Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ୍, ଓ୍ୱେବସାଇଟରେ ଆସୁଛି ଆଇଟି ଆକ୍ଟ ମେସେଜ୍
  • ||
  • ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ||
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ରଥଯାତ୍ରା ଅବସରରେ ତନିସ୍କର ରାଜାଧିରାଜ କଲେକ୍ସନ୍‌, ସ୍ୱତନ୍ତ୍ର ସୁନା ଓ ହୀରା ଅଳଙ୍କାରରେ ମହାପ୍ରଭୁଙ୍କ ଛାପ, ଗ୍ରାହକଙ୍କୁ ବିଶେଷ ଅଫର୍‌

1/07/2022 at 8:41 AM

ଭୁବନେଶ୍ୱର: ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ମହାନ ଉତ୍ସବ ରଥଯାତ୍ରା ଏକ ଅଦ୍ୱିତୀୟ ଯାତ୍ରା । ଏକାତ୍ମତା ଓ ଶାନ୍ତିର ପ୍ରତୀକ, ରାଜାଧିରାଜ ପ୍ରଭୁ ଜଗନ୍ନାଥଙ୍କ ମହାଉତ୍ସବ । ଜଗତର ନାଥ ସବୁକିଛି ଦେଖନ୍ତି ନିଜ ସଦା ଜାଗ୍ରତ ଓ କରୁଣାମୟ ଚକ୍ଷୁରେ । ମହାପ୍ରଭୁ ଜଗନ୍ନାଥଙ୍କ ଅନନ୍ତ ଦୃଷ୍ଟି ପରି, ପ୍ରତି ମନୁଷ୍ୟଙ୍କ ଭିତରେ ଅଛି ଅତଳତଳ ସାମର୍ଥ୍ୟ, ଯାହା ରଖୁଛି ଅସୀମ ସମ୍ଭାବନା ସୃଷ୍ଟି କରିବାର କ୍ଷମତା ।

ବିଶ୍ୱର ଏହି ଅଦ୍ୱିତୀୟ ଭାବ-ଭକ୍ତି ଓ ବିଶ୍ୱସର ରଥଯାତ୍ରା ଅବସରରେ ତନିସ୍କ ପ୍ରସ୍ତୁତ କରୁଛନ୍ତି – ରାଜାଧିରାଜ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଦା ଜାଗ୍ରତ ଦୃଷ୍ଟିରେ ଅନୁପ୍ରାଣିତ ସ୍ୱର୍ଣ୍ଣ ତଥା ହୀରା ଗହଣାର ଏକ ଉତ୍କୃଷ୍ଟ କଲେକ୍‌ଶନ୍‌ । ସମସ୍ତଙ୍କ ଭିତରେ ମହାବାହୁଙ୍କ ଅସରନ୍ତି ଊର୍ଜାକୁ ଜାଗ୍ରତ କରିବାକୁ ଓ ସେହି ଆଶା ଓ ସାମର୍ଥ୍ୟର ଆଭାରେ ଆମକୁ ସୁସଜ୍ଜିତ କରିବାକୁ ଏହି ରାଜାଧିରାଜ କଲେକ୍‌ଶନ୍‌ଟି ଗଢ଼ାଯାଇଛି।

ଏହି କଲେକ୍‌ଶନ୍‌ରେ ଅଛି ଜଟିଳ ତାରକସୀ ଓ ରୱା କାମ, ଏନାମେଲ୍‌ ଡିଟେଲିଙ୍ଗ ଆଉ ହଳଦିଆ ସୁନାରେ ଖଚିତ ପ୍ରାକୃତିକ ହୀରା । ପ୍ରଭୁ ଜଗନ୍ନାଥ, ନନ୍ଦିଘୋଷ ରଥ, ଦେବୀ ସୁଭଦ୍ରା ଏବଂ ବଡଠାକୁର ବଳଭଦ୍ରଙ୍କ ଆଭାସ ଦେଉଥିବା ପେଣ୍ଡାଣ୍ଟ ଆଉ ମୁଦି ଗୁଡ଼ିକ ଗଢ଼ାଯାଇଛି ସେହି ଶାଶ୍ୱତ ଊର୍ଜାକୁ ଉତ୍ସାହରେ ପାଳନ କରିବା ଲାଗି, ଯାହା ଆଣୁଛି ଓଡ଼ିଶାର ଏହି ଉତ୍ସବ ।

ଏହି ଉତ୍ସବମୁଖର ଋତୁକୁ ଆହୁରି ବିଶିଷ୍ଟ କରାଉଛି ତନିସ୍କ ଆଣିଥିବା ଏକ ଖାସ୍‌ ଅଫର୍‌ ।  ୨୦%* ପର୍ଯ୍ୟନ୍ତ ସୁନା ଅଳଙ୍କାର ଗଢ଼ା ମଜୁରୀରେ ଏବଂ ହୀରା ଅଳଙ୍କାର ମୂଲ୍ୟରେ ଛାଡ଼ କରୁଛି ତନିସ୍କ । ଏହି ମନଲୋଭା ଅଫର୍‌ ଓଡ଼ିଶା ସ୍ଥିତ ତନିସ୍କ ଷ୍ଟୋର୍‌ଗୁଡ଼ିକରେ ୧ ଜୁଲାଇରୁ ୩ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ବୈଧ ରହିବ ।

ଚକାଡୋଳାଙ୍କ ପ୍ରଗାଢ଼ କାନ୍ତି ଦ୍ୱାରା ପ୍ରଭାବିତ ଏହି ହୀରକ ଖଚିତ ରାଜକୀୟ ପେଣ୍ଡାଣ୍ଟଟି ୧୮ କ୍ୟାରେଟ୍‌ ହଳଦିଆ ସୁନା, କଲର୍‌ଡ ଏନାମେଲରେ ସେଟ୍‌ କରାଯାଇଛି । ଖରାରେ ଚାଷକାମ କରି କୃଷ୍ଣକାୟ ହୋଇଥିବା ଚାଷୀଭାଇ କାହାଣୀର ଆଧାର ଆଉ ଚକାନୟନ ଦର୍ଶାଉଛି ଅସରନ୍ତି ସ୍ନେହ ଓ ମମତା ।

ମହାବାହୁ ଜଗନ୍ନାଥ ଓ ତାଙ୍କ ସୋଦର ଦେବୀ ସୁଭଦ୍ରା ଏବଂ ବଡଠାକୁର ବଳଭଦ୍ରଙ୍କୁ ଦର୍ଶାଉଥିବା ଏହି ପେଣ୍ଡାଣ୍ଟ-ଚେନ୍‌ ସମଷ୍ଟି ହେଉଛି ଏକାତ୍ମତା, ଭ୍ରାତୃଭାବ ଓ ଶାନ୍ତିର ପରିଚାୟକ । ୨୨ କ୍ୟାରେଟ୍‌ ସୁନାରେ ଗଢ଼ା ଏଥିରେ ଥିବା ଏନାମେଲ୍‌ ଡିଟେଲିଙ୍ଗ ତ୍ରିମୂର୍ତ୍ତିଙ୍କୁ ଦର୍ଶାଉଛି ।

ଏହି ଅପ୍ରତିମ ସୁନା ନେକ୍‌ଲେସ୍‌କୁ ଧାରଣ କରନ୍ତୁ ଓ ସେମାନଙ୍କ ଅସୀମ ଊର୍ଜକୁ ଅଙ୍ଗେ ଅଙ୍ଗେ ଭରନ୍ତୁ । ଏହି ନୟନରମ୍ୟ ୨୨ କ୍ୟାରେଟ୍‌ ସୁନା ପେଣ୍ଡାଣ୍ଟକୁ ଅନୁପ୍ରାଣିତ କରିଛି ୪୫ ଫୁଟ’ର ଆସ୍ଥା ଓ ଭ୍ରାତୃତ୍ୱମୟ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଏଥିରେ ଅଛି ତାରକସୀର କାରୁକାର୍ଯ୍ୟ ଏବଂ ଦୃଷ୍ଟିବେଧକ ହଳଦିଆ ଓ ନାଲିଆ କଲର୍‌ଡ ଏନାମେଲ୍‌, ଯାହା ଅନାଦି ପରମେଶ୍ୱରଙ୍କ ସର୍ବତ୍ର ବିରାଜମାନ ସ୍ଥିତିକୁ ଦର୍ଶାଉଛି ।

ପ୍ରଭୁ ଜଗନ୍ନାଥଙ୍କ ସହାସ୍ୟବଦନକୁ ଦର୍ଶାଉଥିବା ଏହି ମହାର୍ଘ୍ୟ ମୁଦ୍ରିକାଟି ହଳଦି ଗରଗର ସୁନା ଉପରେ ଉଜ୍ଜ୍ୱଳ ନାଲି ଓ କଳା ଏନାମେଲ୍‌ କାମର ସମଷ୍ଟି ଦେଖାଉଛି । ଚାରୁ ରୱା କାମ ଡିଟେଲିଙ୍ଗ ଓ ୨୨ କ୍ୟାରେଟ୍‌ ସୁନା ତିଆରି ନାଲି ଆଖିରେ ସୁସଜ୍ଜିତ ଏହି ମୁଦ୍ରିକାଟି ହେଉଛି ଅସୀମ ଆଶା ଓ ସାମର୍ଥ୍ୟର ବାର୍ତ୍ତାବହ । ଆପଣଙ୍କ ପାଖ ତନିସ୍କ ଷ୍ଟୋର୍‌ରେ ଚାରୁ ରିଙ୍ଗ୍‌ସ ଆଉ ପେଣ୍ଡାଣ୍ଟ୍‌ସ ର କଲେକ୍‌ଶନ୍‌ ଦେଖନ୍ତୁ । ଏହି ଅଫର୍‌ କେବଳ ୧ ରୁ ୩ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ବୈଧ ଅଟେ ।

ତନିସ୍କ ଦେଶର ଏକ ପ୍ରତିଷ୍ଠିତ ଏବଂ ଜଣାଶୁଣା ଅଳଙ୍କାର ପ୍ରସ୍ତୁତକାରୀ କମ୍ପାନୀ । ଏହା ବିଭିନ୍ନ ପର୍ବପର୍ବାଣୀକୁ ଲକ୍ଷ୍ୟ ରଖି ଗ୍ରାହକଙ୍କ ପାଇଁ ନୂଆ ନୂଆ କଲେକ୍‌ଶନ୍‌ ଆଣିଥାଏ । ଏଥି ସହିତ ଗ୍ରାହକଙ୍କ ପାଇଁ ବିଶେଷ ଅଫର୍‌ ମଧ୍ୟ ପ୍ରଦାନ କରିଥାଏ । ତେବେ ବିଶ୍ୱର ଅଦ୍ୱିତୀୟ ଯାତ୍ରା ରଥଯାତ୍ରା ପାଇଁ ଏହା ନୂଆ କଲକେଶନ୍‌ ଆଣିଛି । ଯାହାକି ଗ୍ରାହକଙ୍କ ମଧ୍ୟରେ ବେଶ୍‌ ଆଦୃତ ହେବ ବୋଲି ଆଶା କରାଯାଉଛି ।

   Related Posts