ତନିଷ୍କ ଠାରୁ ଭିସ୍ତାର ଯାଏଁ, ଟାଟା କାହିଁକି ରଖିଛି ଏହି କମ୍ପାନୀର ନାଁ ?

Published By : Prameya-News7 Bureau | November 09, 2024 IST

ନୂଆଦିଲ୍ଲୀ ୦୯।୧୧: ଦେଶର ବୃହତ୍ତମ କର୍ପୋରେଟ୍ ହାଉସ୍ ଟାଟା ଗ୍ରୁପ୍ । ଏହାର ରହିଛି ଅନେକ କମ୍ପାନୀ । ଏଥିରେ ତନିଷ୍କ ଠାରୁ ଭିସ୍ତାର ପର୍ଯ୍ୟନ୍ତ ନାଁ ସାମିଲ । କିନ୍ତୁ କେବେ ଚିନ୍ତା କରିଛନ୍ତି କି ଏହି କମ୍ପାନୀଗୁଡ଼ିକୁ ଏପରି ନାଁ କାହିଁକି ଦିଆଯାଇଛି ? ଏହି ନାଁର ଅର୍ଥ କଣ ? 

ଟାଟା ଗ୍ରୁପର ବିସ୍ତାର ଏୟାର ଲାଇନ୍ସ । ବର୍ତ୍ତମାନ ଏୟାର ଇଣ୍ଡିଆ ସହିତ ମିଶିବାକୁ ଯାଉଛି । ବିସ୍ତାରର ନାଁ ସଂସ୍କୃତ ଶବ୍ଦ ବିସ୍ତାରରୁ ନିଆଯାଇଛି । ଏହାର ଅର୍ଥ ହେଉଛି ଏହା ଏପରି ଏକ ପରିସୀମା ଯାହାର ନାହିଁ କୌଣସି ସୀମା । 

ହୋମ ଷ୍ଟେ ସର୍ଭିସ୍‌ର ନାଁ ‘ଅମ’ ରଖାଯାଇଛି ।  ଏହା ସଂସ୍କୃତ ଶବ୍ଦ ‘ଘର’ଶବ୍ଦରୁ ଆସିଛି । କମ୍ପାନୀ ବିଶ୍ବାସ କରେ କି ଏଠାରେ ଯେଉଁମାନେ ରହିବେ ସେମାନଙ୍କୁ ଏହା ଘର ପରି ଶାନ୍ତି ମିଳିବା ଉଚିତ୍‌ ।  ହୋମ ଷ୍ଟେରେ ରହୁଥିବା ଅତିଥିଙ୍କୁ ନିଜ ଘରେ ରୁହନ୍ତି ସେମାନେ ଅତିଥିଙ୍କ ଅପେକ୍ଷା ଘରର ଆରାମ 

ଅନେକ ଲୋକ ଭାବନ୍ତି କି ତନିସ୍କର 'TA' ଅର୍ଥ ଟାଟା । କିନ୍ତୁ ବାସ୍ତବରେ ଏହା ‘ତନ୍’ ଏବଂ ‘ନିସ୍କ’ ଶବ୍ଦରୁ ଗଠିତ ହୋଇଛି । ଏହାର ଅର୍ଥ ହେଉଛି ‘ସ୍ବର୍ଣ୍ଣ ଅଳଙ୍କାର’ ଅର୍ଥାତ୍ ଶରୀରର ସୁନ୍ଦର ଅଳଙ୍କାର । 

ଟାଟାର ଇଲେକ୍ଟ୍ରୋନିକ୍ସ ଷ୍ଟୋର ଚେନ୍ କ୍ରୋମା । ଏହି ନାଁକୁ ଏକ ଉଡାଣ ସମୟରେ ଚୟନ କରାଯାଇଥିଲା ।  କ୍ରୋମା ଅର୍ଥ ରଙ୍ଗର ଶୁଦ୍ଧତା । ଏହା ହେଉଛି କୌଣସି ରଙ୍ଗର ଉଜ୍ଜଳ ସ୍ବରୁପ । 

ଭାରତରେ ଟାଟାଙ୍କ ନାମ ବିଶ୍ୱାସର ପ୍ରତୀକ ଭାବରେ ବିବେଚନା କରାଯାଏ। ଟାଟାର ପ୍ରତ୍ୟେକ ବ୍ରାଣ୍ଡର ନାଁ କେବଳ ଏହାର ପରିଚୟ ନୁହେଁ ବରଂ ଏହାର ଚିନ୍ତାଧାରା ଏବଂ ଦର୍ଶନକୁ ମଧ୍ୟ ପ୍ରତିଫଳିତ କରିଥାଏ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.