେ ଏନଡିଆରଏଫ୍ ଦଳ ତୁରନ୍ତ ବୋରଓ୍ବେଲ ନିକଟରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ୬୨ ଘଣ୍ଟା ତଥା ସଢେ ୪ଦିନର ରେସକ୍ୟୁ ଅପରେସନ ପରେ କୁନି ପୁଅ ମୃତଦେହ ଉଦ୍ଧାର କରିଛି ଏନଡିଆରଏଫ ଟିମ୍ । ବୋରଓ୍ବେଲ ଭିତରେ ୮୦ ଘଣ୍ଟା ସଂଘର୍ଷ କରିବା ପରେ ଶେଷରେ ମୃତ୍ୟୁ ସମ୍ନାରେ ହାତ ଟେକି ଦେଲା କୁନି ପୁଅ । ଥଣ୍ଡା ପାଣିରେ ୪ଦିନ ପଡ଼ିରହି ହାରିଗଲା ତନ୍ମୟ ।

ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁ ନାବାଳକର ଜୀବନ ଯାଇଥିବା ଅଭିଯୋଗ ହୋଇଛି । ପ୍ରଶାସନ ଉଦ୍ଧାର କାର୍ଯ୍ୟ ବିଳମ୍ବ କରିବାରୁ କୁନି ପୁଅର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.